ଏଲଆଇସିର ସାନଦାର ପ୍ଲାନ । ଥରେ ଟଙ୍କା ଦିଅନ୍ତୁ ସାରା ଜୀବନ ମାଲେମାଲ ହୁଅନ୍ତୁ । ଗୋଟିଏ କିସ୍ତି ଭରିଲେ ମାସକୁ ମିଳିବ 19 ହଜାର ଟଙ୍କା । ଗ୍ରାହକଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ଜାବନ ବୀମା ନିଗମ ସବୁବେଳେ କିଛି ନାଁ କିଛି ନୂଆ ତଥା ଆକର୍ଷଣିୟ ଇନସୁରାନସ୍ ପ୍ଲାନ ଲଞ୍ଚ କରିଥାଏ । ନିକଟରେ LIC ଏକ ସ୍ବତନ୍ତ୍ର ଯୋଜନା ଆରମ୍ଭ କରିଛି । ଯେଉଁଥିରେ ଥରେ ମାତ୍ର ଟଙ୍କା ଲଗାଇ ସାରା ଜୀବନ ଆୟ କରିବାର ସୁବିଧା ରଖା ଯାଇଛି । ତେବେ LIC ର ଏହି ବିଶେଷ ପ୍ଲାନ୍ ର ନାମ ରହିଛି ଜୀବନ ଅକ୍ଷୟ ବା LIC Jeevan Akshay VI । ଯଦି ଆପଣ ବୃଦ୍ଧ ଅବସ୍ଥାରେ ପେନସନ୍ ର ଆଶା ରଖୁଛନ୍ତି ତେବେ ଆପଣ ଚାହିଁଲେ LIC ର ଏହି ପ୍ଲାନ ର ଫାଇଦା ଉଠାଇ ପାରିବେ । ଆପଣ ଚାହିଁଲେ ଏହି ଯୋଜନାକୁ ଉଭୟ ଅନଲାଇନ ଓ ଅଫ ଲାଇନ ରେ କିଣି ପାରିବେ । ଏବେ ଆସନ୍ତୁ ଜାଣିବା LIC ର ଏହି ନୂଆ ଯୋଜନା ସଂପର୍କରେ ।
LIC ର ଏହି ନୂଆ ପଲିସିର ନାମ ରହିଛି ଜୀବନ ଅକ୍ଷୟ 7 ପ୍ଲାନ୍ ନମ୍ବର 857 । ଏହି ସିଙ୍ଗେଲ୍ ପ୍ରିମିୟମ ବିଶିଷ୍ଠ ଅଣ ଲିଙ୍କ୍ ଅଂଶ ଗ୍ରହଣ କାରୀ ଏବଂ ବ୍ୟକ୍ତିଗତ ବାର୍ଷିକ ଯୋଜନା । ତେବେ ଭାରତୀୟ ଜୀବନ ବୀମା ନିଗମ ର ଏହି ପଲିସି ଚଳିତ ବର୍ଷ ଅଗଷ୍ଟ ମାସ 25 ତାରିଖରୁ ଆରମ୍ଭ ହୋଇଛି ।
LIC ର ଏହି ପ୍ଲାନ ଟି 30 ରୁ 85 ବର୍ଷ ପର୍ଯ୍ୟନ୍ତ ବୟସ ର ବ୍ୟକ୍ତିଙ୍କ ପାଇଁ ଉଦ୍ଧିଷ୍ଟ । ସେହି ଭଳି LIC ର ଏହି ପଲିସିରେ ଆପଣ ସର୍ବନିମ୍ନ 1 ଲକ୍ଷ ଟଙ୍କା ନିବେଶ କରି ପାରିବେ ଏବଂ ସର୍ବାଧିକ ନିବେଶର କୌଣସି ସୀମା କଂପାନୀ ପକ୍ଷରୁ ସ୍ଥିର କରା ଯାଇ ନାହିଁ । 4 ଲକ୍ଷ 72 ହଜାର ଟଙ୍କା ନିବେଶ କରିଛନ୍ତି ତେବେ ଆପଣଙ୍କୁ ଏଥି ପାଇଁ ପ୍ରତି ମାସରେ 19 ହଜାର ଟଙ୍କା ପେନସନ ବାବଦକୁ ମିଳିବ ବୋଲି କଂପାନୀ ତରଫରୁ ସୂଚନା ଦିଆ ଯାଇଛି ।
ତେବେ LIC ର ଏହି ପ୍ଲାନ କୁ ଆପଣ ମାସିକିଆ, ତିନି ମାସିଆ, ଛଅ ମାସିଆ ଏବଂ ବର୍ଷକ ପାଇଁ ବାର୍ଷିକ ମୋଡରେ କିଣି ପାରିବେ ଏବଂ ଏଥିରେ ବର୍ଷକୁ ଗ୍ରାହକଙ୍କୁ ସର୍ବନିମ୍ନ 12 ହଜାର ଟଙ୍କା ପେନସନ ବାବଦକୁ ମିଳିବ । ସେହିଭଳି ଏହି ପଲିସିରେ ଗୋଟିଏ ହିଁ ପରିବାରରୁ ଦୁଇ ଜଣ ସଦସ୍ୟ ସ୍ବାମୀ ସ୍ତ୍ରୀ କିମ୍ବା ଭାଇ ଭଉଣୀ ମଧ୍ୟମରେ ଜଏଣ୍ଟ ଲାଇଫରେ କିଣି ପାରିବେ । ତେବେ କୌଣସି ବି ବାର୍ଷିକ ଯୋଜନାରେ ନିବେଶ କରା ଯାଇଥିବା ଅର୍ଥ ରାଶି ଉପରେ ସୁଧ ଲଗାଇ ଏକ ନିର୍ଦ୍ଦିଷ୍ଟ ସମୟ ପରେ ଇନକମ୍ ମିଳିଥାଏ । ଏହି ଯୋଜନାରେ ପ୍ରତିମାସ ରୋଜଗାର ମଧ୍ୟ କରିପାରିବେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।