Odisha News Portal

ମୁଖ୍ୟମନ୍ତ୍ରୀ ଙ୍କ ବଡ ଘୋଷଣା ପୁଣି ପଦଳାଇଲେ ସ୍କୁଲ ଖୋଲିବା ନିଷ୍ପତି , ଏହି ତାରିଖରେ ଖୋଲିବ , ସ୍କୁଲରେ ପିଲା ପାଠ ପଢୁଥିଲେ ନିଶ୍ଚିତ ଜାଣନ୍ତୁ ଏବଂ ସେୟାର କରି ସମସ୍ତ ଙ୍କୁ ଜଣାନ୍ତୁ….

ଆମର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍କୁଲ ପିଲା ମାନଙ୍କ ପାଇଁ ଏକ ବହୁତ ବଡ ଖବର ନେଇ କରି ଆସିଛନ୍ତି । ସ୍କୁଲ ପିଲା ମାନଙ୍କ ପାଇଁ ଆସିଛି ବଡ ଖବର , ତେବେ ଖବରଟି ହେଉଛି ସ୍କୁଲରେ ପାଠ ପଢୁଛଥିବା ଛାତ୍ରଛାତ୍ରୀ ମାନଙ୍କ ପାଇଁ ଖୁସି ଖବର । ବିଜେଡି ରାଜ୍ୟ ପରିଷଦରେ ନବୀନଙ୍କର ଉଦବୋଧନ ସରକାରୀ ସ୍କୁଲରେ ପିଲା ମାନଙ୍କୁ ପାଠ ପଢେଇବା ପାଇଁ ଅଭିଭାବକଙ୍କ ମନରେ ଆଗ୍ରହ ବଢାଇବ । ରାଜ୍ୟ ବୈଠକ ପରିଷଦରେ ଯେଉଁ ପ୍ରସ୍ତାବ ଆସିଛି ତା ମଧ୍ୟରୁ ସବୁଠୁ ବଡ ପ୍ରସ୍ତାବଟି ହେଉଛି ସରକାରୀ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇଁ ମେଡିକାଲ ଏବଂ ଇଂଞ୍ଜିନିୟରିଂ କଲେଜର ସିଟ ସଂରକ୍ଷଣ ।

ତେବେ ଲଗାତାର ଭାବରେ ସରକାରୀ ସ୍କୁଲରୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ମୁଁହ ପେରାଇ ନେଉଥିବା ବେଳେ ଏଭଳି ପ୍ରସ୍ତାବ ଏବେ ପୁଣି ଥରେ ସରକାରୀ ସ୍କୁଲ ଛାତ୍ରଛାତ୍ରୀ ମାନଙ୍କ ପାଇ ବହୁତ ଖୁସି ଖବର ଆଣିଛି । ତେବେ ବିଜେଡି ରାଜ୍ୟ ପରିଷଦର ଆସିଥିବା ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି ।

ଏହା ସହିତ ପଛୁଆ ବର୍ଗ ସର୍ବେ ସଂପର୍କରେ ଯେଉଁ ପ୍ରସ୍ତାବ ଆସିଛି ତାହା ସାମାଜିକ ନ୍ୟାୟ ପ୍ରତିଷ୍ଟା ଦିଗରେ ଏକ ମାଇଲ ଷ୍ଟୋନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ବାଦ ମହିଲା ସଶକ୍ତିକରଣ ବାବଦରେ ଆସିଥିବା ପ୍ରସ୍ତାବକୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟକାରୀ କରାଯିବାକୁ ଚେଷ୍ଟା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି । 

ଏହା ସହିତ ଏହି ବୈଠକରେ ଯାହା ମଧ୍ୟ ପ୍ରସ୍ତାବ ପାଳିତ ହେବ ତାହାକୁ ସରକାରୀ ସ୍ତରରେ କାର୍ଯ୍ୟକାରୀ କରିବାକୁ ସେ ଗୁଡିକ ବିଭାଗୀୟ ମନ୍ତ୍ରୀଙ୍କ ନିକଟକୁ ପଠାଯିବ ବୋଲି ସ୍ପଷ୍ଟ କରିଛନ୍ତି ନବୀନ ପଟ୍ଟନାୟକ । ସ୍କୁଲ , କଲେଜ ଖୋଲିବା ଆଶା ଦେଖାଯିବା ପରେ ଛାତ୍ରଛାତ୍ରୀ ମାନଙ୍କର ସ୍ୱାଗତ କରିବା ପାଇଁ କ୍ୟାମ୍ପସ ସମସ୍ତ ପ୍ରସ୍ତୁତ ହେଉଛନ୍ତି ।

ଏହାରି ମଧ୍ୟରେ ବିଭିନ୍ନ ଶିକ୍ଷାନୁଷ୍ଟାନ ପକ୍ଷରୁ କ୍ୟାମ୍ପସ ଗୁଡିକ ସଫା କରିବା କାମ ଆରମ୍ଭ ହୋଇଛି । ହଷ୍ଟେଲ , ଶ୍ରେଣୀଗୃହ ଏବଂ ଅଫିସ ସମସ୍ତଙ୍କୁ ସ୍ୟାନିଟାଇଜ କରାଯାଇଛି ଯଦିଓ କଲେଜ ଏବଂ ବିଶ୍ୱବିଦ୍ୟାଳୟ ଖୋଲିବା ନେଇ ସରକାରଙ୍କ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ତଥାପି ଆଶା କରାଯାଉଛି କି ନୂଆ ବର୍ଷ ଗୁଡିକରେ କ୍ୟାମ୍ପସ ଗୁଡିକରେ ପୁଣି ଥରେ ଗହଳ ଚହଳ ଆରମ୍ଭ ହେବ । ତେବେ ଭୁବନେଶ୍ୱରରେ ଥିବା ଆଗୁଆ ଶିକ୍ଷାନୁଷ୍ଟାନ ଆଇଟିଆଇ ପକ୍ଷରୁ ଶ୍ରେଣୀ ଗୃହରେ ପ୍ରବେଶ କରିବା ପକ୍ଷରୁ ଛାତ୍ରଛାତ୍ରୀ ମାନଙ୍କର କ୍ୱାରେନଟାଇନ କରିବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।