Odisha News Portal

ପୁରୀ ଜଗନ୍ନାଥ ମନ୍ଦିରର କିଛି ଆଶ୍ଚର୍ଯ୍ୟକର କଥା ଯାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ଚକିତ ହେବେ ।!

ଆଜି ଆମେ ଆପଣ ମାନଙ୍କୁ ପୁରୀ ଜଗନ୍ନାଥ ମନ୍ଦିରର 10 ଟି ରହସ୍ୟମୟ କଥା ସଂପର୍କରେ କହିବୁ । ଜଗନ୍ନାଥ ମନ୍ଦିର ଓଡିଶାର ପୁରୀ ଜିଲ୍ଲାର ମଧ୍ୟ ଭାଗରେ ଅବସ୍ଥିତ । ଓଡିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିସେଷ ସ୍ଥାନ ରହିଛି । ଆଜି ଆମେ ଆପଣଙ୍କୁ ଜଗନ୍ନାଥ ମନ୍ଦିର ବିଷୟରେ ଏପରି କିଛି ରହସ୍ୟମୟ କଥା କହିବୁ , ଯାହାକୁ ଆପଣ ମାନେ ଜାଣିଲେ ନିଶ୍ଚିତ ରୂପରେ ଆଶ୍ଚର୍ଯ୍ୟ ଚକିତ ହେବେ ।

1–ଶୀକ୍ଷେତ୍ର ପୁରୀର ଏକ ଚମକ୍ତାରିତା ହେଉଥି ଶୀକ୍ଷେତ୍ର ପବନ , ଯାହାକି ଦିନରେ ଗୋଟିଏ ଦିଗରେ ଗତି କରୁଥିବା ବେଳେ ସନ୍ଧ୍ୟା ସମୟରେ ଅନ୍ୟ ଦିଗରେ ଗତି କରେ । ସମୁଦ୍ରର ପବନ ସାଧାରଣତଃ ସମୁଦ୍ର ଆଜୁ ସ୍ଥଳ ବାଗକୁ ଆସିଥାଏ ମାତ୍ର ପୁରୀରେ ତାହା ସ୍ଥଳ ବାଗରୁ ସମୁଦ୍ର ଆଜକୁ ଗତି କରଇଥାଏ ।2–ଶୀମନ୍ଦିର ଉପରେ ଲାଗିଥିବା ସୁଦର୍ଶନ ଚକ୍ରକୁ ପୁରୀର ଯେଉଁ ସ୍ଥାନରେ ଛିଡା ହୋଇ ଦେଖିଲେ ମଧ୍ୟ ତାହା ଆପଣଙ୍କୁ ସାମ୍ନାରେ ଛିଡା ହୋଇ ଦେଖିଲା ପରି ଲାଗିବ ।

3–ବିଶ୍ୱର ଏହା ହେଉଛି ଏକ ମାତ୍ର ମନ୍ଦିର ଯାହାର ଛାଇ କେବେବି ମନ୍ଦିରର ତଳ ବାଗରେ ପଡିନାହିଁ ।

4–ଜଗନ୍ନାଥ ମନ୍ଦିରର ଚମକ୍ତାରିତା ଏହା କି ପବନର ବିପରୀତ ଦିଗରେ ପତାକା ଉଡେ । ପ୍ରତିଦିନ ସନ୍ଧ୍ୟାରେ ବଡ ଦେଉଳର ପତାକା ଯେତେବେଳେ ପରିବର୍ତ୍ତନ କରାଯାଏ ସେତେବେଳେ ନିର୍ଦ୍ଦିଶ୍ଟ ସେବକ ବିପରୀତ ଦିଗରେ ଚଢି ପତାକା ବାନ୍ଧନ୍ତି ।

5–ପୁରୀ ଶ୍ରୀମନ୍ଦିର ଉପରେ ପକ୍ଷୀ ମାନେ କେବେବ ହେଲେ ମଧ୍ୟ ଉଡିନଥାନ୍ତି । ମନ୍ଦିରର ଚତୁଃପାର୍ଶ୍ୱରେ କେବେହେଲେ ମଧ୍ୟ କେହି ଦେଖିନାହାନ୍ତି ପକ୍ଷୀଟିଏ ଉଡିବାର । ଏହା ଉପରେ ବିମାନ ମଧ୍ୟ ଉଡିପାରିବ ନାହିଁ ।

6–କୁହାଯାଏ କି ସମୁଦ୍ର ତିନିଥର ଜଗନ୍ନାଥ ମନ୍ଦିରକୁ ଭାଙ୍ଗିଥିଲା , ଖାସ ଏଥିପାଇଁ ମହାପ୍ରଭୁ ହନୁମାନଙ୍କୁ ଶ୍ରୀ ମନ୍ଦିରର ଚାରି ଦୁଆରେ ନିୟୋଜିତ କରିଛନ୍ତି , ଶ୍ରୀ ମନ୍ଦିରକୁ ସମୁଦ୍ର କୂଳରୁ ସୁରକ୍ଷୀା ଦେବା ପାଇଁ ।

7–ସମଗ୍ର ପୁରୀରେ ସମୁଦ୍ର ଗର୍ଜନ ଶୁଣାଯାଉଥିଲେ ମଧ୍ୟ ସିଂଦ ଦ୍ୱାରରେ ପାଦ ଦେବା ଯଣି ସମୁଦ୍ରର ଗର୍ଜ ଶୁଭେ ନାହିଁ ।

8–ପ୍ରତିଦିନ ମହାପ୍ରଭୁଙ୍କର ମୂର୍ତ୍ତିର ରୂପ ବଦଳେ , ଶ୍ରୀକୃଷ୍ନଙ୍କୁ ଏଠି ଜଗନ୍ନାଥ ବୋଲି କୁହାଯାଏ । ଏଠାରେ ବାର ବର୍ଷରେ ଥରେ ନବକଳେବର ହୋଇଥାଏ ।

9–ଏଟାରେ ବିଶ୍ୱର ସବୁଠୁ ବଡ ରଥଯାତ୍ରୀ ଅନୁଷ୍ଟିତ ହୋଇଥାଏ । ସୁନାର ଝାଡୁରେ ରଥ ଉପରେ ଛେରା ପହଁରା କରାଯାଇଥାଏ । ଛେରା ପହଁରା କରନ୍ତି ଠାକୁର ରାଜା ଗଜପତି ଦିବ୍ୟ ସିଂ ଦେବ ।

10–ସବୁଠୁ ବଡ ଚମକ୍ତାରିତା ହେଉଛି ମନ୍ଦିରର ରୋଷ ଘର । ଏହି ରୋଷ ଘରରେ ପାଞ୍ଚଶହ ରୋଶେଇଆ ଏବଂ ତିନିଶହ ସହଯୋଗୀ ମହାପ୍ରଭୁଙ୍କର ପ୍ରସାଦ ପ୍ରସ୍ତୁତିରେ ନିଯୁକ୍ତ ହୋଇଥାନ୍ତି . ଏହି ପ୍ରସାଦକୁ 20 ଲକ୍ଷ ଭକ୍ତ କାଇପାରିବେ । ଶ୍ରୀ ମନ୍ଦିରରେ 1000 ଲୋକ ପାଇଁ ପ୍ରସାଦ ପ୍ରସ୍ତୁତ ହୋଇଥିଲେ ମଧ୍ୟ ଏହାକୁ ଲକ୍ଷେ ଲୋକ ପେଟପୂରା ଖାଇପାରନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।