ବର୍ତ୍ତମାନ ସମୟରେ ପ୍ରାଥମିକ ପିଲାଙ୍କ ମାନଙ୍କ ପାଇଁ ଖୁସି ଖଵର, ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ଯିବ ବୋଲି ଶୁଣିବାକୁ ମିଳୁଛି। ତେବେ ବନ୍ଧୁଗଣ ଆପଣ ମାନେ, ସମସ୍ତେ ଜାଣିଛନ୍ତି ଯେ, ଦୀର୍ଘ ଦୁଇ ବର୍ଷ ରୁ ଅଧିକ ସମୟ ଧରି ସମସ୍ତ ସ୍କୁଲ ବନ୍ଧ ରହିଛି। କରୋନା ମହାମାରୀ କାରଣରୁ ପିଲା ମାନଙ୍କ ପାଠ ପଢ଼ାରେ ବହୁତ କ୍ଷୟ କ୍ଷତି ଘଟାଇଛି। ସେଥିପାଇଁ ଦେଶରେ ଶିକ୍ଷା ବ୍ୟବସ୍ଥା ରେ ଅଧିକ ବାଧା ପ୍ରାପ୍ତ ଦେଖା ଯାଇଛି। ତେଣୁ ଦେଶର ଭବିଷ୍ୟତକୁ ଆଖି ଆଗରେ ରଖି, ସରକାର ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା, ପ୍ରାଥମିକ ଶିକ୍ଷା କେବେ ଖୋଲା ହେବ, ଏଥିପାଇଁ କଣ ସବୁ ବ୍ୟବସ୍ଥା ରହିବ, ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ଦୀର୍ଘ ଦୁଇ ବର୍ଷ ଧରି ସାରା ଭାରତ ବର୍ଷରେ କରୋନା ତାର ତାଣ୍ଡବ ଲୀଳା ରଚି ଚାଲିଛି। ଏହି କରୋନା ଯୋଗୁ ଲୋକ ମାନଙ୍କର ମଧ୍ୟ ଜୀବନ ଜୀବିକାରେ ବହୁତ କ୍ଷତି ଘଟାଇଛି। କରୋନା ମହାମାରୀ ପାଇଁ ପ୍ରାଥମିକ ସ୍କୁଲ ସବୁ ବନ୍ଦ ରହିଛି। ଏଥି ସହିତ ପିଲା ମାନଙ୍କ ପାଠ ପଢିବାରେ ମଧ୍ୟ ବହୁତ ବଡ଼ ଅସୁବିଧା ଦେଖା ଯାଇ ଥିଲା। ପ୍ରାଥମିକ ଶିକ୍ଷା ହେଉଛି ପିଲା ମାନଙ୍କର ମୂଳଦୁଆ ହୋଇଥାଏ। ଯଦି ମୂଳଦୁଆ ଠିକ ନରହିବ, ତା’ହେଲେ ପିଲା ମାନେ ଉଚ୍ଚ ଶିକ୍ଷା ପାଇଁ ସେମାନଙ୍କୁ ବହୁତ ବଡ଼ ଅସୁବିଧାର ସମ୍ମୁଖିନ ହେବାକୁ ପଡି ପାରେ।
ଏଥି ସହିତ କରୋନା ମହାମାରୀର ମାତ୍ର କିଛି ପରିମାଣରେ କମି ଥିବାରୁ ଏଭଳି ଭାବରେ ପ୍ରାଥମିକ ସ୍କୁଲ କେତେ ଦିନ ବନ୍ଦ ରହିବ ସେଥିପାଇଁ ଏହିସବୁକୁ ଦୃଷ୍ଟିରେ ରଖି ଶିଶୁ ଅଧିକାରୀ ତରଫୁରୁ ଏକ ନିଷ୍ପତ୍ତି ଆସିଛି। ଏହି ସବୁକୁ ଦୃଷ୍ଟିରେ ରଖି ପ୍ରଥମ ରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ରାଜ୍ୟ ଶିଶୁ ଅଧିକାରୀ ଶିଶୁ ଆୟୋଗ ସୁଶ୍ରୀ ସନ୍ଧ୍ୟାବତୀ ପ୍ରଧାନ ନିଜେ କହିଛନ୍ତି। ଏଥି ସହିତ ସେ କହିଛନ୍ତି ଯେ, ପିଲା ମାନଙ୍କ ନିକଟରେ ରୋଗ ପ୍ରତିରୋଧକ ଶକ୍ତି ରହିଛି ଓ ଯାହା ଫଳରେ କି ପ୍ରାଥମିକ ସ୍କୁଲ ଖୋଲିଲେ କୌଣସି ବି ଅସୁବିଧା ହେବ ନାହିଁ।
ଏଥି ସହିତ ସ୍କୁଲ ଖୋଲିଲେ କରୋନା ସଚେତନତା ପାଇଁ ସ୍କୁଲ ଗୁଡିକରେ ସ୍ୱଚ୍ଛତା ରହିବା ନିହାତି ଭାବରେ ଆବଶ୍ୟକ ବୋଲି ସେ କହିଛନ୍ତି। ଏହାକୁ ନେଇ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ସଂଘ କହିଛନ୍ତି ଯେ, ସ୍କୁଲ ଖୋଲିଲେ ପ୍ରତିଦିନ ସାନିଟାଇଜ କରିବା ଅଵଶ୍ୟକତା ରହିଛି। ରାଜ୍ୟ ସରକାର ଓ ଗଣଶିକ୍ଷା ବିଭାଗକୁ ପ୍ରାଥମିକ ସ୍କୁଲ ଖୋଲିବାକୁ ନେଇ ଶିଶୁ ଅଧିକାରୀ ସୁପାରିସ କରିବେ। ପ୍ରାଥମିକ ସ୍କୁଲ ଜାନୁଆରୀ ମାସ କିମ୍ବା ଶିକ୍ଷା ବର୍ଷ ଆରମ୍ଭରୁ ଖୋଲିବ ବୋଲି ଶୁଣିବା ପାଇଁ ମିଳୁଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।