Odisha News Portal

ହେ ଭଗବାନ ! 2020 ରେ ପୁଣି ପରଲୋକରେ ବଲିଉଡ୍‌ର ଆଉଜଣେ ଅଭିନେତା ! ମୃତ ଖବର ପାଇବା ପରେ କଳାଜଗତରେ ଶୋକରଛାୟା ଭରିଯାଇଛି….

ବଲିଉଡ ପାଇଁ ପୁଣି ଏକ ଦୁଖଃଦ ଖବର । ଆଖି ବୁଜିଲେ ବଲିଉଡର ଜଣାଶୁଣା, ଫେମସ୍ ତଥା ଦିଗଜ ଅଭିନେତା ରବି ପଟବର୍ଦ୍ଧନ । ମାତ୍ର 84 ବର୍ଷ ବୟସରେ ହିଁ ସେ ଚିର ଦିନ ପାଇଁ ଏ ଦୁନିଆରୁ ବିଦାୟ ନେଇଗଲେ । ତାଙ୍କର ମୃତ୍ୟୁ ସାରା ବଲିଉଡରେ ଶୋକର ଲହରୀ ଖେଳାଇ ଦେଇଛି । ଏମିତିରେ ଦେଖିବାକୁ ଗଲେ 2020 ମସିହାଟି ବହୁତ ଖରାପ ଚାଲି ଥିବାର ପ୍ରମାଣିତ ହୋଇଛି । କରୋନାର ଆତଙ୍କ ବର୍ତ୍ତମାନ ସାରା ବିଶ୍ବକୁ ତଥା ସାରା ଦେଶକୁ ଆତଙ୍କିତ ତଥା ଭୟଭୀତ କରି ରଖିଛି ।

ଏପରି ସମୟରେ ଆପଣ ମାନେ ଜାଣିଥିବେ ସାରା ଦେଶରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କର ବିୟୋଗ ଘଟିବା ଫଳରେ ତାହା ଗୋଟିଏ ଗୋଟିଏ ଅପୂରଣୀୟ କ୍ଷତି ପହଞ୍ଚାଇ ଦେଇଯାଉଛି ଭାରତକୁ । ଯାହାକୁ ପୂରଣ କରିବା ପାଇଂ ସକ୍ଷମ ହୋଇ ପାରୁ ନଥିବା ବେଳେ ପୁଣି ଗୋଟିଏ ଦୁଃଖଦ ଘଟଣା ଘଟିବାରେ ଲାଗିଛି ।


ନିକଟରେ ବଲିଉଡ ଜଗତ ପାଇଂ ମଧ୍ୟ ଏହି ବର୍ଷଟି ଆରମ୍ଭରୁ ବହୁତ ଖରାପ ପ୍ରମାଣିତ ହୋଇଛି । ଯାହା ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ । ତେବେ ଏପରି ପରିସ୍ଥିତିରେ ପୁଣି ଏକ ଦୁଃକଦ ଖବର ଆସିଛି ବଲିଉଡ ଜଗତ ପାଇଁ । ବଲିଉଡରେ ଜଣକ ପରେ ଜଣଙ୍କର ବିୟୋଗ ସାରା ବଲିଉଡ ଜଗତକୁ ଯେଉଁ କ୍ଷତି ତଥା ଶୋକ ସାଗରରେ ଭସାଇ ଦେଇ ଯାଉଛି ତାହା ଶବ୍ଦରେ କହିବା ସମ୍ଭବପର ନୁହେଁ । ତେବେ ପୁଣି ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ଗୋଟିଏ ବହୁତ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି ।

ଭେଟେରାନ୍ ଅଭିନେତା ରବି ପଟବର୍ଦ୍ଧନଙ୍କର ହୃଦଘାତରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ 84 ବର୍ଷ ହୋଇଥିଲା। ଶନିବାର ରାତିରେ ରବି ପଟବର୍ଦ୍ଧନଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହୋଇଥିଲା, ଯାହା ପରେ ତାଙ୍କୁ ସ୍ଥାନୀୟ ପ୍ରାଇଭେଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ଉନ୍ନତି ହୋଇନଥିଲା ଏବଂ ରବିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ।

ଚଳିତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ ତାଙ୍କୁ ହୃଦଘାତ ହୋଇଥିଲା, ଯାହା ପରେ ସେ ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ହୋଇଥିଲେ। ଲକଡାଉନ୍ ବେଳେ ରବି ପଟବର୍ଦ୍ଧନ ସେଟ୍‌ରେ କାମ ବନ୍ଦ କରିବା ମଧ୍ୟ କରିଦେଇ ଥିଲେ। କରୋନା ଭାଇରସ୍ କାରଣରୁ ନିଜ ସ୍ୱାସ୍ଥ୍ୟକୁ ଆଖି ଆଗରେ ରଖି ସେ ଏହି ନିଷ୍ପତ୍ତି ନେଇଥିଲେ।

ସୂଚନାଯୋଗ୍ୟ, ଏହି ଦିବଙ୍ଗତ ଅଭିନେତା ଜଣକ ନିଜ କ୍ୟାରିୟରରେ 200ରୁ ଅଧିକ ଫିଲ୍ମରେ କାମ କରିଛନ୍ତି। ପେସାରେ ଜଣେ ମରାଠୀ ଅଭିନେତା ଭାବେ କ୍ୟାରିୟର ଆରମ୍ଭ କରିଥିବା ପଟବର୍ଦ୍ଧନ ହିନ୍ଦୀ ଫିଲ୍ମରେ ନିଜର ନିଖୁଣ ଅଭିନୟର ପରିଚୟ ଦେଇଛନ୍ତି। ସେ ୟେଶୱନ୍ତ 1997, ତେଜାବ ଓ ଅଙ୍କୁଶ ଭଳି ହିନ୍ଦୀ ଫିଲ୍ମରେ ଅଭିନୟ କରିଛନ୍ତି। ଏହାବ୍ୟତୀତ ଜଣାଶୁଣା ମରାଠୀ ଫିଲ୍ମ ଆଶା ଅସଭ୍ୟ ସନ୍ (1981), ଉମବର୍ତା (1982), ଝାଞ୍ଜାର (1987) ଓ ଜ୍ୟୋତିବା ଫୁଲେ (2019)ରେ ଅଭିନୟ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।