Odisha News Portal

Pregnancy Tips – ଜାଣନ୍ତୁ କେଉଁ ପରିସ୍ଥିତିରେ ସେ-କ୍ସ କରିବା ଉଚିତ ଏବଂ କେଉଁ ପରିସ୍ଥିତିରେ ନୁହେଁ ?

ବିବାହ ପରେ ସବୁ ମହିଳା ମାନେ ମା ହେବା ପାଇଁ ଇଚ୍ଛା ପ୍ରକାଶ କରିଥାନ୍ତି ଏବଂ ଜଣେ ନାରୀ ଜୀବନରେ ମା ହେବାର ପୂର୍ଣ୍ଣତା ମଧ୍ୟ ଆଣିଥାଏ । ଗୋଟିଏ ମା ତାର ଶିଶୁ 9 ମାସ ଗର୍ଭରେ ଧରି ପିଲାଟି ଜନ୍ମ କରିଥାଏ । ପିଲା ଜନ୍ମ କରିବା ଏତେ ସହଜ ହୋଇ ନଥାଏ , ସେଥିପାଇଁ ଅନେକ କଷ୍ଟ ମଧ୍ୟ ସହିବାକୁ ପଡିଥାଏ । ଗର୍ଭବସ୍ଥା ସମୟରେ ଜଣେ ମହିଳାଙ୍କୁ ଅଧିକ ଗୁରୁତ୍ୱ ତଥା ନୀତିନିୟମ ମାନି ଚଳିବାକୁ ପଡିଥାଏ । ଅନେକ ଲୋକମାନଙ୍କ ମନରେ ଏହି ପ୍ରଶ୍ନ ରହିଥାଏ କି ଗର୍ଭବସ୍ଥା ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ କି ନାହିଁ । ତେବେ ଆସନ୍ତୁ ଜାଣିବା ସେହି ବିଷୟରେ ।

1. ସାଧାରଣ ଭାବରେ ଆମ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିଥାଏ କି ଗର୍ଭବତୀ ହେବାପରେ ନିଜର ପାର୍ଟନର ଙ୍କ ସହ ଶାରୀରିକ ରଖିବା ଉଚିତ କି ନୁହେଁ । ଏହାର ଉତ୍ତର ହେଉଛି ହଁ , ଆପଣ ଗର୍ଭବତୀ ଅବସ୍ଥାରେ ଶାରୀରିକ ସମ୍ପର୍କ ରଖିପାରିବେ , ଏଥିରେ କୌଣସି ବି ସମସ୍ୟା ହୋଇ ନଥାଏ ।

2. ଗର୍ଭବତୀ ହେବାର ପ୍ରଥମ 3 ମାସ ପର୍ଯ୍ୟନ୍ତ ଆପଣ ଶାରୀରିକ ସମ୍ପର୍କରେ ରହିବାରେ କୌଣସି ଅସୁବିଧା ନାହିଁ । କିନ୍ତୁ ଯଦି ଆପଣଙ୍କୁ ଠିକ ଲାଗୁ ନାହିଁ ତେବେ ଆପଣ ଶାରୀର୍କ ସମ୍ପର୍କ ରଖନ୍ତୁ ନାହିଁ ।

3. ଗର୍ଭବତୀ ହେବାର ଦ୍ୱିତୀୟ ପର୍ଯ୍ୟାୟ ତଥା 3 – 6 ମାସ ପର୍ଯ୍ୟନ୍ତ ମହିଳାଙ୍କ ପାଖରେ କେତେକ ଜଟିଳତା ଦେଖାଦେଇଥାଏ । ଯେପରି ବାନ୍ତି ଲାଗିବା , ହାଲିଆ ଲାଗିବା ଆଦି ରହିଥାଏ ତେବେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ । ଯଦି ବି ଦୁଇ ଜଣଙ୍କର ମତରେ ରଖୁଛନ୍ତି , ତେବେ ସାବଧାନତା ଅବଲମ୍ୱନ ରଖନ୍ତୁ ।

4. ଗର୍ଭବତୀର ତୃତୀୟ ବା ଶେଷ ପର୍ଯ୍ୟାୟରେ ମହିଳା ଙ୍କର ୟୁତ୍ରୀନ୍ସ ର ଆକାର ବଡ ହୋଇଥାଏ । ତେବେ ଏହି ସମୟରେ ଶାରୀରିକ ସମ୍ପର୍କ ଠାରୁ ଦୂରେଇ ରୁହନ୍ତୁ ।

5. ସମସ୍ତେ ଭାବିଥାନ୍ତି କି ଶାରୀରିକ ସମ୍ପର୍କ ରଖିବା ଦ୍ୱାରା ପିଲାଟି ନଷ୍ଟ ବା ଗର୍ଭପାତ ହୋଇଥାଏ କି । ଏହା ସମ୍ପୂର୍ଣ୍ଣ ଭୁଲ ଅଟେ , ଗର୍ଭାବସ୍ଥାରେ ଶାରୀରିକ ସମ୍ୱନ୍ଧରେ ରଖିବା ଏବଂ ଗର୍ଭପାତ ହେବାର କୌଣସି ସଂଯୋଗ ନଥାଏ ।

6. କିନ୍ତୁ ଆପଣ ମାନେ ଜାଣିରଖନ୍ତୁ କେବେ ବି ମହିଳା ମାନଙ୍କର ବିନା ଅନୁମତିରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ଏବଂ ସହବାସ କରିବା ସମୟରେ ସତର୍କତା ସହ କରନ୍ତୁ । କାରଣ ଏହି ସମୟରେ ମହିଳାମାନେ ଦୁର୍ବଳ ରହିଥାନ୍ତି ।

7. ଯଦି ମହିଳାଙ୍କର ଆଗରୁ ଅନେକ ଥର ଗର୍ଭପାତ ହୋଇଛି , ବହୁତ ଚେଷ୍ଟା ପରେ ଗର୍ଭବତୀ ହୋଇଛନ୍ତି ବା ଆଗରୁ ପ୍ରିମାଚର ପିଲାକୁ ଜନ୍ମ ଦେଇଛନ୍ତି , ତେବେ ଏହି ପରିସ୍ଥିତି ରେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ।

8. ଯଦି ଗର୍ଭବତୀ ହେବାର ଶେଷ ପର୍ଯ୍ୟାୟ ରେ ସେକ୍ସ କରୁଛନ୍ତି ତେବେ କେବେ ବି ଫ୍ଲାଟ ପଜିସନ ରେ କରନ୍ତୁ ନାହିଁ , ସାଇଡ ପଜିସନରେ କରିପାରିବେ ।

9. ଯଦି ଆପଣଙ୍କ ଗର୍ଭରେ ଯାଆଁଳା ପିଲା ରହିଛନ୍ତି ତେବେ ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ ।

10 ଯଦି ଆପଣଙ୍କ ପୁରୁଷ ସାଥୀଙ୍କର STD ଭଳି ରୋଗର ସମସ୍ୟା ରହିଥାଏ , ତେବେ ଗର୍ଭବତୀ ଅବସ୍ଥା ରେ ସେକ୍ସ କରିବା ଉଚିତ ନୁହେଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।