ପରିସ୍ରା କଣ୍ଟ୍ରୋଲ ( Urinary Incontinence ) କରି ନ ପାରିବା କାରଣ ,ଚିକିତ୍ସା ଜାଣନ୍ତୁ – Dr Shibila k

ହଁ ଦର୍ଶକ ବନ୍ଧୁ ମଣିଷ ଶରୀରରେ ସବୁବେଳେ କିଛି ନା କିଛି ସମସ୍ୟା ଲାଗି ରହିଥାଏ | ତେବେ ସେହି ସମସ୍ୟା ଗୁଡିକ ମଧ୍ୟରେ ପରିସ୍ରା କଣ୍ଟ୍ରୋଲ ନ ହେବା ମଧ୍ୟ ଏକ ପ୍ରକାରର ସମସ୍ୟା ଅଟେ | ଆଉ ଯାହା ବିଶେଷ କରିକି ମହିଳା ମାନଙ୍କ ନିକଟରେ ଦେଖାଯାଇଥାଏ ବୋଲି କୁହାଯାଉଛି | ଆଉ ଯାହାକୁ ଆମେ ମାନେ ୟୁନିନାରୀ ଇନଫେକ୍ସନ ବୋଲି ମଧ୍ୟ କହିଥାଉ | ତାହେଲେ ଏହିଭଳି ଯଦି ସମସ୍ୟା ମାନ ଦେଖା ଯାଇଥାଏ ତାହେଲେ ଆମେ ପରିସ୍ରା କୁ କଣ୍ଟ୍ରୋଲ ରେ ରଖି ପାରି ନଥାଉ ଓ କାଶିବା ବେଳେ ବ ଛିଙ୍କିବା ବେଳେ ମଧ୍ୟ ଏହିଭଳି କିଛି ସମସ୍ୟା ମାନ ମଧ୍ୟ ଆମ ନିକଟରେ ପରିଲକ୍ଷିତ ହୋଇଥାଏ | ତାହେଲେ ଏହିଭଳି ସମସ୍ୟା ର କାରଣ ଓ ଲକ୍ଷଣ ଗୁଡିକ କଣ ସବୁ ରହିଛି ଆସନ୍ତୁ ଜାଣିବା |

ତେବେ ମଣିଷ ଶରୀରାରେ ଦେଖା ଯାଉଥିବା ପରିସ୍ରା କଣ୍ଟ୍ରୋଲ ନ ହେବା ଭଳି ସମସ୍ୟା ଗୁଡିକ ବିଶେଷ କରିକି ପୁରୁଷ ଙ୍କ ନିକଟରେ କମ ଦେଖା ଯାଇଥାଏ | କିନ୍ତୁ ଏହା ର ପରିମାଣ ମହିଳା ଙ୍କ ନିକଟରେ ଅଧିକ ଦେଖା ଯାଇଥାଏ |ଆଉ ଏହି ଭଳି ସମସ୍ୟା କୁ ମୁଖ୍ୟତଃ 3 ଭାଗ ରେ ବିଭକ୍ତ କରାଯାଇଛି ତାହା ହେଉଛି|

(1) ଷ୍ଟ୍ରେସ ୟୁରିନାରୀ ଇନକନଟିନେନସି
(2) ଅର୍ଜି ଇନକନଟିନେନସି
(3) ମିଷ୍ଟ ଇନକନଟିନେନସି

କେଉଁ ବୟସରେ ବିଶେଷ କରିକି ଏହିଭଳି କିଛି ଅସୁବିଧା ଦେଖା ଯାଇଥାଏ :-ତେବେ ଏହିଭଳି ସମସ୍ୟା ମାନ ଯୁବ ଅବସ୍ଥା ଠାରୁ ଆରମ୍ଭ କରିକି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କ ପାଖରେ ଦେଖା ଯାଇଥାଏ ବୋଲି କୁହାଯାଉଛି | ତେବେ ଏହା ବିଶେଷ କରିକି କମ ବୟସରେ ଝିଅ ମାନଙ୍କ ପାଖରେ 20%-30% ଦେଖା ଯାଉଥିବା ବେଳେ 60-70 ବର୍ଷ ବୟସର ଲୋକ ଙ୍କ ପାଖରେ ଅଧିକ ଦେଖା ଯାଇଥାଏ | ଏହା ସହିତ ଡାଇବେଟିସ,ଉଚ୍ଚରକ୍ତ ଚାପ,ବା ସି. ଭି. ଏ ପରି ସମସ୍ୟା ଥିବା ରୋଗୀ ଙ୍କ ନିକଟରେ ଏକ ଅଧିକ ଦେଖା ଯାଇଥାଏ | ଏହା ଛଡା ଚକଲେଟ, ସିଗ୍ରେଟ, ଆଲକହଲ ଆଦି ଯଦି ଝିଅ ମାନେ ଅଧିକ ପିଇବେ ତାହେଲେ ମଧ୍ୟ ଏହି ସମସ୍ୟା ଦେଖା ଯିବ |

ଏହିଭଳି ସମସ୍ୟା ର ଚିକିତ୍ସା :-

ତେବେ ଯଦି ଆପଣଙ୍କୁ ପରିସ୍ରା କଣ୍ଟ୍ରାଲ ନ କରି ପାରିବ ଭଳି ସମସ୍ୟା ଦେଖା ଯାଏ ତାହେଲେ ଡାକ୍ତର 3 ଟି ସମସ୍ୟା ଉପରେ ଗୁରୁତ୍ୱ ଦେଇଥାନ୍ତି | ତାହା ବ୍ୟତୀତ ଯଦି ଆପଣଙ୍କର କଲାପ୍ସଟି ଅଛି ବ ପରିସ୍ରା ଘରେ ପିଲା ଜନ୍ମ ପରେ ଛିଦ୍ର ରହିଛି ତାହେଲେ ୟୁରିନ ଓ ରକ୍ତ ପରୀକ୍ଷା କରି ରୋଗ ର ଚିକିତ୍ସା କରି ପାରିବା |

ଏହି ଭଳି ସମସ୍ୟା ର ନିରାକରଣ :-ଏହି ଭଳି ପରିସ୍ରା କଣ୍ଟ୍ରୋଲ ନ କରି ପାରିବା ଭଳି ସମସ୍ୟା ଆପଣଙ୍କ ଠାରେ ଦେଖା ଯାଉଥିଲେ ଆପଣ ପ୍ରଥମେ ଖାଦ୍ୟ ଉପରେ ଗୁରୁତ୍ୱ ଦେବେ ଅର୍ଥାତ କଫି, ଚକଲେଟ ଓ ଆଲକହଲ ର ସେବନ କମେଇବେ | ଏହା ଛଡା ଆପଣ ନନ ଭେଜ କମ ଖାଇବେ ଓ ପରିସ୍ରା ଲାଗିବା ମାତ୍ରକେ ଟଏଲେଟ ଯାଇ ବସିକି ପରିସ୍ରା କରିବେ |

ତେବେ ଏହା ଥିଲା ପରିସ୍ରା କଣ୍ଟ୍ରୋଲ ରେ ରଖି ପାରି ନଥାଉ, ଏହିଭଳି ସମସ୍ୟା ର କାରଣ ଓ ନିରାକରଣ ବିଷୟରେ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment