Odisha News Portal

ହେ ଭଗବାନ ! ପୁଣି ବଲିଉଡରୁ ଆସିଲା ଦୁଖଃଦ ଖବର,ବହୁତ କମ ବୟସରେ ଗାୟକଙ୍କ ରୋଡ଼ ଆକ୍ସିଡେଣ୍ଟରେ ମୃତ୍ୟ ହେଲା ! ଜାଣନ୍ତୁ କିଏ ?

ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ପୁଣି ଏକ ଦୁଖଃଦ ତଥା ଶୋକ ଖବର ଆସିଛି । ବଲିଉଡ ର ଫେମସ୍ ସିଙ୍ଗର ନିତିନ ବାଲି ଙ୍କ ପରଲୋକ ହୋଇ ଯାଇଛି । 47 ବର୍ଷୀୟ ନିତିନ ବାଲି ଙ୍କ ଏକ ସଡକ ଦୁର୍ଘଟଣାରେ ଗୁରୁତର ଅବସ୍ଥା ହୋଇଥିଲା ଏବଂ ପରେ ସେ ସୁସ୍ଥ ହୋଇ ଡିସଚାର୍ଜ ହୋଇଥିଲେ କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ତାଙ୍କର ମୃତ୍ୟୁ ରେ ସାରା ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳାଇ ଦେଇଛି । ତେବେ ଚାଲନ୍ତୁ ଜାଣିବା କଣ ରହି ଥିଲା ସଂମ୍ପୂର୍ଣ୍ଣ ଘଟଣା ଏବଂ କଣ ପାଇଁ ସେ ସୁସ୍ଥ ହେବା ପରେ ମଧ୍ୟ ତାଙ୍କର ମୃତ୍ୟୁ ଘଟିଲା ।

ତେବେ ନୀଲେ ନୀଲେ ଅମ୍ବର ପେ ଏବଂ ଚୁକର ମେରେ ମ୍ୟାନ କୋ ଭଳି ସୁପରହିଟ୍ ଗୀତର ରେଡକ୍ସ ସଂସ୍କରଣ ଗାଇଥିବା ଜଣାଶୁଣା ଚେହେରା ତଥା ଗାୟକ ନିତିନ ବାଲି ମଙ୍ଗଳବାର ସକାଳେ ମୁମ୍ବାଇ ଡାକ୍ତରଖାନାରେ 47 ବର୍ଷ ବୟସରେ ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ।

ଖବର ଅନୁଯାୟୀ, ମୁମ୍ବାଇର ଏସଭି ରାସ୍ତାରେ ତାଙ୍କ କାର ଡିଭାଇଡର କୁ ଧକ୍କା ଦେବା ପରେ ସ୍ୱର୍ଗତ ଗାୟକ ଗୁରୁତର ଆହତ ହୋଇଥିଲେ । ଆଉ ଏହାପରେ ତାଙ୍କୁ ବିଳମ୍ବ ନକରି ଯଥାଶିଘ୍ର ଡାକ୍ତରଖାନା ନିଆଯାଇଥିଲା, ସେଠାରେ ତାଙ୍କ ମୁହଁରେ ଆଘାତ ଲାଗି ଥିବା ଯୋଗୁଁ ଷ୍ଟିଚ୍ ଏବଂ ଚିକିତ୍ସା କରାଯାଇ ଥିଲା । ଏହାପରେ ତାଙ୍କୁ ଡିସଚାର୍ଜ ମଧ୍ୟ କରି ଦିଆ ଯାଇଥିଲା ।

କିନ୍ତୁ ଘରେ ପହଞ୍ଚିବା ମାତ୍ରେ ତାଙ୍କ ଅବସ୍ଥା ଅଧିକ ବିଗିଡି ଯାଇଥିଲା । ତେଣୁ ନିତିନ ଙ୍କୁ ପୁଣି ଥରେ ଡାକ୍ତରଖାନା ନିଆଯାଇ ଥିଲା । ହେଲେ ତାଙ୍କର ରକ୍ତଚାପ ଏବଂ ହୃଦସ୍ପନ୍ଦନ ହ୍ରାସ ପାଇ ତାଙ୍କ ଅବସ୍ଥା ବିଗିଡି ଯାଇଥିଲା ଏବଂ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ତେବେ ସ୍ପଟବୋଇ ରିପୋର୍ଟ ଅନୁସାରେ, ନିତିନ ବାଲି ଙ୍କ ଅନ୍ତିମ ସଂସ୍କାର ବୁଧବାର ଦିନ ହୋଇ ସାରିଛି । 1998 ଆଲବମ୍ ନା ଜାନା ସହିତ ନିତିନ ବାଲି ଭାରତୀୟ ସଙ୍ଗୀତ ଇଣ୍ଡଷ୍ଟ୍ରିରେ ଡେବ୍ୟୁ କରିଥିଲେ ।

ଆଉ ଅନ୍ୟ ମାନଙ୍କ ମଧ୍ୟରେ ନୀଲେ ନୀଲେ ଅମ୍ବର ପେ, ଚୁକର ମେରେ ମ୍ୟାନ୍ କୋ, ଏକ ଅଜାନବି ହସିନା ସେଣ୍ଡ ପାଲ ପାଲ ଦିଲ କେ ପାସ ଭଳି ରେଡକ୍ସ ସଂସ୍କରଣ ଗାଇବା ପାଇଁ ନିତିନ ବେଶ୍ ଜଣାଶୁଣା ଥିଲେ । ତେବେ ନିତିନ ବାଲି ଶେଷ ଥର 2012 ମସିହା ରେ ଚଳଚ୍ଚିତ୍ର ଲାଇଫ କି ତୋ ଲାଗ ଗାଇ ପାଇଁ ଏକ ଗୀତ ଗାଇଥିଲେ ।

ତେବେ ବଲିଉଡ ଗାୟକ ନିତିନ ବାଲି ଟେଲିଭିଜନ ଅଭିନେତ୍ରୀ ରୋମା ବାଲି ଙ୍କୁ ବିବାହ କରିଥିଲେ, ଯିଏ ସିଲସିଲା ବାଦଲଟେ ରିଶଟନ୍ କା ଭଳି ଶୋ’ରେ ଅଭିନୟ କରିଥିଲେ । ତେବେ ନିତିନ ମଧ୍ୟ ପୂର୍ବରୁ ଭିଜେ ଏବଂ ଟିଭି ଅଭିନେତ୍ରୀ ରୁବି ଭାଟିଆ ଙ୍କୁ ବିବାହ କରିଥିଲେ ।

ସବୁଠାରୁ ବଡ କଥା ହେଉଛି ନିତିନ ଙ୍କ ଏପରି ବିୟୋଗ ସାରା ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳାଇ ଦେଇଛି କାହିଁକି ନାଁ 2020 ମସିହାଟି ବହୁତ ଖରାପ ବୋଲି ବଲିଉଡ ପାଇଁ ପ୍ରମାଣିତ ହୋଇ ସାରିଥିବା ବେଳେ 2021 ଆରମ୍ଭ ରୁ ଏପରି ଘଟଣା ନିଶ୍ଚିତ ଭବାରେ ଏକ ବିଡମ୍ବନାର ବିଷୟ ଅଟେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।