Odisha News Portal

ଦେଖନ୍ତୁ ପୁରୀରେ ଭାଇରାଲ ହେଉଥିବା ନାଗା ସାଧୁ ଙ୍କ ର ପ୍ରକୃତ ପରିଚୟ ସମ୍ପର୍କରେ, ଆପଣ ମାନେ ବି ଶୁଣିଲେ ବିଶ୍ୱାସ କରି ପାରିବେ ନାହିଁ….

କେତେବେଳେ ଅନର୍ଗଳ ଇଂରାଜୀ କହୁଛନ୍ତି ତ ପୁଣି କେତେବେଳେ ଓଡିଆ କହୁଛନ୍ତି ପୁରୀର ଜଣେ ନାଗାସାଧୁ । ତେବେ ପୁରୀରେ ବର୍ତ୍ତମାନ ଚର୍ଚ୍ଚା ରେ ଥିବା ଏହି ନାଗାସାଧୁ ଜଣଙ୍କ କିଏ ? ତାଙ୍କ ପରିଚୟ ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇ ଯିବେ ।ତେବେ ଦୀର୍ଘ 9 ମାସ ଧରି ପୁରୀ ଶ୍ରୀ ମନ୍ଦିର ବନ୍ଦ ରହି ଥିଲା । ଚଳିତ ମାସ 23 ତାରିଖ ରେ ପୁରୀ ଶ୍ରୀ ମନ୍ଦିର ଖୋଲିବା ମାତ୍ରେ ଜଣେ ସୁରକ୍ଷା ବଳୟ ଭିତରେ ବି ମନ୍ଦିର ଭିତରକୁ ଧସେଇ ପଶି ଥିଲେ । ତେବେ ସେହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ପୁରୀ ର ଲଙ୍ଗୁଳି ମଠରେ ଦୀକ୍ଷା ଗ୍ରହଣ କରିଥିବା ବାବା ବୈଷ୍ଣବ ।

ତେବେ ଏହି ଘଟଣାଟି ସୋସିଆଲ ମିଡିଆ ରେ ବେଶ୍ ଭାଇରାଲ ହୋଇ ଥିଲା । ତେବେ ସେହି ବ୍ୟକ୍ତି ଜଣଙ୍କ କିଏ ? ତାଙ୍କ ପରିଚୟ ଜାଣିଲେ ଆପଣ ବି ସଂମ୍ପୂର୍ଣ୍ଣ ଭାବରେ ଆଶ୍ଚର୍ଯ୍ୟ ହୋଇ ଯିବେ । ତେବେ ଆଗକୁ ଭଲ ଭାବରେ୍ ପଢନ୍ତୁ ।

ବ୍ରହ୍ମପୁର ବଡ ବଜାରର ଥାନା ଅଞ୍ଚଳର ଶ୍ରୀରାମ ନଗର ର ବାସିନ୍ଦା ହେଉଛନ୍ତି ବାବା ବୈଷ୍ଣବ । ଯାହାଙ୍କୁ ଡି ତୁମ୍ଭନାଥ ସୁବୁଧି ବୋଲି ଲୋକେ ଜାଣିଛନ୍ତି । ପ୍ରାୟ 7 ବର୍ଷ ହେଲା ତୁମ୍ବନାଥ ପୁରୀ ମଠ ରେ ରହୁଛନ୍ତି । ୟାହାଙ୍କୁ ବାବା ବୈଷ୍ଣବ ନାଁ ରେ ସମସ୍ତେ ଜାଣିଛନ୍ତି । ଆଉ ବିଭିନ୍ନ ସମୟରେ ପରିସ୍ଥିତିର ସମ୍ମୁଖୀନ ହୋଇ ତାଙ୍କୁ ଜେଲ୍ ଯିବାକୁ ବି ପଡିଥିଲା ।

ତେବେ ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ସେ ବ୍ରହ୍ମପୁର ସ୍ଥିତ ବିନାୟକ ଆଚାର୍ଯ୍ୟ କଲେଜ୍ ପାଠ ପଢୁଥିଲେ । ଅଧାରୁ କଲେଜ୍ ପାଠ ଛାଡି ସେ ବିଭିନ୍ନ ସାମାଜିକ କାର୍ଯ୍ୟରେ ଯୋଗ ଦେଉଥିଲେ ।

ଆଉ କାଳକ୍ରମେ ବିଭିନ୍ନ ଅପରାଧୀଙ୍କ ମାମଲା ରେ ତାଙ୍କ ନାଁ ଯୋଡି ହୋଇଥିଲା । 2010 ମସିହା ଜୁଲାଇ 22 ତାରିଖ ରେ ଧୀରସାମଲ ନାମକ ଜଣେ ଯୁବକ ଙ୍କ ହତ୍ୟା ମାମଲାରେ ତୁମ୍ବନାଥ ଙ୍କ ନାଁ ମଧ୍ୟ ସାମିଲ ଥିଲା । ଅବଶ୍ୟ ପରବର୍ତ୍ତି ସମୟରେ ଏହି ହତ୍ୟା ମାମଲା ରେ ସେ ନିର୍ଦ୍ଧୋଷ ବୋଲି ପ୍ରମାଣିତ ହୋଇଥିଲେ ।


ସେହି ଘଟଣାର କିଛି ମାସ ପରେ ଅନ୍ୟ ଏକ ମାମଲା ରେ ତାଙ୍କୁ ଜେଲ୍ ଯିବାକୁ ପଡିଥିଲା । ବ୍ରହ୍ମପୁର ଜେଲ୍ ରେ ବିଚାରଧୀନ କଏଦି ଭାବରେ ସେ ଦିନ କାଟିଥିଲେ । ଆଉ ଏହି ସମୟରେ ସେ ଅସୁସ୍ଥ ହୋଇ ପଡିଥିଲେ ଏବଂ ଚିକିତ୍ସା ସମୟରେ ତୁମ୍ବନାଥ ହସ୍ପିଟାଲ ରୁ ଚମ୍ପଟ ମାରିଥିଲେ ।

ଆଉ ସେହିପରି ଏହି ଘଟଣାର ବର୍ଷକ ପରେ ଜଣେ ପାଣ୍ଡି ଅଧିକାରୀଙ୍କୁ ହାଣି ସେ ଜେଲି ମଧ୍ୟ ଯାଇଥିଲେ । ପରବର୍ତ୍ତି ସମୟରେ ତୁମ୍ବନାଥ ସୁନ୍ଦରଗଡ ଜିଲ୍ଲାର ରାଜଗାଙ୍ଗପୁର ରେ ରହୁଥିବା ନେଇ ସୂଚନା ମିଳିଥିଲା ।

ଆଉ ସେଠାରେ ବାବା ତେଜସ୍ବରବାଇ ଙ୍କ ନାମରେ ରହି ଅସୁରକ୍ଷା ପାଇଁ କାମ କରୁଥିଲେ । ବ୍ରହ୍ମପୁର ଟାଉନ ଥାନା ପୋଲିସ୍ ତାଙ୍କୁ 2015 ଜୁନ୍ 8 ତାରିଖରେ ଗିରଫ କରି ବ୍ରହ୍ମପୁର ଆଣିଥିଲା । ଆଉ ଏହାପରେ ସେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଖରେ ମଧ୍ୟ ରହିଥିଲେ । ସେଠାରେ କିଛି ବର୍ଷ କାଟିବା ପରେ ସେ ପୁରୀ ଫେରି ଆସିଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।