ବନ୍ଧୁଗଣ ବର୍ତମାନ ଅଧିକ ବୟସ ହେଲେ ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଅଧିକ ଅନୁଭବ ହେଉଛି |ଅଣ୍ଟା ଯନ୍ତ୍ରଣା ହେଉ କିମ୍ବା ଗୁଇଁଠି ଯନ୍ତ୍ରଣା ହେଉ ଶରୀର
ର ଯେକୌଣସି ଯନ୍ତ୍ରଣା ହେଉ ତାହାକୁ ସହି ହୁଏ ନାହିଁ |ଏହିପରି ଯନ୍ତ୍ରଣା ଲାଗି ରହିଲେ କିଛି କରିହୁଏ ନାହିଁ କି ଆମକୁ ଭଲ ମଧ୍ୟ୍ୟ ଲାଗେ ନାହିଁ |ଏହି ସମସ୍ୟା ପ୍ରାୟ ଲୋକଙ୍କ ପାଖରେ ଦେଖା ଯାଏ, ମୁଁ ଆଜି ଆପଣକୁ ଏହି ସମସ୍ୟାରୁ ରକ୍ଷା ପାଇବା ପାଇଁ ଏକ ଘରୋଇ ଉପଚାର କହିବି ଯାହାକି ସମ୍ପୂର୍ଣ ପ୍ରାକୃତିକ |ଆପଣ ଯଦି ଏହି ଘରୋଇ ଉପଚାର କିଛି ଦିନ କରିବେ ତେବେ ଆପଣଙ୍କର ଶରୀରର ଯେ କୌଣସି ଯନ୍ତ୍ରଣା ହେଉ ତାହା ଭଲ ହୋଇଯିବ |ତେବେ ଆସନ୍ତୁ ଜାଣିବା ଏହି ଘରୋଇ ଉପଚାରର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |
ପ୍ରଥମ ପ୍ରୟୋଗ -ଏଥିପାଇଁ ଆପଣକୁ ଅରଖ ଗଛର ଫୁଲ ଆବଶ୍ୟକ ରହିଛି |ପ୍ରଥମେ ଆପଣ ପନ୍ଦରଟି ଅରଖ ଫୁଲ ନିଅନ୍ତୁ ଏବଂ ଆପଣ ଏକ ତାଟିଆ ପାଣି ନେଇ ତାହାକୁ ଗ୍ୟାସରେ ବସାନ୍ତୁ |ଏହି ପାଣି ଗରମ ହେବା ପରେ ଏଥିରେ ଆଗରୁ ସଂଗ୍ରହ କରି ରଖିଥିବା ଅରଖ ଫୁଲ ପକାନ୍ତୁ,ଏହାକୁ ଆପଣ ପାଞ୍ଚରୁ ସାତ ମିନିଟ ଭଲରେ ଫୁଟାନ୍ତୁ |ତାପରେ ଏହାକୁ ଏକ ପାତ୍ରକୁ ବାହାର କରି ଆଣନ୍ତୁ, ଏବଂ ଏହି ପାଣି ଉଷମ ଥିବା ସମୟରେ ଏଥିରୁ ଫୁଲକୁ ଛାଣି ଏହି ପାଣି ସାହାଯ୍ୟରେ ଆପଣ ଆପଣଙ୍କ ଯନ୍ତ୍ରଣା ହେଉଥିବା ଗୁଇଠିକୁ ଭଲରେ ଧୋଇ ଦିଅନ୍ତୁ |ଯେଉଁ ଫୁଲକୁ ଆପଣ ଛାଣି ରଖିଥିଲେ ତାହାକୁ ଏକ ସୁତା କପଡା ସାହାଯ୍ୟରେ ନିଜ ଗୁଇଁଠିରେ ବାନ୍ଧିରଖାନ୍ତୁ, ଏହିପରି ଆପଣ କିଛି ଦିନ କରନ୍ତୁ ଆପଣଙ୍କ ଗୁଇଁଠି ଯନ୍ତ୍ରଣା ଭଲ ହୋଇଯିବ |
ଦ୍ୱିତୀୟ ପ୍ରୟୋଗ -ଏଥିପାଇଁ ଆପଣ ପ୍ରଥମେ ଏକ ଅରଖ ପତ୍ର ଆଣନ୍ତୁ ଏବଂ ତାହାକୁ ସୋରିଷ ତେଲରେ ଭିଜାଇ ଦିଅନ୍ତୁ |ଏକ ତାୱାକୁ ଆପଣ ଗ୍ୟାସରେ ଗରମ କରି ଏହି ଅରଖ ପତ୍ରକୁ ସେକାନ୍ତୁ, ଏହି ପତ୍ର ହାଲକା ବ୍ରାଉନ କଲର ହେବା ପରେ ଏହାକୁ ବାହାର କରି ନିଅନ୍ତୁ |ଏହି ପତ୍ର ହାଲକା ଉଷମ ଥିବା ସମୟରେ ଆପଣଙ୍କ ଶରୀରର ଯନ୍ତ୍ରଣା ହେଉଥିବା ଯାଗାରେ ରଖି ଏକ ସୁତା କପଡା ସାହାଯ୍ୟରେ ବାନ୍ଧି ଦିଅନ୍ତୁ |ଏହିପରି ଆପଣ ଯଦି କିଛିଦିନ କରନ୍ତି ତେବେ ଆପଣଙ୍କ ଯନ୍ତ୍ରଣା ସମ୍ପୂର୍ଣ ଭଲ ହୋଇଯିବ |
ତୃତୀୟ ପ୍ରୟୋଗ -ଏଥିରେ ଆପଣ ଅରଖ ଗଛର କ୍ଷୀର ଆଣି ତାହାକୁ ଆପଣଙ୍କ ଯନ୍ତ୍ରଣା ହେଉଥିବା ସ୍ଥାନରେ ଭଲରେ ମାଲିସ କରନ୍ତୁ ଅର୍ଥାତ ଗୁଇଠି ଯନ୍ତ୍ରଣା ହେଉ, ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ହେଉ କିମ୍ବା ଶରୀରର ଯେ କୌଣସି ଯନ୍ତ୍ରଣା ହେଉ ଆପଣ ଏହି କ୍ଷୀରକୁ ଯନ୍ତ୍ରଣା ହେଉ ଥିବା ଯାଗାରେ ଭଲରେ ମାଲିସ କରନ୍ତୁ |ଏହିପରି କରିବା ଦ୍ଵାରା ଆପଣଙ୍କ ଶରୀରର ଯନ୍ତ୍ରଣା ଧୀରେ ଧୀରେ ସମ୍ପୂର୍ଣ ଭଲ ହୋଇଯିବ |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
