ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଖବର ଶୁଣୁଥିବେ ମୁଁ ଆଜି ଆପଣକୁ ଆପଣଙ୍କ ଅତିପ୍ରିୟ ହିରୋ ଅମ୍ଲାନଙ୍କ ବିଷୟରେ କହିବି |ଓଡ଼ିଆ ଇଣ୍ଡଷ୍ଟ୍ରିର ଅମ୍ଲାନ ହେଉଛନ୍ତି ଜଣେ ବେଷ୍ଟ ହିରୋ ସେ ଅନେକ ସୁନ୍ଦର ସୁନ୍ଦର ଫିଲ୍ମ କରି ଦର୍ଶକ ମାନଙ୍କ ମନ କିଣିଛନ୍ତି |ଅମ୍ଲାନଙ୍କ ଓଡ଼ିଆ ଫିଲ୍ମ ଗୁଡିକ ସୁପର ହିଟ ହୋଇଥାଏ,ଅମ୍ଲାନ ଏକ ନୂଆ ଫିଲ୍ମ ଏହି ଡିସେମ୍ବରରେ ରିଲିଜ ହେବାକୁ ଯାଉଛି ବୋଲି ଆପଣ ଜାଣିଥିବେ ନିଶ୍ଚିତ |ଅମ୍ଲାନ ଦାସ ତାଙ୍କ ବିଷୟରେ ଅନେକ କଥା ଏକ ଶୋ ମାଧ୍ୟମରେ କହିଛନ୍ତି ତାହା ବର୍ତମାନ ଭାଇରାଲ ହେଉଛି,ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଅମ୍ଲାନ ବିଷୟରେ ଅନେକ କିଛି କଥା ବିଷୟରେ ଜାଣିବା |
ଆକ୍ସନ ହିରୋ ଅମ୍ଲାନ ଦାସଙ୍କୁ ବହୁତ ଦର୍ଶକ ପସନ୍ଦ କରନ୍ତି ଏବଂ ସମସ୍ତେ ତାଙ୍କ ବିଷୟରେ ଜାଣିବା ପାଇଁ ମଧ୍ୟ ଇଚ୍ଛା କରନ୍ତି |ଅମ୍ଲାନ ଙ୍କ ଏକ ସୁନ୍ଦର ଫିଲ୍ମ ଡିସେମ୍ବର 16 ତାରିଖରେ ରିଲିଜ ହେବାକୁ ଯାଉଛି, ଏହି ଫିଲ୍ମ ବହୁତ ସୁନ୍ଦର ହୁଇଛି ବୋଲି ମଧ୍ୟ୍ୟ ଜଣା ଯାଇଛି |ଅମ୍ଲାନଙ୍କ ଏହି ଫିଲ୍ମର ନାମ “ପ୍ରସ୍ଥାନମ “ଏହି ଫିଲ୍ମ ଅମ୍ଲାନ ଦାସଙ୍କ ସୁପର ହିଟ ହେବ ବୋଲି ସମସ୍ତଙ୍କ ଆଶା ରହିଛି |ଅମ୍ଲାନ ତାଙ୍କର ଏହି ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରିବା ପାଇଁ ପ୍ରଥମେ ତାଙ୍କ ବାପା ମିହିର ଦାସଙ୍କ ପ୍ରେରଣା ସେ ପାଇଥିଲେ |
ଜଣେ କଳାକାର ଭାବରେ ସେ ତାଙ୍କ ବାପାଙ୍କୁ ବହୁତ ମିସ କରୁଛନ୍ତି ବୋଲି କହିଛନ୍ତି |ଜଣେ ପୁଅ ତା ବାପାଙ୍କୁ ତ କେବେ ମନରୁ ଭୁଲି ପାରିବନି ସତ ମାତ୍ର କଳାକାର ଭାବରେ ମଧ୍ୟ ଅନୁଦାନ କେବେ କେହି ଭୁଲି ପାରିବେ ନାହିଁ |ତେଣୁ ଅମ୍ଲାନ ତାଙ୍କୁ ବାପା ସହିତ ଏକ କଳାକାର ଭାବରେ ମଧ୍ୟ ମିହିର ଦାସଙ୍କୁ ବହୁତ ମିସ କରନ୍ତି ବୋଲି କହିଛନ୍ତି |ଅମ୍ଲାନଙ୍କ ଏହି ଫିଲ୍ମ “ପ୍ରସ୍ଥାନମ “ସେ ସୁନ୍ଦର କେରେକ୍ଟର ଭାବରେ ଅଭିନୟ କରିଛନ୍ତି, ସେ ଏହି ଫିଲ୍ମରେ ଅଧିକ କିଛି ଡାଇଲଗ କହି ନାହାନ୍ତି ମାତ୍ର ଫିଲ୍ମଟି ଯେଉଁ ଅନୁସାରେ ହୋଇଛି ତାହା ସମସ୍ତଙ୍କ ପସନ୍ଦ ଆସିବ ବୋଲି ସେ ମତ ଦେଇଛନ୍ତି |
ଏହି ଶୋରେ ଅମ୍ଲାନ ତାଙ୍କ ଫେମିଲି ବିଷୟରେ ମଧ୍ୟ ଅନେକ କଥା କହିଛନ୍ତି, ତାଙ୍କ ଜୀବନରେ କାମ ଓ ତାଙ୍କର ପରିବାର ସମ୍ପୂର୍ଣ ଅଲଗା |ସେ କେବେ ପରିବାରରେ କାମ ନେଇକି କିଛି ଦ୍ୱନ୍ଦ୍ୱ କରନ୍ତି ନାହିଁ, ସେ ତାଙ୍କ ସ୍ତ୍ରୀ ଭୂମିକାଙ୍କର ମଧ୍ୟ ଏହି ଶୋ ମାଧ୍ୟମରେ ଅନେକ ପ୍ରସଂଶା କରିଛନ୍ତି |ଏହି ପ୍ରସ୍ଥାନମ ଫିଲ୍ମରେ ବହୁତ ଏଣ୍ଟଟେନମେଣ୍ଟ ରହିଛି ବୋଲି ସେ କହିଛନ୍ତି ଯାହା ପାଇଁ ଲୋକେ ଏହି ଫିଲ୍ମର ବହୁତ ମଜା ନେବେ |ଅମ୍ଲାନଙ୍କ ଏହି ଶୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।