Odisha News Portal

ପୁଣି କରୋନାର ନୂଆ ରୂପ ଦେଖି ଦେଶରେ ଜାନୁୟାରୀ 31 ଯାଏଁ ପୁଣି ବଢିଲା ଲକଡାଉନ୍ ! ଜାଣନ୍ତୁ କଣ ବନ୍ଦ ରହିବ କଣ ଖୋଲା !

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର । ଲକଡାଉନ୍ ବଢିଲା ଆହୁରି ଗୋଟିଏ ମାସ । ଜାନୁୟାରୀ 1-31 ଯାଏଁ ପୁଣି ଲକଡାଉନ୍ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ସଂମ୍ପୂର୍ଣ୍ଣ ଖବର ଏବଂ ଏହି ଲକଡାଉନ୍ ଗାଇଡ ଲାଇନ୍ ରେ କଣ ସବୁ ବନ୍ଦ ରହିବ ଏବଂ କଣ ସବୁ ଖୋଲା ରହିବ । ତେବେ କରୋନା ସଂକ୍ରମଣ ହେତୁ ଏହି ନୂତନ ବର୍ଷ ବା ଜାନୁୟାରୀ ମାସ ପାଇଁ କୋଭିଡ୍ ଗାଇଡଲାଇନ୍ ଜାରି କରିଛନ୍ତି କେନ୍ଦ୍ର ସରକାର ।

ନଭେମ୍ବର 25 ତାରିଖରେ ଜାରି ହୋଇଥିବା ଗାଇଡଲାଇନ୍ କୁ ଜାନୁୟାରୀ ମାସ 31 ତାରିଖକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଳାୟ । ଏଥିସହିତ କୋଭିଡ ଗାଇଡଲାଇନ୍ କୁ ପାଳନ କରିବା ପାଇଁ ସବୁ ରାଜ୍ୟକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି ।

ଏଥିରେ କୋଭିଡ ନେଇଥିବା ଏସଓପି ପାଳନ କରିବା ପାଇଂ କେନ୍ଦ୍ର ସରକାର କଡା ନିର୍ଦ୍ଦେଶ ଦେଇଛନ୍ତି । ଏପରିକି କଣ୍ଟେନମେଣ୍ଟ ଜୋନରେ ନାଇଟ୍ କର୍ଫ୍ୟୁ ଲଗାଯାଇ ପାରିବ । ଏଥିସହିତ ପୂର୍ବ ଭଳି ମାସ୍କ , ସାନିଟାଇଜ କରିବା ଏବଂ ସାମାଜିକ ଦୂରତା ଉଲଙ୍ଘନ କରିଲେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି ।

ବ୍ରିଟେନ୍ ରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ କେନ୍ଦ୍ର ସରକାର ଏପରି କଡା ପଦକ୍ଷେପ ନେଇଛନ୍ତି । ଦେଶରେ ବର୍ତ୍ତମାନ କୋଭିଡ ମାମଲା ହ୍ରାସ ପାଉଥିଲେ ବି ବ୍ରିଟେନ୍ ରେ ଦେଖାଦେଉଥିବା କରୋନା ନମୂନା ଷ୍ଟ୍ରେନ୍ ପାଇଁ ସତର୍କ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି ।

ବିଶେଷ କରି ନୂଆବର୍ଷ ସେଲିବ୍ରେସନ ଏବଂ ଶୀତଦିନ ଭୂତାଣୁକୁ ସୁହାଉଥିବାରୁ କେନ୍ଦ୍ରଶାସିତ ଅଞ୍ଚଳକୁ ଏନେଇ କଡା ପଦକ୍ଷେପ ନେବାକୁ ସରକାର କହିଛନ୍ତି । କାରଣ କୋରାନ ଭଳି ମାରାତ୍ମକ ସଂକ୍ରମଣ ଏବେ ପର୍ଯ୍ୟନ୍ତ ସଂମ୍ପୂର୍ଣ୍ଣ ଭାବରେ ଦୂର ହୋଇନାହିଁ । ସେଥିପାଇଁ ପୂର୍ବପରି ପାଳନ କରାଯାଉଥିବା ସମସ୍ତ ଗାଇଡଲାଇନ୍ କୁ ପାଳନ କରାଯିବାର କେନ୍ଦ୍ରସରକାର ସୂଚନା ଦେଇଛନ୍ତି ।

ଅଧିକ ମାତ୍ରାରେ କରୋନା ସଂକ୍ରମଣ ହେଉଥିବା ରାଜ୍ୟ ଗୁଡିକରେ, କଣ୍ଟେନମେଣ୍ଟ ଜୋନରେ ନାଇଟ୍ କର୍ଫ୍ୟୁ କରାଯିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଜନସାଧାରଣଙ୍କୁ ସବୁ ଗାଇଡଲାଇନ୍ କୁ ପାଳନ କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାିଥିଲା ।

ଦେଶରେ ଲୋକମାନଙ୍କର ସାମାଜିକ ନୀତିନିୟମକୁ ଉଲଙ୍ଘନ କରିବା ଯୋଗୁଁ କରୋନାର ମାତ୍ରା ବହୁ ସଂଖ୍ୟାରେ ବଢି ଯାଇଥିଲା । ଯାହାଫଳରେ ଲୋକମାନଙ୍କୁ ନିଜ ଘରେ ସୁରକ୍ଷିତ ରହିବାକୁ ପଡିଥିଲା ଏବଂ ସାରା ରାଜ୍ୟରେ ଲକଡାଉନ୍ ର ପରିସ୍ଥିତି ଦେଖିବାକୁ ମିଳିଥିଲା ।

ତେବେ ଲୋକମାନେ ସେହି ସମୟରେ ବହୁତ ହଇରାଣ ଏବଂ ଅସୁବିଧାର ସମ୍ମୁଖୀନ ହେଉଥିଲେ । କେନ୍ଦ୍ର ସରକାର ଙ୍କ ଗାଇଡଲାଇନ୍ କୁ ସମସ୍ତ ଲୋକମାନେ ସଫଳତାର ସହିତ ପାଳନ କରିବାରୁ କିଛି ମାତ୍ରା ରେ କରୋନା ର ସଂଖ୍ୟା ହ୍ରାସ ପାଇ ପାରିଛି । ସେଥି ପାଇଁ ନୂତନ ବର୍ଷରେ ସମସ୍ତ ରାଜ୍ୟ ଗୁଡିକ କିପରି ସୁରକ୍ଷିତ ରହିପାରିବେ ଏବଂ କରୋନା ସଂକ୍ରମଣ ଠାରୁ ଦୂରେଇ ହୋଇ ରହିପାରିବେ ସେଥିପ୍ରତି ସମସ୍ତ ଲୋକମାନଙ୍କୁ ସତର୍କ କରାଯାଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।