Odisha News Portal

ପୁଣି ଥରେ ଗାଡି କାଗଚ ପତ୍ର ର ଅବଧି 3 ମାସ ବଢ଼ିଲେ ସରକାର, ଗାଡି ଚଳାଉଥିଲେ ନିଶ୍ଚୟ ଦେଖନ୍ତୁ ଏବଂ ସେୟାର କରନ୍ତୁ….

0 32

ବର୍ତ୍ତମାନର ସମୟରେ ପୁଣି ଏକ ବହୁତ ବଡ ଖବର । ପୁଣି ଥରେ ଗାଡି କାଗଚ ପତ୍ରର ଅବଧି 3ମାସ ବଢ଼ା ଯାଇଛି । ସରକାର ଜନ ସାଧାରଣଙ୍କର ସୁବିଧା ତଥା ମଙ୍ଗଳ ପାଇଁ ବିଭିନ୍ନ ସମୟ ରେ ବିଭିନ୍ନ ପଦକ୍ଷେପ ମାନ ତଥା ନିୟମ ସବୁ ଲାଗୁ କରିଥାନ୍ତି । ଆଉ ସେଥିରେ ଜନ ସମାଜର ମଧ୍ୟ ବହୁତ ଅଧିକ ଲାଭ ହୋଇ ଥାଏ ବା ସେଥିରେ ସେମାନେ ଯଥେଷ୍ଟ ଲାଭ ବାନ ହୋଇ ପାରି ଥାନ୍ତି । ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଆମର ସରକାର ବିଭିନ୍ନ ସେବା ପାଇଁ ଭିନ୍ନ ଭିନ୍ନ ସବୁ ନିତୀ ନିୟମ ଜାରି ଥାନ୍ତି ଏବଂ ସେ ସବୁକୁ ଲୋକ ମାନଙ୍କୁ ମନେ ରଖିବା ପାଇଁ ଅଳ୍ପ ଟିକେ କଷ୍ଟ ହୋଇଥାଏ । ଆଉ ଠିକ୍ ସେହି କାରଣ ରୁ ସରକାର ଲୋକ ମାନଙ୍କ ସୁବିଧା ପାଇଁ ଏହି ସବୁ ଯୋଜନା ରେ ପରିବର୍ତ୍ତନ ଆଣିଛନ୍ତି ।

ପୁଣି ଥରେ ଗାଡି କାଗଚ ପତ୍ରର ଅବଧି 3ମାସ ବଢ଼ା ଯାଇଛି । କରୋନା ସଂକ୍ରମଣକୁ ନେଇ ଏପରି ଏକ ନିଷ୍ପତି ନିଆ ଯାଇଛି ବୋଲି ସୂଚନା ମିଳିଛି । କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷର ସୂଚନା ଅନୁସାରେ ଡ୍ରାଇଭିଂ ଲାଇସେନ୍ସ, ପରମିଟ୍, ଫିଟନେସ୍ ଆଦିର ଅବଧି ବର୍ତ୍ତମାନ 2021 ମାର୍ଚ୍ଚ ପର୍ଯ୍ୟନ୍ତ ବଢାଇ ଦିଆ ଯାଇଛି ।

ଯାହା ଅନୁସାରେ ଯେଉଁ ଗାଡିର ବୈଧି 2020 ଫେବୃଆରୀରେ ସରିବା ବର୍ତ୍ତମାନ ତାହା ବଢ଼ା ଯାଇ ତାର ବୈଧତା 2021 ମାର୍ଚ୍ଚ ପର୍ଯ୍ୟନ୍ତ କାର୍ଯ୍ୟକାରୀ ରହିବ । କେବଳ ଏତିକି ନୁହେଁ ଯେଉଁ ସବୁ ଗାଡିର କାଗଜ ପତ୍ରର ବୈଧତା 2021 ମାର୍ଚ୍ଚ 31 ସୁଦ୍ଧା ସରୁଛି ସେସବୁର ବୈଧତା ମଧ୍ୟ କାର୍ଯ୍ୟକାରୀ ରହିବ ।

କୋରନା ଭାଇରସର ସଂକ୍ରମଣ ଭୟରେ ଲୋକ ମାନେ ପ୍ରାୟତ ଘରେ ରହୁଛନ୍ତି । ସେଥିପାଇଁ ଲୋକମାନେ ନିଜର କାଗଜ ପତ୍ର ନବୀକରଣ କରିବା ପାଇଁ ହଇରାଣ ହେବାରୁ କେନ୍ଦ୍ର ପରିବହନ ସରକାର ଏପରି ଏକ ନିଷ୍ପତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ ଅନୁସାରେ ଏହି କରୋନା ସଂକ୍ରମଣର ସଙ୍କଟ ସମୟରେ ସାଧାରଣ ଲୋକ ନିଜ ଗାଡିର କାଗଚ ପତ୍ର ପାଇଁ ବେଶ୍ ଚିନ୍ତିତ ଥିଲେ ଏହି ସମୟରେ ସେମାନଙ୍କୁ ଏକ ପ୍ରକାର ବଡ ଆଶ୍ଵସ୍ତି ଦେଇ ମୋଟର ଯାନ ସଂପର୍କିତ ଫିଟନେସ୍, ପଞ୍ଜିକରଣ, ପରମିଟ୍, ପ୍ରଦୂଷଣ ସାର୍ଟିଫିକେଟ୍ ପରି କାଗଜପତ୍ର ଆଦିର ବୈଧତା ବର୍ତ୍ତମାନ 2021 ମାର୍ଚ୍ଚ 31 ପର୍ଯ୍ୟନ୍ତ ବଢାଇବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି।

ତେବେ ସରକାର ଙ୍କ ଯୋଜନା ଅନୁସାରେ ଏହି ଅଶ୍ୱକ୍ତି ଫଳରେ ଲୋକ ମାନଙ୍କୁ ନିଜ ଗାଡି କାଗଜ ପତ୍ର ର ନବୀକରଣ ପାଇଁ ବହୁତ୍ ସମୟ ମିଳି ପାରିବ । ଏହାକୁ ଦୃଷ୍ଟି ରେ ରଖି କେନ୍ଦ୍ର ସରକାର ଏପରି ଏକ ନିଷ୍ପତି ନେଇଛନ୍ତି । ତେବେ ଜଣାଇ ଦେଉଛୁ ଯେ ଏହା ପୂର୍ବରୁ ମଧ୍ୟ ଲକ୍‌ଡାଉନ୍‌ ମଧ୍ୟରେ ଯେଉଁ ସବୁ ଗାଡିର ଡ୍ରାଇଭିଂ ଲାଇସେନ୍ସ, ଆରସି, ଫିଟନେସ୍‌ ସାର୍ଟିଫିକେଟ୍, ପରମିଟ୍ ଓ ଅନ୍ୟ କାଗଜପତ୍ରର ବୈଧତା ସରିଯାଇ ଥିଲା ଏହା ର ଅବଧି ବୃଦ୍ଧି କରି 2020 ଡିସେମ୍ବର 31 କରାଯାଇ ଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।