Odisha News Portal

pregnancy Tips -ଏହି 9 ଟି ଲକ୍ଷଣରୁ ଜାଣନ୍ତୁ କି ଆପଣ ଗର୍ଭବତୀ ଅଛନ୍ତି କି ନାହଁ

ସବୁ ନାରୀ ମାନେ ବିବାହ କରି ସାରିବା ପରେ ମା ହେବା ତାଙ୍କ ଜୀବନ ର ଏକ ଅମୂଲ୍ୟ ଭାବନା ହୋଇଥାଏ। କୁହାଯାଏ ମା ହେବା ସବୁ ନାରୀ ମାନଙ୍କ ର ଷୌଭାଗ୍ୟ ଅଟେ । ମା ହେବା କେବଳ ମଣିଷ ମାନଙ୍କ ପାଇଁ ନୁହେଁ ପଶୁ ମାନଙ୍କ ପାଇଁ ମଧ୍ୟ ଏହା ଏକ ଅମୂଲ୍ୟ ଉପହାର ସଦୃଶ୍ୟ ହୋଇଥାଏ । ନାରୀ ମାନେ ନିଜ ଜୀବନ ରେ ଅନେକ ପ୍ରକାର ଭୂମିକା ଗ୍ରହଣ କରି ଥାଆନ୍ତି ଆଉ ଏହି ସବୁ ଭୂମିକା ମଧ୍ୟରେ ମା ହେବା ମଧ୍ୟ ରହିଥାଏ ।

ଆମ ସମାଜରେ ଏମିତି ମଧ୍ୟ କୁହାଯାଏ କି ଗୋଟିଏ ଝିଅ ମା ହେବା ପରେ ହିଁ ତାର ପ୍ରକୃତ ଜୀବନର ମୁଲ୍ୟ ସାର୍ଥକ ହୋଇଥାଏ । ଉଲେକ୍ଷ୍ୟଯୋଗ୍ୟ ଯେ , ବିବାହ ପରେ ମା ହେବା ପ୍ରାୟ ସମସ୍ତେ ମହିଳା ଙ୍କର ଇଚ୍ଛା ରହିଥାଏ । ତେବେ ଯେତେବେଳେ ଜଣେ ନାରୀ ଜାଣିବାକୁ ପାଇଥାଏ ଯେ ସେ ମା ହେବାକୁ ଯାଉଛି ସେହି ସମୟ ଟି ତା ପାଇଁ ଖୁବ୍ ଅମୂଲ୍ୟ ହୋଇଥାଏ। ତେବେ ଆଜି ଆମେ ଜାଣିବା ଯେଉଁ ସବୁ ଲକ୍ଷଣ ଦ୍ଵାରା ଆପଣ ଜାଣି ପାରିବେ ଯେ ଗର୍ଭବତୀ ଅଛନ୍ତି ବୋଲି ତେବେ ଆସନ୍ତୁ ଜାଣିବା ;

୧- ପ୍ରେଗ୍ନେଶୀ ର ପ୍ରଥମ ଷ୍ଟେଜ ର ଲକ୍ଷଣ ପରିସ୍ରା ଲାଗିବା ହୋଇଥାଏ । ଯଦି ଆପଣ ଙ୍କୁ ଅଧିକ ଥର ପରିସ୍ରା ଲାଗୁଛି ତେବେ ଆପଣ ଗର୍ଭବତୀ ଅଛନ୍ତି।

୨- ଗର୍ଭବତୀ ରହିବା ଦ୍ଵାରା ଶରୀର ରେ ଅଧିକ ମାତ୍ରା ରେ ପ୍ରୋଜେଷ୍ଟରାନ ସିକ୍ରେଟ ହୋଇଥାଏ ଯେଉଁଥିପାଇଁ ଥକା ଅନୁଭବ ହୋଇଥାଏ ଓ ନିଦ ମଧ୍ୟ ଲାଗିଥାଏ।

୩- ପ୍ରତି ମହିଳା ମାନଙ୍କ ର ମାସକୁ ମାସ ଋତୁସ୍ରାବ ହୋଇଥାଏ ଯଦି ଆପଣ ଙ୍କ ଋତୁସ୍ରାବ ବନ୍ଦ ହୋଇଛି ତେବେ ଏହା ମଧ୍ୟ ଗର୍ଭବତୀ ର ଲକ୍ଷଣ ହୋଇଥାଏ ।

୪- ଗର୍ଭବତୀ ରହିଲେ ମହିଳା ମାନଙ୍କ ଶରୀର ରେ ଅନେକ ପ୍ରକାରର ହର୍ମୋନ କ୍ଷରଣ ହୋଇଥାଏ ଯେଉଁଥିପାଇଁ ତାଙ୍କର ମୁଡ ଚେଞ୍ଜ ହୋଇଥାଏ । ଏହା ମଧ୍ୟ ଏକ ଲକ୍ଷଣ ଅଟେ।

୫- ସାଧାରଣତଃ ଗର୍ଭବତୀ ରହିଲେ ମହିଳା ମାନଙ୍କୁ ଖାଦ୍ୟ ପଦାର୍ଥ ବାସ୍ନା ରୁ ବାନ୍ତି ଆସିଥାଏ ଯାହା ଏକ ଗର୍ଭବତୀ ର ଲକ୍ଷଣ ଅଟେ । ତେଣୁ ଯଦି ଆପଣ ଙ୍କୁ ବାନ୍ତି ଲାଗୁଚି ବାରମ୍ବାର ଆପଣ ନିଜର ପ୍ରେଗ୍ନେସି ଟେଷ୍ଟ କରି ନିଅନ୍ତୁ।

୬- ମହିଳା ମାନେ ଗର୍ଭବତୀ ହେଲେ ସାଧାରଣ ତାଙ୍କର ସ୍ତନ ନରମ ଲାଗିଥାଏ ଯାହା ମଧ୍ୟ ଗର୍ଭବତୀ ର ଏକ ଲକ୍ଷଣ ହୋଇଥାଏ। ଏହା ସହିତ ଅନେକ ସମୟ ରେ ସ୍ତନ ରେ ଯନ୍ତ୍ରଣା ମଧ୍ୟ ଅନୁଭବ ହୁଏ ।

୭- ମହିଳା ମାନେ ଗର୍ଭବତୀ ହେଲେ ସେମାନଙ୍କ ଶରୀର ରୁ ପ୍ରୋଜେଷ୍ଟରାନ୍ ହର୍ମନ ସିକ୍ରେଟ୍ କ୍ଷରଣ ହୋଇଥାଏ ଯାହା କମ୍ ଋତୁସ୍ରାବ ର କାରଣ ହେଉଥାଏ ତେଣୁ ଏହାମଧ୍ୟ ଏକ କାରଣ ଅଟେ ।

୮- ଏହି ସମୟ ରେ ଶରୀର ରେ ଅସୁସ୍ଥତା ଅନୁଭବ ହୁଏ ବିଭିନ୍ନ ପ୍ରକାରର ସମସ୍ୟା ଦେଖାଯାଏ । ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ ଆପଣଙ୍କ ମୁଣ୍ଡ ମଧ୍ୟ ପେନ୍ କରିବ ।

୯- ଏହା ସହିତ କଷ୍ଟକାଠିନ୍ୟ ହେବା ସହିତ ମାଂସ ପେଶୀ ରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ। ତେବେ ଯଦି ଆପଣ ଙ୍କ ଏହି ସବୁ ଲକ୍ଷଣ ସହବାସ ପରେ ଦେଖା ଯାଇଛି ତେବେ ଆପଣ ନିଜର ପ୍ରେଗ୍ନେସି ଟେଷ୍ଟ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।