Odisha News Portal

ପୁଣି ସୃଷ୍ଟି ହେବାକୁ ଯାଉଛି ଆଉ ଗୋଟିଏ ଲଘୁଚାପ ! 7ଟି ଜିଲ୍ଲାକୁ କଡା ସତର୍କ , ଆଜିଠୁ ରାଜ୍ୟରେ ପ୍ରବଳ ବର୍ଷା ସହିତ ପବନ, ଜାରିହେଲା ବାତ୍ୟା ସତର୍କତା……

ଗୋଟିଏ ଲଘୁଚାପ ନସରୁଣୁ ପୁଣି ସୃଷ୍ଟି ହେବାକୁ ଯାଉଛି ଆଉ ଗୋଟିଏ ଲଘୁଚାପ । ସୂଚନା ମିଳୁଛି କି ଏହି ଲଘୁଚାପଟି ଆସନ୍ତା 29 ତାରିଖ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ତେବେ ପାଣିପାଗ ବିଭାଗର ଲାଟେଷ୍ଟ ବୁଲେଟିନ୍ ଅନୁଯାୟୀ କେନ୍ଦ୍ରିୟ ବଙ୍ଗୋପସାଗର ଦକ୍ଷିଣ ଭାଗରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ତେବେ ଆଗକୁ ଆସୁଥିବା ଲଘୁଚାପର ପ୍ରଭାବ ଓଡିଶା ଉପରେ କିଭଳି ରହିବ ଏବଂ କେଉଂ କେଉଁ ଜିଲ୍ଲା ପାଇଁ ସତର୍କ ସୂଚନା ରହିଛି ଚାଲନ୍ତୁ ଜାଣିବା ।

ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଆଜି ଠାରୁ ବର୍ଷା ଆରମ୍ଭ ହୋଇଯିବ । କିନ୍ତୁ ପବନର ପ୍ରଭାବ ଓଡିଶା ଉପରେ ରହିବ ନାହିଁ ବୋଲି ପାଣିପାଗ ବିଶେଷଜ୍ଞମାନେ ପୂର୍ବାନୁମାନ କରିଛନ୍ତି । ତେବେ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଆଜି ମାଲକାନଗିରି , କୋରାପୁଟ,ରାୟଗଡା, ଗଞ୍ଜାମ ଏବଂ ଗଜପତି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲକାରୁ ମଧ୍ୟମ ଧରଣର ବର୍ଷା ହେବ ।


ଅପରପକ୍ଷରେ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଯେ ନିଭାର ପରେପରେ ଆଉ ଦୁଇଟି ଲଘୁଚାପ ଦକ୍ଷିଣ ପର୍ବ ବଙ୍ଗୋପସାଗରରେ ସୃଷ୍ଟି ହେବ । ନିଭାର ସମେତ ଏହି ଦୁଇଟି ଲଘୁଚାପର ପ୍ରଭାବ ତାମିଲନାଡୁ ଉପରେ ବିସ୍ତୃତ ରହିବ । ଦକ୍ଷିଣ ଭାରତରେ ନିଭାର ବାତ୍ୟାର ପ୍ରଭାବ ନସରୁଣୁ 28 ତାରିଖରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଚି ହେବାର ସମ୍ଭାବନା ରହିଛି । 30 ତାରିଖ ବେଳକୁ ଲଘୁଚାପ ଏବଂ ସମ୍ଭବତଃ ଅଧିକ ଘନିଭୂତ ହୋଇ ଡିସେମ୍ବର 2 ତାରିଖ ବେଳକୁ ତାମିଲନାଡୁ ଉପକୂଳ ଛୁଇଁପାରେ ବୋଲି କୁହାଯାଉଛି ।


ଟିକ୍ ସେହି ସମୟରେ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ପ୍ରାୟତଃ ସମାନ ଗତିପଥ ଦେଇ ଡିସେମ୍ବର 6ରେ ତାମିଲନାଡୁ ଛୁଇଁପାରେ । ବିଭିନ୍ ମଡେଲରୁ ଜଣାପଡୁଛି ଯେ ଡିସେମ୍ବର 6ରେ ଏକା ସମୟରେ ଫିଲିଫାଇନ୍ ସାଗର, ଦକ୍ଷିଣ-ଚୀନ ସାଗର, ଥାଇଲାଣ୍ଡ ସାଗର ଏବଂ ବଙ୍ଗୋପାସାଗରରେ ଚାରୋଟି ଘୂର୍ଣ୍ଣିବଳୟ ବିଭିନ୍ନ ଘନୀଭୂତ ଅବସ୍ଥାରେ ଥିବ ।

ଏଣୁ ଡିସେମ୍ବର 10 ବେଳକୁ ଦକ୍ଷିଣ ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ହେବାର ଆଶଙ୍କାକୁ ଏଡା ଯାଇନପାରେ ବୋଲି ଶ୍ରୀ ପଶୁପାଳକ କହିଛନ୍ତି । ତେବେ ଗତ 24 ଘଣ୍ଟାରେ ଓଡିଶାର ପ୍ରାୟତଃ ସମସ୍ତ ଜିଲ୍ଲାରେ ପାଗ ଶୁଖିଲା ରହିଥିଲା । ଅଧିକାଂଶ ସ୍ଥାନରେ ତାପମାତ୍ରା 2-3ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇଛି । 11ଟି ସହରର ତାପମାତ୍ରା 15ଡିଗ୍ରୀ ତଳକୁ ଖସିଛି । ସୋନପୁର ଠାରେ ସର୍ବନିମ୍ନ ତାପମାତ୍ରା 11.4 ଡିଗ୍ରୀ ରେକର୍ଡ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।