ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଏକ ବଡ ଖବର ସାମ୍ନାକୁ ଆସିଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ମାଡି ଆସୁଛି ଆଉ ଏକ ଭୟଙ୍କର ବାତ୍ୟା । ଭାରତ ମହାସାଗର ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆସନ୍ତା 48 ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ବୋଲି କୁହାଯାଉଛି । ତେବେ ଏହି ବାତ୍ୟାର ନାମ କଣ ଏବଂ ଏହା କେଉଁଠି ଲ୍ୟାଣ୍ଡଫଲ୍ କରିବ, ଓଡିଶା ଉପରେ ଏହା କେତେ ପ୍ରଭବା ପକାଇବ ଚାଲନ୍ତୁ ଜାଣିବା ।
ମାଡି ଆସୁଛି ଆଉ ଏକ ସାମୁଦ୍ରିକ ବାତ୍ୟା ।ଭାରତ ମହାସାଗର ଏବଂ ସଂଲଗ୍ନ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବଳୟ ଆସନ୍ତା 48 ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ । ତେବେ 25 ତାରିଖ ମଧ୍ୟମରୁ ଅପରାହ୍ନ ମଧ୍ୟରେ ଏହା ପୁଡୁଚେରୀ ଏବଂ ତାମିଲନାଡୁ ଦେଇ ଉପକୂଳ ଅତିକ୍ରମ କରିବ ବୋଲି କୁହାଯାଉଛି ।
ପାଣିପାଗ ବିଶେଷଜ୍ଞ ମାନେ ଏହି ସାମ୍ଭାବ୍ୟ ବାତ୍ୟାର ନାମ “ନିଭାର” ରଖିଥିବା ଜଣା ଯାଇଛି । ତେବେ ଆଶ୍ବସ୍ତିକର କଥା ହେଉଛି ଓଡିଶା ଉପରେ ଏହାର ସିଧା ପ୍ରଭାବ ପଡିବ ନାହିଁ କିନ୍ତୁ 25-26 ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ କେବଳ ବର୍ଷା ହେବାର ସମ୍ଭାବନା ରହିଛି ।
ବର୍ଷା ଯୋଗୁଁ ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ବୃଦ୍ଧି ହେବା ସହିତ ଶୀତ କମିବ ବୋଲି ଭୂବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ତାମିଲନାଡୁ ସହିତ ଦକ୍ଷିଣଭାରତରେ ବାତ୍ୟା ନିଭାରର ବିଶେଷ ପ୍ରଭାବ ପଡିବ କିନ୍ତୁ ଓଡିଶାରେ କେବଳ ବର୍ଷା ହେବ । 25-27 ତାରିଖ ପର୍ଯ୍ୟନ୍ତ କେବଳ ସୁନ୍ଦରଗଡ, କେନ୍ଦ୍ରାପଡା ଏବଂ ଭଦ୍ରକ ଆଦି ଜିଲ୍ଲାକୁ ଛାଡି ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବର୍ଷା ହେବ ।
26 ତାରିଖରୁ ବର୍ଷା ବଢିବ । ଅବିଭକ୍ତ କୋରାପୁଟ, କଳାହାଣ୍ଡି ଏବଂ ବଲାଙ୍ଗିରରେ ମଧ୍ୟମ ଧରଣର ବର୍ଷା ହେବ ଏବଂ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି କୁହା ଯାଉଛି । ତେବେ ଗଞ୍ଜାମ, ଗଜପତି, କନ୍ଧମାଳ,ବୌଦ୍ଧ, ସୋନପୁର , ସମ୍ବଲପୁର, ଢେଙ୍କାନଳ ଏବଂ ଅନୁଗୂଳରେ ସ୍ବଳ୍ପ ବର୍ଷା ଏବଂ ସ୍ଥାନେସ୍ଥାନେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ପୁରୀ , ଖୋର୍ଦ୍ଧା, ନୟାଗଡ, କଟକ, କେଉଁଝର, ଦେଓଗଡ ଏବଂ ମୟୂରଭଞ୍ଜ ତାସହିତ ବାଲେଶ୍ବର ଜିଲ୍ଲାରେ ହାଲୁକା ବର୍ଷା ହୋଇପାରେ ।
ସାମ୍ଭାବ୍ୟ ବାତ୍ୟା ଯୋଗୁଁ 24 ତାରିଖରୁ ଶୀତ କମିବ ଏବଂ 29 ତାରିଖରୁ ପୁଣି ରାଜ୍ୟରେ ତାପମାତ୍ରା କମିବ କିନ୍ତୁ ଡିସେମ୍ବର 3 ପୂର୍ବରୁ ରାଜ୍ୟରେ ବିଶେଷ ଶୀତର ସମ୍ଭାବନା ନାହିଁ ବୋଲି ଡକ୍ଚର ପଶୁପାଳକ ଆକଳନ କରିଛନ୍ତି ।ତେବେ ଗତ 24 ଘଣ୍ଟାରେ ରାଜ୍ୟରେ ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପ ବର୍ଷା ହୋଇ ଯାଇଛି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।