Dr .Vinita Agrawal -ପ୍ରେଗ୍ନେଣ୍ଟ୍ ହେବା ପାଇଁ, କେଉଁ ସମୟରେ ସମ୍ପର୍କ ରହିଲେ ସୁବିଧା ହୁଏ ଜଣାନ୍ତୁ ?

ବିବାହ ପରେ ପ୍ରତ୍ୟେକ ଦମ୍ପତି ଚାହିଁଥାନ୍ତି ସେମାନଙ୍କର ଜୀବନକୁ ଏକ ସନ୍ତାନ ଟିଏ ଆସୁ। ସେମାନେ ସ୍ବପ୍ନ ଦେଖିଥାନ୍ତି କି ତାଙ୍କ କୋଳକୁ ଗୋଟିଏ ପୁଅଟିଏ ବା ଝିଅଟିଏ ଆସୁ।ହସି ଖେଳି ତାଙ୍କ ପରିବାର ତାଙ୍କ ବଂଶ ଆଗକୁ ବଢ଼ୁ। କିନ୍ତୁ ସବୁ ଦମ୍ପତିକୁ ସନ୍ତାନ ପ୍ରାପ୍ତିର ସୌଭାଗ୍ୟ ପ୍ରାପ୍ତ ହେଇ ନଥାଏ। ଆଉ ଯେଉଁ କାରଣ ପାଇଁ ସନ୍ତାନ ଟିଏ ପାଇଁ ବାପା ମା ବହୁତ୍ ଚିନ୍ତିତ ରହୁଛନ୍ତି। ତେବେ ନାରୀଟିଏ ଗର୍ଭ ଧାରଣ କାହିଁକି କରିପାରେ ନାହିଁ କଣ ରହିଛି ସମସ୍ୟା ଆଜି ଆମେ ଏହି ବାବଦରେ ଆଲୋଚନା କରିବା ଏହା ସହିତଆଜି ଆମେ ଜାଣିବା ପ୍ରେଗ୍ନେଟ୍ ହେବା ପାଇଁ କେଉଁ ସମୟରେ ଶାରିରୀକ ସମ୍ପର୍କ ରହିଲେ ସୁବିଧା ହୁଏ।

ପ୍ରେଗ୍ନେଶି ପ୍ଲାନ୍ ର ସଠିକ୍ ସମୟ:-

ଯଦି ଆପଣ ପ୍ରେଗ୍ନେଶି ପ୍ଲାନ୍ କରୁଛନ୍ତି ତେବେ ପ୍ରଥମେ ଆପଣଙ୍କ ଅଭୁଲେଶନ ଡେକୁ ଜାଣିବା ଦରକାର୍। ସାଧାରଣତଃ ମହିଳା ମାନଙ୍କ ପିରିୟଡ଼ ହୋଇଥାଏ ପ୍ରଥମ ଦିନକୁ ଆମେ ଡେ ୱାନ କହିଥାଉ ଆଉ ମାସିକରେ ୧୪ ରୁ ୧୫ ଦିନ ଭିତରେ ଅଣ୍ଡା ଟା ଫୁଟି ଥାଏ। ତେବେ ଅଣ୍ଡା ଫୁଟିବାର ଦୁଇ ଚାରି ଦିନ ପୁର୍ବରୁ ବା ପରେ ସେହି ସମୟ ଭିତରେ ସ୍ବାମୀ ସ୍ତ୍ରୀ ସମ୍ବନ୍ଧ ରଖିଲେ ମହିଳା ପାଖରେ କନ୍ସିଭ୍ କରିବାର ଚାନ୍ସ ଅଧିକ ରହିଥାଏ। ତେବେ ଏହି କନସେପ୍ଟକୁ ପ୍ରେଗ୍ନେସି ପ୍ଲାନ୍ କରୁଥିବା ଦମ୍ପତି ଜାଣିବା ଦରକାର୍। ତାପରେ ପ୍ରେଗ୍ନେସି ପ୍ଲାନ୍ କରନ୍ତୁ।

ପ୍ରେଗ୍ନେଟ ନ ହେବାର କାରଣ :-

୧.ମହିଳା ଗର୍ଭ ଧାରଣ ନ କରିବାର ଏକ ବଡ କାରଣ ହେଉଛି ଲାଇଫ ଷ୍ଟାଇଲରେ ପରିବର୍ତ୍ତନ। ଆମର ଖାଇବା ପିଇବା ରହିବା ଇତ୍ୟାଦି ଏଥି ପାଇଁ ଦାୟୀ ଅଟେ।ଫାଷ୍ଟ ଫୁଡ୍,ଜଙ୍କ ଫୁଡ୍ , ଅଧିକ ତୈଳ ଯୁକ୍ତ ଖାଦ୍ୟ ଖାଇବା, ନିଶା ଦ୍ରବ୍ୟ ସେବନ, ଲେଟ୍ ରେ ଖାଇବା ଆଦି ଦ୍ଵାରା ମହିଳାର ଠିକ୍ ଭାବେ ପିରିୟଡ଼ ହୁଏ ନାହିଁ। ଯେଉଁ କାରଣରୁ ମହିଳା ଗର୍ଭ ଧାରଣ କରିପାରେ ନାହିଁ ଏହା ସହିତ ଓଜନ ବଢିବା ଅଧିକ ଚିନ୍ତାଗ୍ରସ୍ତ ରହିଲେ ମଧ୍ୟ ଏହି ସମସ୍ୟା ଦେଖା ଯାଇଥାଏ।

ଯେଉଁମାନେ ଲେଟ୍ ରେ ବିବାହ କରୁଛନ୍ତି ସେମାନେ ଜାଣି ରଖନ୍ତୁ କି ଯଦି ମହିଳା ଟିଏ ୩୫-୪୦ ବର୍ଷ ପରେ ପ୍ରେଗ୍ନେଶି ପ୍ଲାନ କରୁଛନ୍ତି ସେହି ସମୟରେ ଗର୍ଭ ଧାରଣର କ୍ଷମତା ମହିଳା ଠାରେ କମି ଯାଇଥାଏ।ଏହା ସହିତ ଯେଉଁମାନେ ବିବାହ ଠିକ୍ ଟାଇମ୍ ରେ କରୁଛନ୍ତି କିନ୍ତୁ ପ୍ରେଗ୍ନେଶି ପ୍ଲାନରେ ଲେଟ୍ କରୁଛନ୍ତି ଆଉ ଏଥିପାଇଁ ଗର୍ଭ ନିରୋଧକ ବଟିକା ସେବନ କରୁଛନ୍ତି ସେମାନଙ୍କ ପାଖରେ କିଛି ସାଇଡ ଇଫେକ୍ଟ୍ ଦେଖା ଯାଇଥାଏ ଆଉ ଯେଉଁ କାରଣରୁ ମଧ୍ୟ ମହିଳାଟି ଗର୍ଭ ଧାରଣ କରିବାରେ ଅସୁବିଧା ହୋଇଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment