Exclusive : ପ୍ରେମିକ ସହ ଶୋଇଥିଲି, ପୁଅ ଦେଖିଦେଲା, ମୁଁ ମାରିଦେଲି… ଏ ନେଇ କଣ କହୁଛି ପ୍ରେମରେ ପଡିଥିବା ମାଆ, ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ ଘଟଣା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେ ବି ଘଟଣା ଟି ସମ୍ପୂର୍ଣ ସତ | ଯାହାର ଭିଡ଼ିଓ ଏବେ ସୋସିଆଲ ବହୁତ ମାତ୍ରା ରେ ଭାଇରାଲ ହେବାରେ ଲାଗିଛି | ତେବେ ଭାଇରାଲ ହେଉଥିବା ଭିଡ଼ିଓ ରେ ଏହା ଦେଖା ଯାଇଛି ଯେ, କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଥାନା ଅନ୍ତଗର୍ତ ଦିହୁଡିପୁର ପଞ୍ଚାୟତ ମାଟିଆପଡ଼ା ଗାଁ ରେ ଘଟିଛି ଏକ ହୃଦୟ ବିଦାରକ ଘଟଣା | ତେବେ ବନ୍ଧୁଗଣ ମିଳିଥିବା ସୂଚନା ଅନୁଯାୟୀ ପ୍ରେମରେ ପାଗିଳୀ ହୋଇ ମା’ ପ୍ରେମିକ ସହ ମିଶି ରାସ୍ତାର କଣ୍ଟା ସାଜିଥିବା ୩ ବର୍ଷର ପୁଅକୁ ସବୁଦିନ ପାଇଁ ମାରି ଦେଇ ପୋତି ଦେଇଥିବା ର ଜଣାପଡିଛି | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏଠି ଦେଖା ଦେଇଛି କି ମା’ ନିଜ ପୁଅ ପ୍ରତି ଥିବା ବାତ୍ସଲ୍ୟ ମମତା ଭୁଲିଯାଇ ଟ୍ୟୁସନ ସାର ଙ୍କ ପ୍ରେମ ପଡି ପୁଅକୁ ହତ୍ୟାକରି ପୋତିଦେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି | ସୂଚନା ଅନୁଯାୟୀ ଦିହୁଡିପୁର ଗାଁ ର ସସ୍ମିତା ନାଥ ମାଟିଆପଡା ଗାଁର ସୁକାନ୍ତ ନାଥଙ୍କୁ ଗତ 7 ବର୍ଷ ତଳେ ପ୍ରେମ ବିବାହ କରିଥିଲେ | ସେମାନଙ୍କର ଗୋଟେ ନୁହେଁ କି ଦୁଇଟା ନୁହେଁ 3 ଟି ପିଲା ଥିବାବେଳେ ମହିଳା ଜଣଙ୍କର ସ୍ୱାମୀ ସୁକାନ୍ତ ବିଦେଶରେ କାମ କରନ୍ତି | ସୁକାନ୍ତ ବିଦେଶ ନ ଯିବା ପୂର୍ବରୁ ମୁମ୍ବାଇରେ କାମ କଲା ବେଳେ ସସ୍ମିତାଙ୍କୁ ନେଇ ରଖିଥିଲେ ସେଠାରେ ପଡ଼ୋଶୀ ଭାବେ ଗୁପ୍ତିରା ଗାଁ ର ଲକ୍ଷ୍ମୀଧର ବାଇ ରହୁଥିଲେ | ସେଠାରେ ଲକ୍ଷ୍ମୀଧରଙ୍କ ସହ ସସ୍ମିତାଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା |

ଆଉ ଯାହା ଜଣା ପଡିଛି କି ମହିଳା ଜଣଙ୍କ ପିଲା ର ଟ୍ୟୁସନ କରୁଥିଲେ ଲକ୍ଷ୍ମୀଧର ବାଇ ଙ୍କୁ ପ୍ରେମ କରୁଥିଲେ | ତେବେ ସ୍ୱାମୀଙ୍କ ଅନୁପସ୍ଥିତିରେ ସସ୍ମିତା ଗୁପ୍ତିରା ଗାଁର ଲକ୍ଷ୍ମୀଧର ବାଇଙ୍କୁ ପ୍ରେମ କରି ବସିଥିଲେ | ଦୀର୍ଘଦିନ ଧରି ସସ୍ମିତା ଓ ଲକ୍ଷ୍ମୀଧରଙ୍କ ସହ ନିବିଡ଼ ସମ୍ପର୍କ ଗଢି ଉଠିଥିଲା | ସ୍ବାମୀଙ୍କ ଅନୁପସ୍ଥିତିରେ ପୁରୁଣା ପ୍ରେମିକ ଲକ୍ଷ୍ମୀଧର ସେଠାକୁ ଯିବା ଆସିବା କରୁଥିଲେ | ତେବେ ସସ୍ମିତା ଓ ଲକ୍ଷ୍ମୀଧର ଉଭୟେ ଘର ଓ ପରିବାର ଛାଡ଼ି ବିବାହ କରି ଅନ୍ୟତ୍ର ରହିବେ ବୋଲି ନିଷ୍ପତ୍ତି ନେଇଥିଲେ | ସସ୍ମିତା ତାଙ୍କ ବଡ଼ପୁଅ ଓ ଝିଅକୁ ବାପ ଘରେ ଛାଡ଼ି ପ୍ରେମ ପାଇବାକୁ ଚେଷ୍ଟା କରିଥିଲେ |

ଏହା ପରେ ପୁଅକୁ ହତ୍ୟାକରି ଛାତ ଉପରୁ ପଡ଼ି ଯାଇଥିବା କହି ସସ୍ମିତା ମୃତ ଶିଶୁପୁତ୍ରକୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନା ନେଇଯାଇଥିଲେ ସେଠାରେ ଡାକ୍ତର ଶିଶୁପୁତ୍ରକୁ ମୃତ ଘୋଷଣା କରିବା ପରେ କାହାକୁ କିଛି ନ ଜଣାଇ ନେଇ ପୋତିଦେଇଥିଲେ | ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସସ୍ମିତା ଓ ଲକ୍ଷ୍ମୀଧରଙ୍କୁ ଅଟକ ରଖି ପଚରାଉଚରା କରିଥିଲା | ପରେ ଉଭୟେ ସାନପୁଅକୁ ମାରିଦେଇଥିବା କଥା ପୋଲିସ ଜାଣିବାକୁ ପାଇଥିଲା | ଆଉ ଅନ୍ୟ ଜାଗାରେ ଗାତ ଖୋଲିକି ପୁଅ କୁ ପୋତି ଦେଇଥିବାର ଜଣା ମଧ୍ୟ ପଡିଛି | ଆଉ ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଘଟଣା ର ତଦନ୍ତ ଆରମ୍ଭ କରୁଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment