Odisha News Portal

ହେ ଭଗବାନ ! ଘରୁ ସନ୍ଦିଗ୍ଧ ଅବସ୍ଥାରେ ମିଳିଲା ବଲିଉଡର ଏହି କମବୟଷ୍କା ଅଭିନେତ୍ରୀ ଙ୍କ ମୃତଦେହ : ନିଜ କୁକୁର ସହ ରହୁଥିଲେ ଏକୁଟିଆ…..

0 11

ପୁଣି ଏକ ଦୁଃଖଦ ଖବର ଆମ ମାନଙ୍କ ସାମ୍ନାକୁ ଆସିଛି ଯାହା ହେଉଛି କି ବଲିଉଡରେ ପୁଣି ଜଣେ ଅଭିନେତ୍ରୀ ଆର୍ଯ୍ୟା ବାନାର୍ଜୀଙ୍କ ପରଲୋକ ହୋଇ ଯାଇଛି । ଆପଣ ମାନେ ତ ଜାଣିଛନ୍ତି କି ଏହି 2020 ବର୍ଷ ଆରମ୍ଭ ହେବା ପାଖରୁ ଦେଶରେ ଅନେକ ପ୍ରକାର ସମସ୍ୟା ଲାଗି ରହିଛି , କରୋନା ସମସ୍ୟା ପାଇଁ ଏବେ ମଧ୍ୟ ଲୋକମାନେ ବହୁତ ଚିନ୍ତାରେ ରହିଛନ୍ତି । କରୋନାରେ ଅନେକ ଲୋକମାନେ ମୃତ୍ୟୁବରଣ କରିଛନ୍ତି ଏହା ସହିତ ଗତ ଚାରି ପାଞ୍ଚ ମାସ ହେବ କଲାକାର ଜଗତରେ ମଧ୍ୟ ଅନେକ ଲୋକମାନେ ନିଜର ପ୍ରାଣ ତ୍ୟାଗ କରିଛନ୍ତି । ସମସ୍ତ ନାମୀ ଦାମୀ କଲାକାର ମାନେ ଏହି ଗତ କିଛି ମାସ ତଳେ ନିଜର ପ୍ରାଣ ତ୍ୟାଗ କରିଛନ୍ତି । ବିଶେଷ କରି କହିବାକୁ ଗଲେ ବଲିଉଡର ଅନେକ ଅଭିନେତା ମାନେ ନିଜର ପ୍ରାଣ ହରାଇଛନ୍ତି ।

ଏହା ସହିତ ଏହି ବର୍ଷ ଅନେକ କଳାକାର ମାନେ ଆତ୍ମହତ୍ୟା କରିବାର ଦେଖିବାକୁ ମିଳୁଛି । ଏମିତି ଜଣାପଡୁଛି କି 2020 ବର୍ଷଟି କଳାକାର ମାନଙ୍କ ପାଇଁ ବା କଳାକାର ଜଗତ ପାଇଁ ଆଦୌ ଶୁଭ ନୁହେଁ । ତେବେ ଏବେ ମଧ୍ୟ ସେମିତି ଏକ ଘଟଣା ସଂପର୍କରେ ସୂଚନା ମିଳିଛି । ଆସନ୍ତୁ ଜାଣିବା କି ସଂପୂର୍ଣ୍ଣ ଘଟଣାଟି କଣ ଅଟେ ।

ଆର୍ଯ୍ୟା ବାନାର୍ଜୀଙ୍କୁ ତ ଆପଣ ମାନେ ଜାଣିଥିବେ ଯିଏ କି ବିଦ୍ୟା ବାଲାନଙ୍କର ଫିଲ୍ମ ଡାର୍ଟି ପିକଚରରେ ନଜର ଆସିଥିଲେ । ଆର୍ଯ୍ୟା ସିତାର ବାଦକ ନିଖିଳ ବନ୍ଦୋପାଧ୍ୟାୟଙ୍କ ଝିଅ ଥିଲେ। ତାଙ୍କର ଅସଲି ନାଁ ଦେବଦତ୍ତା ବାନାର୍ଜୀ । ମାତ୍ର ଆର୍ଯ୍ୟା ନିଜ କୁକୁର ସହିତ ସାଉଥ କୋଲକାତାରେ ବାସ କରୁଥିଲେ , ତେବେ ସେହି ସମୟରେ ଶୁକ୍ରବାର ଦିନ ତାଙ୍କ ମୃତଦେହ ସେହିଠାରୁ ମିଳିଛି ।

ସୂଚନା ଅନୁସାରେ କି ଆର୍ଯ୍ୟାଙ୍କ ନାକରୁ ରକ୍ତ ଏବଂ ବାନ୍ତିର ପ୍ରମାଣ ମିଳିଥିବା ଫରେନସିକ ଏକ୍ସପର୍ଟ ସୂଚନା ଦେଇଛନ୍ତି। ପୋଲିସ ଶବକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି । ମୃତ୍ୟୁ ବେଳକୁ ଆର୍ଯ୍ୟାଙ୍କୁ 33 ବର୍ଷ ବୟସ ହୋଇଥିଲା । ଆର୍ଯ୍ୟାଙ୍କ ଘରକୁ ପ୍ରତ୍ୟେକ ଦିନ କାମବାଲି ଆସୁଥିଲା ତେବେ ଶୁକ୍ରବାର ଦିନ ମଧ୍ୟ ସେ ଘରକୁ ଆସି କବାଟ ବାଡ଼େଇଥିଲେ ଏବଂ ଡାକିଥିଲେ ।

ମାତ୍ର ଆର୍ଯ୍ୟା ତାଙ୍କର କଥାର କିଛି ଉତ୍ତର ଦେଇନଥିଲେ । ଏହା ପରେ ସେ ପଡ଼ୋଶୀଙ୍କୁ ଏବିଷୟରେ ସୂଚନା ଦେଇଥିଲେ ଏବଂ ପୋଲିସକୁ ଏତଲା ଦିଆଯାଇଥିଲା । କବାଟ ଭିତରୁ ବନ୍ଦ ଥିଲା,ପରେ ପୋଲିସ୍ କବାଟ ଭାଙ୍ଗିଥିଲା। ମାମଲାର ତଦନ୍ତ ଏବେ ଜାରି ରହିଛି । ତେବେ ଆର୍ଯ୍ୟାଙ୍କ ରୁମରେ ଖାଲି ମଦ ବୋତଲ ଦେଖିବାକୁ ମିଳିଥିଲା । ମାତ୍ର ଏବେ ପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର ଅସଲ କାରଣ ଜଣାପଡିନାହିଁ , ତେବେ ପୋଷ୍ଟ ମର୍ଟମ ରିପୋର୍ଟ ଆସିଲେ , ତାହାର ଅସଲ କଥା ଜଣାପଡିବ ।