Odisha News Portal

ପୁଣି ଥରେ ଜାରି ହେଲା ନାଇଟ କର୍ଫ୍ୟୁ ।। ଏହି ସବୁ ଜିଲ୍ଲା ରେ ରାତି ୮ ରୁ ସକାଳ ୬ ଯାଏଁ ସବୁ ବନ୍ଦ୍, ଶୀଘ୍ର ସେୟାର କରି ସମସ୍ତଙ୍କୁ ଜଣାନ୍ତୁ……

ଆପଣ ମାନଙ୍କ ପାଇଁ ଆସିଛି ଏକ ବହୁତ ହିଁ ବଡ ଖବର ଯାହା ହେଉଛି କି ପୁଣି ଥରେ ଲାଗୁ ହେଲା ନାଇଟ କର୍ଫ୍ୟୁ । ତେବେ ଆପଣ ମାନେ ଏହା ଶୁଣି ଆଶ୍ଚର୍ଯ୍ୟ ହେଉଥିବେ କାରଣ ଏହା ସେତେବେଳେ ହୋଇଥିଲା ଯେତେବେଳେ କରୋନାର ପ୍ରଭାବ ସାରା ଦୁନିଆରେ ବହୁତ ମାତ୍ରାରେ ବଡିଯାଇଥିଲା । ତେବେ ଏବେ ମଧ୍ୟ ସେହି କରୋନା ପାଇଁ ଏହି ନାଇଟ କର୍ଫ୍ୟୁ ଜାରି କରାଯାଇଛି । ତେବେ କରୋନାର ପ୍ରଭାବ ଏବେ ଆମେରିକାରେ ବହୁତ ମାତ୍ରାରେ ବଢିବାରେ ଲାଗିଛି । ସେହିପରି ଭାରତରେ ମଦ୍ୟ ଏବେ ଏହି କରୋନାର ପ୍ରଭାବ ଟିକେ କମିଥିଲେ ମଧ୍ୟ କେତେକ ସ୍ଥାନରେ ଏହାର ପ୍ରବାବ ବହୁତ ମାତ୍ରାରେ ବଢିବାରେ ଲାଗିଛି ।

ତେଣୁ ଏହାକୁ ଆଖି ଆଗରେ ରଖି ପୁଣି ଥରେ ନାଇଟ କର୍ଫ୍ୟୁ ଜାରି କରାଯାଇଛି । ତେବେ କରୋନାର ଏପରି ଏକ ହଠାତ ମାତ୍ରାରେ ବଢିବାର ଦେଖି ସରକାର ବହୁତ ଚିନ୍ତାରେ ପଡିଯାଇଛନ୍ତି । କାରଣ କେତେକ ସ୍ଥାନରେ କରୋନାର ବିସ୍ତାର ଦେଖି ଏହା ପୁଣି ଥରେ ଉଗ୍ର ରୂପ ଧାରଣ ନକରୁ ସେଥିପାଇଁ ଏଭଲି ଏକ ପଦକ୍ଷେପ ଗ୍ରହଣ କରାଯାଇଛି । ଭାରତ ର ବିଭିନ୍ନ ରାଜ୍ୟ ରେ ଏହି ସଂକ୍ରମଣ ରୋକିବା ବିଭିନ୍ନ ପ୍ରକାରର ବ୍ୟାପକ ପଦକ୍ଷେପ ନିଆ ଯାଇଛି ଓ ପୁଣି ଥରେ କଟକଣା ଜାରି କରାଯାଇଛି ।

ତେବେ ଏହି ନାଇଟ କର୍ଫ୍ୟୁରେ ରାତ୍ରି 8 ରୁ ସକାଳ 6 ଯାଏ ଏହି ନାଇଟ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ମହାରାଷ୍ଟ୍ର ସରକାର ଦିଲ୍ଲୀ ରୁ ମୁମ୍ବାଇ ଯାଉ ଥିବା ସମସ୍ତ ଟ୍ରାନ୍ସପୋର୍ଟ ସୁବିଧା ଯେମିତି କି ଟ୍ରେନ , ବିମାନ ସେବା ଆଦି ବନ୍ଦ୍ କରିବାକୁ ନିଷ୍ପତ୍ତି ନେଇଅଛନ୍ତି। ଏହା ସହିତ ଗୁଜରାଟ ଓ ମଧ୍ୟପ୍ରଦେଶ ସରକାର ପୁଣି ଏହାର ସଂକ୍ରମଣ କୁ ରୋକିବା ପାଇଁ ପୁଣି ଥରେ କର୍ଫ୍ୟୁ ଜାରି କରିଛି । ଏହା ସହିତ ଗୁଜୁରାଟ ଏବଂ ମଧ୍ୟପ୍ରଦେଶରେ ଯେଉଁ ସ୍ଥାନ ମାନଙ୍କର କରୋନା ବଢିଛି ସେହି ସ୍ଥାନରେ ପୁଣି ଲକଡାଉନ ଘୋଷଣା କରାଯିବ ବୋଲି ଜଣାପଡୁଛି ।ସରକାର ଙ୍କ କହିବା ଅନୁସାରେ ଲକଡାଉନ ଯୋଗୁଁ ପ୍ରାୟତଃ ସଂକ୍ରମଣ କମ୍ ଥିଲା କିନ୍ତୁ ଲକଡାଉନ ଉଠିବା ପରଠାରୁ ଏହି ସଂକ୍ରମଣ ବହୁତ୍ ଅଧିକ ବଢ଼ିବାରେ ଲାଗିଛି । ଆଉ ଏହି ସଂକ୍ରମଣ କୁ ରୋକିବା ପାଇଁ ଏହାର କୌଣସି ପ୍ରତିଷେଧକ ଟୀକା ମଧ୍ୟ ପ୍ରସ୍ତୁତ ହୋଇ ପାରି ନାହିଁ । ଏହାକୁ ଆଖିରେ ଆଗରେ ରଖି ଜୟପୁରରେ 144 ଧାରା ଅବଲମ୍ବନ କରାଯାଇ ଅଛି ।

ଏହା ସହିତ ରାଜସ୍ଥାନର 8 ଟି ଜିଲ୍ଲାରେ ଆଇନକୁ କଡାକଡି ନିଆଯାଇଛି ଏବଂ ଲୋକମାନଙ୍କୁ ବାହାରକୁ ନବାହାରିବା ପାଇଁ ମଧ୍ୟ ପରାମର୍ଶ ପ୍ରଦାନ କରାଯାଇଛି । ଯଦି ସରକାରଙ୍କର ଏହି ନିୟମ କେହି ନମାନନ୍ତି ତେବେ ତାଙ୍କ ପ୍ରତି କଡା କାର୍ଯ୍ୟନୁଷ୍ଟାନ ଗ୍ରହଣ କରାଯିବ । ଏହା ସହିତ ଏହି ଡିସେମ୍ବର ମାସରେ କରୋନାର ଦ୍ୱିତୀୟ ସହରୀ ଆସିବାକୁ ୟାଉଛି ତେଣୁ ସମସ୍ତଙ୍କୁ ସତର୍କତା ଅବଲମ୍ବନ କରିବା ନିତାନ୍ତ ଅବଶ୍ୟକ ।