Odisha News Portal

ହେ ଭଗବାନ ! ଆସୁଛି ଅନ୍ୟ ଏକ ବାତ୍ୟା ( ନିଭାର ), ଆଜି ଠାରୁ 27 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା , ଏହି ସବୁ ଜିଲ୍ଲାକୁ ସତର୍କତା ଜାରି କଲା ପାଣିପାଗ କେନ୍ଦ୍ର…..

ଆସିବାକୁ ଯାଉଛି ଅନ୍ୟ ଏକ ବାତ୍ୟା ନିଭାର । ଆସନ୍ତା 25 ରୁ 27 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା । ତେବେ ଏହି ବାତ୍ୟାର ପ୍ରବାବ ଓଡିଶାରେ କିପରି ରହିବ ଏବଂ ଏହି ବାତ୍ୟା ବିଷୟରେ ପାଣିପାଗ ବିଭାଗ କଣ କହୁଛି ଆସନ୍ତୁ ଜାଣିବା ସେ ବିଷୟରେ । ଭାରତ ମହାସାଗର ଏବଂ ସଂଲଗ୍ନ ପୂର୍ବ ଦକ୍ଷିଣ ମହାସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଶଲ ଆସନ୍ତା 48 ଘଣ୍ଟା ମଧ୍ୟରେ ଅଧିର ଘନୀଭୁତ ହୋଇ ବାତ୍ୟାର ରୂପ ନେବ । 25 ତାରିଖ ବୁଧବାର ମଧ୍ୟାହ୍ନରେ ଏହା ପଦୁଚେରୀ ଏବଂ ତାମିଲନାଡୁ ଦେଇ ଗତି କରିବ ।

ପାଣିପାଗ ବିଭାଗର ଏହି ବାତ୍ୟାକୁ ଲକ୍ଷ୍ୟ କରି ଏହାର ନାମ ନିଭାର ବୋଲି ରଖିଛି । ମାତ୍ର ଆସ୍ୱସ୍ତି କର କଥା ଏହା କି ଓଡିଶା ଉପରେ ଏହାର ସିଧା ପ୍ରଭାବ ପଡିବ ନାହିଁ । 25 ଏବଂ 26 ତାରିଖରେ କିଛି ମାତ୍ର ଜିଲ୍ଲାକୁ ଛାଡିଦେଲେ ରାଜ୍ୟର କେତେତ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

ଏହା ସହିତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ହେବ ଏବଂ ଏହା ଦ୍ୱାରା ଶୀତ କମିବ ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର କହିଛି । ତାମିଲ ନାଡୁ ସମେତ ବାତ୍ୟା ନିଭାର ଦକ୍ଷିଣ ଭାରତରେ ବାତ୍ୟା ନିଭାରର ବିଶେଷ ପ୍ରଭାବ ପଡିବ । ମାତ୍ର ଓଡିଶାରେ ବର୍ଷା ହେବ , 25 ରୁ 27 ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ , କେନ୍ଦ୍ରପଡା , ଏବଂ ଭଦ୍ରକ ଆଦି ଜିଲ୍ଲାକୁ ଛାଡି ରାଜ୍ୟର ପ୍ରାୟ ଅନ୍ୟ ସମସ୍ତ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ସମସ୍ତ ଜିଲ୍ଲାରେ ବର୍ଷା ହେବ 26 ତାରିଖରୁ ବର୍ଷା ବଢିବ ।

ଏହା ବ୍ୟତୀତ ମଧ୍ୟ କୋରାପୁଟ , ବଲାଙ୍ଗିର , କଳାହାଣ୍ଡି ମଧ୍ୟମ ଧରଣର ଏବଂ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ । ତେବେ ଗଞ୍ଜାମ , ଗଜପତି , କନ୍ଧମାଳ , ବୌଦ୍ଧ , ସୋନପୁର , ସମ୍ବଲପୁର , ଢେଙ୍କାନାଳ ଓ ଅନୁଗୁଳରେ ସ୍ୱଳ୍ପ ଏବଂ ମଧ୍ୟମ ଧରଣର ବର୍ଷା ସ୍ଥାନେ ସ୍ଥାନେ ହୋଇପାରେ . ପୁରୀ , ଖୋର୍ଦ୍ଦା , ନୟାଗଡ , କଟକ , କେନ୍ଦୁଝର , ଦେବଗଡ , ମୟୂରଭ୍ଞ୍ଜ ଏବଂ ବାଲେଶ୍ୱରରେ ହାଲକା ବର୍ଷା ହୋଇପାରେ ।

ସାମ୍ଭାବ୍ୟ ବାତ୍ୟା ଯୋଗୁଁ 24 ତାରିଖରୁ ଶୀତ କମିବ ଏବଂ 29 ତାରିଖ ପାଖରୁ 3 ତାରିଖ ପୂର୍ବରୁ ରାଜ୍ୟରେ ବିଶେଷ ଶୀତର ସମ୍ଭାବନା ନାହିଁ ବୋଲି ପାଣିପାଗ ବିଭାବ କହିଛନ୍ତି । ତେଣୁ ଆପଣ ମାନେ ଏହି ବାତ୍ୟା ଏବଂ ଆଗକୁ ହେବାକୁ ଥିବା ବର୍ଷା ପାଇଁ ସତର୍କ ରୁହନ୍ତୁ । କାରଣ ଏବେକା କରୋନା ସମୟରେ ଆପମ ମାନେ ଯେତେ ସତର୍କ ରହିବେ ତାହା ଆପଣ ମାନଙ୍କ ପାଇଁ ସେତେ ଭଲ ହେବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।