Odisha News Portal

ଗର୍ଭବତୀ ସମୟରେ ଜଣେ ଗର୍ଭବତୀ ମହିଳା ଙ୍କୁ ଏହି ସବୁ ଦିଗ ଉପରେ ନିଶ୍ଚିତ ଧ୍ୟାନ୍ନ ଦେବା ଦରକାର ?ଜାଣନ୍ତୁ କଣ କରିବା ମନା….

ଗର୍ଭବତୀ ସମୟରେ ଜଣେ ଗର୍ଭବତୀ ମହିଳା ବହୁତ କିଛି ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଏବଂ ଏହି 9 ମାସ ଭିତରେ ବହୁତ କିଛି ପ୍ରବଲେମ୍ ତାଙ୍କ ସାମ୍ନାକୁ ଆସିଥାଏ । ଏହି ସବୁ ପ୍ରବଲେମ୍ ମଧ୍ୟରୁ ସବୁଠାରୁ ବଡ ପ୍ରବଲେମ୍ ହେଉଛି ତାଙ୍କ ଗର୍ଭରେ ଥିବା ପାଣି । ତେବେ ଗର୍ଭରେ ଯେଉଁ ପାଣିରେ ଶିଶୁଟି ବଢିଥାଏ ସେହି ପାଣିର ମାତ୍ରା କମିଯିବା ଜଣେ ପ୍ରଗେନଟ୍ ମହିଳାଙ୍କ ବହୁତ ବଡ ଅସୁବିଧା ହୋଇଥାଏ । କାହିଁକି ନାଁ ସେହି ପାଣିରେ ଶିଶୁଟି ବଢିଥାଏ , ତାର ଯେଉଁ ଗ୍ରୋଥ, ତଥା ଯେଉଁ ଅଙ୍ଗପ୍ରତ୍ୟେଙ୍ଗର ଡେଭଲପ୍ ହୋଇଥାଏ କେବଳ ସେହି ପାଣି ଦ୍ବାରା ହିଁ ହୋଇଥାଏ ।

ସେଥିପାଇଁ ଏହି ପାଣିର ମାତ୍ରାରେ ସର୍ବଦା ଠିକ ରହିବା ଆବଶ୍ୟକ ନଚେତ ତାହା ଶିଶୁ ପାଇଁ କିଛି ବି ଅଘଟଣା ଆଣିପାରିଥାଏ । ସେଥିପାଇଁ ଆମେ ଆଜି ଜାଣିବା କି ଏହି ପାଣି କମିବାର କାରଣ ସବୁ କଣ ଏବଂ ଜଣେ ଗର୍ଭବତୀ ମହିଳାଙ୍କ ଗର୍ଭରେ ଏହି ପାଣି ପ୍ରତି ସପ୍ତାହରେ କେତେ ରହିବା ଦରକାର । ଏହି ସବୁ ବିଷେୟରେ ଚାଲନ୍ତୁ ପୂରା ଡିଟେଲ୍ସ ଜାଣିନେବା ।


ଏହି ପାଣି ଶିଶୁ ପାଇଁ ଏକ ପ୍ରକାର ଜୀବନ ରକ୍ଷା ପ୍ରଣାଳୀ ହୋଇଥାଏ । ଏହା ଶିଶୁ ପାଇଂ ବହୁତ ଗୁରୁତ୍ବପୂର୍ଣ୍ଣ ଅଟେ । ଗର୍ଭ ଭିତରେ ଏହି ଆମ୍ନଟିକ ଥଳି ବା ପାଣି ଥଳି ଭିତରେ ଶିଶୁର ମାଂଶପେଶୀ, ପାଚକତତ୍ବ ଏବଂ ତାର ସବୁ ଅଙ୍ଗପ୍ରତ୍ୟେଙ୍ଗର ବିକାଶ ହୋଇଥାଏ । ଏହି ପାଣିର କମିବା ପ୍ରେଙ୍ଗନେସିର କୌଣସି ବି ମାସରେ ହୋଇଥାଏ । ସାଧାରଣତଃ 36 ସପ୍ତାହରେ ଏହା ଅଧିକ ଦେଖା ଦେଇଥାଏ । ଏହାର ମାତ୍ରା ଠିକ୍ ଅଛି କି ନାହିଁ ତାହା କେବଳ ଅଲଟ୍ରାସାଉଡରେ ହିଁ ଜଣା ପଡିଥାଏ । ତେବେ ଅଲଟ୍ରାସାଉଡ ନକରି ଆପଣ ମଧ୍ୟ ଜାଣିପାରିବେ ଏହାର ମାତ୍ରା ଠିକ ଅଛି ନାଁ କମିଛି ।

