ଆଜି ଆମେ ଆପଣ ମାନଙ୍କୁ ଏପରି ଏକ କଥା ବିଷୟରେ କହିବୁ ଯେଉଁ କଥା ଶୁଣିଲେ ସାରା ଓଡିଶା ବାସୀ ଆଶ୍ଟର୍ଯ୍ୟ ଚକିତ ହୋଇଯିବେ । ତେବେ ଆଜିର ସମାଜ ଏତେ ତଳକୁ ଖସି ଗଲାଣି ଯାହା ସମସ୍ତ ଲୋକମାନଙ୍କ ପାଇଁ ଏକ ଲଜ୍ଜ୍ୟାକର କଥା ଅଟେ । ପୁଣିଥରେ ସାମ୍ନାକୁ ଆସିଲା ଲେବା ସ୍ରମରେ ଛାତ୍ରୀ ଗର୍ଭବତୀ ଘଟଣା । କନ୍ଧମାଳ ବେଲଘର ନିକଟସ୍ଥ ରଙ୍ଗାପାରୁ ଏଜୁକେସନ କମ୍ପ୍ଲେକ୍ସ ରେ ଥିବା ସେବାଶ୍ରମ ରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଗର୍ଭବତୀ ଘଟଣାଏବେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଛାତ୍ରୀ ଜଣକ ଏବେ 4 ମାସର ଗର୍ଭବତୀ ଅଛନ୍ତି । ଛାତ୍ରୀଙ୍କର ଡାକ୍ତରୀ ପରୀକ୍ଷା କରିଯିବା ସହ ବେଲଘର ଥାନାରେ ସେବାଶ୍ରମ ପ୍ରଧାନ ଶିକ୍ଷକ ଅଭିଯୋଗ କରିଛନ୍ତି ।
ଏହି ମାମଲାରେ ଜଣେ ଛାତ୍ରଙ୍କୁ ଗିରଫ କରାଯାଇଛି । ସେବାସ୍ରମ ଗୁଡିକ ଅସୁରକ୍ଷିତ ନେଇ ଚଳିତ ବିଧାନସଭାରେ ପ୍ରସଙ୍ଗ ପଡିଥିଲା । ବିରୋଧୀ ମାନେ ସେବାଶ୍ରମର ସୁରକ୍ଷା ନେଇ ପ୍ରଶ୍ନ କରିଥିଲେ । ତେବେ କିଛି ମାସ ତଳେ କନ୍ଧମାଳର ଦାରିଙ୍ଗବାଡି ସେବାସ୍ରମରେ ଏକ ଛାତ୍ରୀ ଗର୍ଭ ଧାରଣ କରିବା ଘଟଣା ସାରା ରାଜ୍ୟରେ ଏକ ଲଜ୍ଜ୍ୟାକର ଘଟଣା ଘଟିଥିଲା । ତେବେ ପୁଣି ଏକ ସେବାଶ୍ରମ ପରିସରରେ ସେହିପରି ଏକ ଘଟଣା ଘଟିବା ତାହା ଏକ ସଂପୂର୍ଣ୍ଣ ନିନ୍ଦନୀୟ ଘଟଣା ଅଟେ ।
ତେବେ ଏହିପରି ଏକ ନିନ୍ଦନୀୟ ଘଟଣା ଘଟିବା ପରେ ମଧ୍ୟ ପ୍ରଶାସନ ଏହାକୁ ହଟାଇବା ପାଇଁ ଚେଷ୍ଟା କରିଥିଲା କାରଣ ବିଧାନସଭାରେ ଆରମ୍ଭରୁ ହିଁ ଏହି ସେବାଶ୍ରମରେ ଛାତ୍ରୀ ଅସୁରକ୍ଷିତ ନେଇ ଯେଉଁ ଭଲି ଭାବରେ ବିରୋଧୀ ମାନେ ଅଭିଯୋଗ କରିଥିଲେ ତେବେ ସେହି ଚାପର ବଶବର୍ତ୍ତୀ ନହେବା ପାଇଁ ଜିଲ୍ଲା ପ୍ରଶାସନ ଏହାକୁ ସଫେଇ ଦେବା ପାଇଁ ପ୍ରାୟ ଏକ ମାସ ଧରି ଝିଅ ଗର୍ଭ ଧାରଣ ହେବା ପରେ ମଧ୍ୟ ତାଙ୍କର କୌଣସି ଚିକିତ୍ସା କରାଇନଥିଲେ ।
ଯାହା ଫଳରେ କି ଝିଅଟି ଦୁଇ ଦିନ ହେବ ଅସୁସ୍ଥ ହୋଇପଡିଥିଲା ଯାହା ପରେ ଏହି କଥାଟି ସମସ୍ତଙ୍କ ସମ୍ନାକୁ ଆସିଥିଲା । ତେବେ ଯେଉଁ ଭଲି ଭାବରେ ଝିଅ ମାନେ ଅସୁରକ୍ଷିତ ନେଇ ବିଧାନ ସବାରେ ଚର୍ଚ୍ଚା ହେଉଛି ବୋଲି ଏକ ଲଜ୍ଜ୍ୟାଜନକ କଥାକୁ କନ୍ଧମାଳକୁ ନଆସୁ ବୋଲି ପ୍ରସାସନ ଯେତେ ଚେଷ୍ଟା କଲେ ମଧ୍ୟ ବିଫଳ ହୋଇଛନ୍ତି ।
ତେବେ ଏବେ ମଧ୍ୟ ପ୍ରଶ୍ନ ଉଠୁଛି କି କି ଛାତ୍ରୀ ମାନେ କେବେ ନିଜକୁ ସୁରକ୍ଷିତ ମନେ କରିବେ । ତେବେ ଏହି ଘଟଣାରେ ଏବେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ମାତ୍ର କେତେଦିନ ପର୍ଯ୍ୟନ୍ତ ଏହିପରି ଛାତ୍ରୀ ମାନେ ଗର୍ଭବତୀ ହେଉଥିବେ ଏବଂ କେବେ ଏହାର ସମାଧାନ ଆସିବ ସେ ନେଇ ସମସ୍ତେ ଏବେ ସରକାର ଙ୍କୁ ପ୍ରଶ୍ନ କରିଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।