Odisha News Portal

ପ୍ରତ୍ୟେକ ଦିନ ଗୋଟିଏ ଭିଟାମିନ୍ E କ୍ୟାପସୁଲ୍ ଖାଇଲେ କେଉଁ ଚମତ୍କାର ଫାଇଦା ମିଳେ ଜାଣନ୍ତୁ……….

ଆଜି ଆମେ ଜାଣିବା ଏପରି ଏକ କ୍ୟାପସୁଲ୍ ବିଷୟରେ , ଯାହାକୁ ଯଦି ଆପଣ ପ୍ରତି ଦିନ ଗୋଟିଏ ଖାଇବେ ତାହେଲେ କେବେ ବି ଆପଣଙ୍କୁ ରୋଗ ହେବ ନାହିଁ । ବିଭିନ୍ନ ପ୍ରକାରର ରୋଗରୁ ଲଢିବା ପାଇଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ରହିବା ନିହାତି ଆବଶ୍ୟକ । ଯଦି ଆପଣଙ୍କ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ରହିଛି ତେବେ ଆପଣ କୌଣସି ପ୍ରକାରର ରୋଗରେ ଶିଘ୍ର ଆକ୍ରାନ୍ତ ହେବାର ଆଶଙ୍କା କମ୍ ରହିଥାଏ । କାରଣ ଏହି ଶକ୍ତି ଆପଣଙ୍କୁ ବିଭିନ୍ନ ପ୍ରକାର ରୋଗରୁ ଲଢିବାକୁ ସାହାଯ୍ୟ କରିଥାଏ ।

ଯଦି ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ ନାହିଁ ତେବେ ଭୋକ ନଲାଗିବା, ପେଟ ଭାରି ଲାଗିବା, ଛାତିରେ ଜୋଳାପୋଡା ଇତ୍ୟାଦି ସମସ୍ୟା ଦେଖା ଦେଇଥାଏ । ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍ କରିବା ପାଇଁ ହେଲେ ପ୍ରତି ଦିନ ଏହି ଗୋଟିଏ ଜିନିଷ ଖାଇବା ନିହାତି ଆବଶ୍ୟକ ।

କେଶ ପାଖରୁ ଆରମ୍ଭ କରି ଶରୀରର ଅନେକ ଜରୁରୀ କାର୍ଯ୍ୟ କରିବା ପାଇଁ ଥିବା ଅଙ୍ଗ ମାନଙ୍କ ପାଇଂ ଭିଟାମିନ୍ ର ଆବଶ୍ୟକତା ରହିଛି । ଚାଲନ୍ତୁ ଜାଣିବା ସେହି ଚମତ୍କାରୀ ଭିଟାମିନ୍ E କ୍ୟାପସୁଲ୍ ବିଷୟରେ । ଏହା ଅନେକ ଫଳ, ତେଳ , ଶୁଖିଲା ଫଳ ଆଦିରୁ ପ୍ରସ୍ତୁତ ହୋଇଥାଏ । ଏହା ଖାଇବା ଦ୍ବାରା ଆମ ଶରୀରରେ କଣ ସବୁ ଲାଭ ହୋଇଥାଏ ସେହି୍ ବିଷୟରେ ଜାଣିବା ।

ଆବଶ୍ୟକତା –

ଭିରାଟିମ୍ E କୋଷକୁ ଜୀବିତ ରଖି୍ବା ପାଇଁ ସେମାନଙ୍କର ବାହ୍ୟ ସେଲ୍ ର ରକ୍ଷଣାବେକ୍ଷଣ କରିଥାଏ । ଏହାସହିତ ଆମ ଶରୀରର ଫ୍ୟାଟି ଏସିଡ୍ କୁ ମଧ୍ୟ ନିୟନ୍ତ୍ରଣରେ ରଖିଥାଏ । ମଣିଷର ସୌନ୍ଦର୍ଯ୍ୟ ବୃଦ୍ଧି ଏବଂ କେଶ ଜନିତ ସମସ୍ୟା ଦୂର କରିବାରେ ଏହା ସାହାଯ୍ୟ କରିଥାଏ । ତେଣୁ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଭିଟାମିନ୍ E କ୍ୟାପସୁଲ୍ ପ୍ରତିଦିନ ଗୋଟିଏ ସେବନ କରିବା ଉଚିତ୍ ।

ପ୍ରଭାବ –

1. ଅଲଜାଇମର୍ ଏବଂ କର୍କଟ ରୋଗରୁ ମୁକ୍ତି –

ଏହାକୁ ସେବନ କରିବା ଦ୍ବାରା ଅଲଜାଇମର୍ ଭଳି ବଡ ରୋଗ ହେବାର ଆଶଙ୍କା କମଯିବା ସହିତ କର୍କଟ ରୋଗର ମୁକାବିଲା କରିବା ପାଇଁ ସାହାଯ୍ୟ କରିଥାଏ । କାରଣ ଯେଉଂମାନଙ୍କର ଶରୀରରେ ଭିଟାମିନ୍ E ର ମାତ୍ରା କମ୍ ଥାଏ ସେମାନଙ୍କୁ କର୍କଟ ରୋଗ ହେବାର ଆସଙ୍କା ଅଧିକ ଥାଏ ।

2. ଆଣ୍ଠୁଗଣ୍ଠି ଯନ୍ତ୍ରଣାରୁ ମୁକ୍ତି –

 

ଏହାକୁ ପ୍ରତିଦିନ ଗୋଟିଏ ସେବନ କରିଲେ ଏହି ରୋଗରୁ ଆପଣଙ୍କୁ ମୁକ୍ତି ମିଳିବ ।

3. ଚର୍ମ ଜନିତ ସମସ୍ୟାରୁ ମୁକ୍ତି –
ଏହି ଭିଟାମିନ୍ E କ୍ୟାପସୁଲ୍ ଏକ ମାସ ସେବନ କରିବା ଦ୍ବାରା ଆପଣଙ୍କ ଶରୀର ରେ ଯେ କୌଣସି ଚର୍ମ ରୋଗ ହୋଇଥିଲେ ତାହା ଦୂର ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।