1. ଆପଣଙ୍କର ୟୁଟ୍ରେସର ସାଇଜି ଯେତିକି ରହିବା କଥା ସେହି ସାଇଜ ନରହି କମିଲା ଭଳି ଆପଣଙ୍କୁ ଲାଗିବ ।

2. ପ୍ରେଗନେସି ସମୟରେ ଆପଣଙ୍କର ଓଜନ ଯେଉଂ ମାସରେ ଯେତିକି ରହିବା କଥା ସେତିକି ନରହି କମ ରହିଲେ ତେବେ ସେଥିରୁ ମଧ୍ୟ ଜାଣି ପାରିବେ ଏହି ପାଣିର ମାତ୍ରା କମ୍ ଅଛି ବୋଲି ।

ତେବେ ଚାଲନ୍ତୁ ଜାଣିବା ଗର୍ଭରେ ଏହି ପାଣିର ମାତ୍ରା କଣ ପାଇଁ କମିଯାଇଥାଏ ।

ଯଦି ଆପଣଙ୍କ ଗର୍ଭରେ ବଢୁଥିବା ଶିଶୁର କିଡନି ଏବଂ ମୁତ୍ରାଶୟ ସମ୍ବନ୍ଧୀୟ କିଛି ବି ପ୍ରବଲେମ୍ ଅଛି ତାହେଲେ ଆପଣଙ୍କ ଗର୍ଭରେ ଏହି ପାଣିର ମାତ୍ରା କମିଥାଏ । ଏହା ସହିତ ଗର୍ଭବତତୀ ମହିଳାଙ୍କ ଶାରିରୀକ ଏବଂ ମାନସିକ କାରଣରୁ ମଧ୍ୟ ଏହି ପାଣିର ମାତ୍ରା କମିଥାଏ । ଯଦି ଆପଣଙ୍କ ଗର୍ଭରେ ଥିବା ପ୍ଲାସେଣ୍ଡାରେ କିଛି ବି ଅସୁବିଧା ଥିବ ତାହେଲେ ମଧ୍ୟ ଏହା କମିଥାଏ । ତେବେ ଗର୍ଭରେ ଏହି ପାଣିର ମାତ୍ରା କମିଲେ ଏହା ଶିଶୁପାଇଁ ବହୁତ ଅସୁବିଧା ହୋଇଥାଏ ଏପରିକି ଶିଶୁର ଡେଥ୍ ମଧ୍ୟ ହୋଇଯାଇଥାଏ ଗର୍ଭରେ ।

ତେଣୁ ଏହି ପାଣିର ମାତ୍ରାକୁ ଠିକ ରଖିବା ପାଇଁ ସପିସେଣ୍ଟ ପାଣି ପିଅନ୍ତୁ ଏବଂ କୌଣସି ଭାରି କାମ କରନ୍ତୁ ନାହିଁ । ଏହାସହିତ ବାରମ୍ବାର ଅଲଟ୍ରାସାଉଣ୍ଡ କରନ୍ତୁ ଯାହା ଫଳରେ ଏହା ଆପଣଙ୍କ ଶରୀରରେ ଠିକ ଅଛି କି ନାହିଁ ତାହା ଜାଣିପାରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।