ଆଜିର ସବୁଠୁ ବହୁତ ବଡ ଖବର ହେଉଛି ସ୍କୁଲ ଖୋଲିବାକୁ ନେଇ । ମୁଖ୍ୟମନ୍ତ୍ରୀ ମାନ୍ୟବର ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କୁ ବହୁତ ବଡ ପରାମର୍ଶ ଦେଇଛନ୍ତି । ତେବେ ରାଜ୍ୟ ସରକାର କୋଭିଡ ସଂକ୍ରମଣକୁ ନଜର ରେ ରଖି ଏଭଳି ନିଷ୍ପତି ନେଇଛନ୍ତି । ତେବେ ସ୍କୁଲ ବନ୍ଦ ରହିଲେ ବି ପରୀକ୍ଷା ଏବଂ ନାମ ଲେଖା ପ୍ରକ୍ରିୟା ଜାରି ରହିବ ଏବଂ ଅନଲାଇନ୍ କ୍ଲାସ ମଧ୍ୟ ପୂର୍ବ ଭଳି ଜାରି ରହିବ । ତେବେ ଗଣଶିକ୍ଷା ବିଭାଗ ପ୍ରମୁଖ ସଚିବ ସତ୍ୟବ୍ରତ ସାହୁ ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ତେବେ ଡିସେମ୍ବର 2ୟ ସପ୍ତାହରେ କୋଭିଡ 19 ର 2ୟ ସଂକ୍ରମଣ ଲହର ଆସିବାର ଆଶଙ୍କା ରହିଛି । ତେବେ ପୂର୍ବରୁ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଥିଲେ ଯେ ଚଳିତ ମାସରେ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତି ନିଆ ଯାଇଥିଲା ତାକୁ ରାଜ୍ୟ ସରକାର ସାମୟିକ ଭାବେ ସ୍ଥଗିତ ରଖିଛନ୍ତି ।
ଚଳିତ ମାସରେ ନବମ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀ ଙ୍କର ସ୍କୁଲ ଖୋଲିବାକୁ ନିଷ୍ପତି ନିଆ ଯାଇଛି । ଆସନ୍ତା ବର୍ଷ 2021 ରେ ଜାନୁଆରି ମାସରେ ସ୍କୁଲ ଖୋଲିବାରେ ବହୁ ମାତ୍ରାରେ ସମ୍ଭାବନା ରହିଛି । ତେବେ ନୂଆ ବର୍ଷ 2021 ମସିହା ର ଜାନୁଆରି ର ପ୍ରଥମ ସପ୍ତାହ ରେ ନବମ ରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ର ଛାତ୍ରୀଙ୍କର ସ୍କୁଲ ଖୋଲିବାର ବହୁ ମାତ୍ରାରେ ସମ୍ଭାବନା ରହିଛି ।
ତେବେ ଚଳିତ ମାସ ରେ ସ୍କୁଲ ଖୋଲିବା ନେଇ ଯେଉଁ ନିଷ୍ପତି ନିଆ ଯାଇ ଥିଲା ତାକୁ ରାଜ୍ୟ ସରକାର ସାମୟିକ ଭାବରେ ସ୍ଥଗିତ ରଖିଛନ୍ତି । ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାନ ଏ ନେଇ ତାଙ୍କର ପ୍ରତି କ୍ରିୟା ରଖିଛନ୍ତି . ତେବେ ସେ କହିଛନ୍ତି ରାଜ୍ୟ ରେ ଡିସେମ୍ବର ମାସ ଦ୍ବିତୀୟ ପର୍ଯ୍ୟାୟ ରେ ସଂକ୍ରମଣ ନେଇ ଆଶଙ୍କା ପ୍ରକାଶ ପାଇଛି । ତେଣୁ ଏହାକୁ ଦୃଷ୍ଟି ରେ ରଖି ଏହି ନିଷ୍ପତି ନିଆ ଯାଇଛି । ତେବେ ଆସନ୍ତା ବର୍ଷ ଜାନୁଆରୀ ମାସ ସ୍କୁଲ ପ୍ରଥମ ସପ୍ତାହ ରେ ଖୋଲିବର ବହୁ ମାତ୍ରା ରେ ସମ୍ଭାବନା ରହିଛି ।
ତେଣୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟରେ ସାରା ଦେଶ ଏହି ମହାମାରୀ କରୋନା ଭଳି ସମସ୍ୟା ଘେର ଭିତରେ ଛନ୍ଦି ହୋଇ ରହିଛନ୍ତି । ସାରା ଦେଶରେ ଲକଡାଉନ ସଟଡାଉନ୍ ପରେ ବର୍ତ୍ତମାନ ଅନଲକ୍ ପ୍ରକ୍ରିୟା ମଧ୍ୟ ଜାରି ହୋଇଛି । ଆଉ ଯେଉଁ କାରଣରୁ ଏବେ ପୁଣି ସବୁ ଖୋଲିବାର ନିଷ୍ପତି ନିଆ ଯାଇଛି । ଯାହା ବର୍ତ୍ତମାନ ଧିରେ ଧିରେ ଖୋଲିବାରେ ମଧ୍ୟ ଲାଗିଛି । କିନ୍ତୁ ଏବେ ପର୍ଯ୍ୟନ୍ତ ସବୁ କିଛି ସଂମ୍ପୂର୍ଣ୍ଣ ରୂପେ ମଧ୍ୟ ଖୋଲିବାର ନିର୍ଦ୍ଦେଶନାମା ଜାରି କରା ଯାଇ ନାହିଁ । ତେଣୁ ଆପଣ ମାନ ସବୁବେଳେ ଏଥି ପ୍ରତି ସାବଧାନ ତଥା ସତର୍କ ରୁହନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।