Odisha News Portal

ଦେଖନ୍ତୁ ଭି଼ଡିଓ ! ପ୍ରଥମ ଦିନ ଶାଶୁଘରେ କେମିତି ଦିନ କାଟିଲେ ଓଡିଆ ହିରୋଇନ୍ ଏଲିନା ସାମନ୍ତରାୟ……କଣ ସତରେ

ସଂସ୍କୃତିର ରାଜ୍ୟ ଓଡ଼ିଶାରେ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ କିଏ ବା ନଜାଣେ। ବିଗତ କିଛି ବର୍ଷ ଧରି ଓଡ଼ିଆ ସିନେମା ଜଗତକୁ ସେ ସୁନ୍ଦର ସୁନ୍ଦର ସିନେମା ସବୁ ଦେଇ ଆସୁଛନ୍ତି। ତାଙ୍କର ଅଭିନୟ ର ଢାଞ୍ଚା ବେଶ୍ ନିଆରା ଏବଂ ଆକର୍ଷଣୀୟ ଅଟେ। ସୁନ୍ଦର ଚେହେରା ସାଙ୍ଗକୁ ତାଙ୍କର ମନୋଲଭା ଆଖି ଦର୍ଶକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।ଅନେକ ସୁପର୍ ହିଟ୍ ଫିଲ୍ମ୍ ଦର୍ଶକ ମାନଙ୍କୁ ଭେଟି ଦେଇଛନ୍ତି ଏହି ଅଭିନେତ୍ରୀ।ଓଲିଉଡ ର ସୁଇଟ ଆଣ୍ଡ ହଟ କୁହା ଯାଉଥିବା ଚୁଲବୁଲି, ସୁନ୍ଦରୀ ନାୟିକା ହେଉଛନ୍ତି 24 ବର୍ଷୀୟା ଏଲିନା ସାମନ୍ତରାୟ।

ତେବେ ସେ ତାଙ୍କର ସୌନ୍ଦର୍ଯ୍ୟ ଏବଂ ଅଭିନୟ ପାଇଁ ଦର୍ଶକଙ୍କ ମନରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରି ପାରିଛନ୍ତି। ଆଉ ଓଡ଼ିଆ ସିନେମା ଦୁନିଆରେ ସେ ପାଦ ଦେବା ପାଖରୁ ଓଡ଼ିଶାର ଦର୍ଶକ ମାନଙ୍କର ସେ ପାଲଟି ଯାଇଛନ୍ତି ପ୍ରଥମ ପସନ୍ଦର ଅଭିନେତ୍ରୀ ।

ଓଡିଆ ଇଣ୍ଡଷ୍ଟ୍ରିର ପପୁଲାର୍ ହିରୋଇନ୍ ଏଲିନା ସାମନ୍ତରାୟ ଅନେକ ଚଳିଚିତ୍ରରେ ଅଭିନୟ କରିଛନ୍ତି । ତେବେ ଏବେ ବିବାହ ପରେ ପ୍ରଥମ ଦିନର ଅନୁଭୂତି କିପରି ଶାଶଉ ଘରେ ରହିଲା ତାହା ବଖାଣିଛନ୍ତି । କଥାଟି ଅବଶ୍ୟ ଆପଣଙ୍କୁ ଟିକେ ହଟକେ ଲାଗିପାରେ । କାହିଁକି ନାଁ ଏଲିନା ପୁଣି କେତେବେଳେ ବିବାହ କରିନେଲେ ଏବଂ ସେ ବିବାହ କରି କେତେବେଳେ ଶାଶୁ ଘରକୁ ଗଲେ ଯେ ଆମେ ଜାଣି ପାରିଲୁ ନାହିଁ , ଏହି କଥା ଆପଣ ମାନେ ଜାଣି ପାରିଲୁ ନାହିଁ । ହଁ ଆଜ୍ଞା ସୁଟିଂ ହେବାର ଅପେକ୍ଷାରେ ଚାଲିଛି ଅରୁନ୍ଧତି ।

ଆଉ ଅରୁନ୍ଧତି ଚଳଚିତ୍ରରେ ଏଲିନା ବିବାହ କରି ଥିବାର ଦେଖିବାକୁ ନଜରର ଆସିଥିଲେ , ଏହା ସୋସିଆଲ ମିଡିଆରେ ଯେବେ ପୋଷ୍ଟ କରିଲେ ଏଲିନା ସେତେବେଳେ ସବୁଠି ହଇଚଇ ସୃଷ୍ଟି ହୋଇଛି ।


ଏଲିନାଙ୍କ ବିପକ୍ଷରେ ଏକ ନବାଗତ ନାୟକଙ୍କୁ ନିଆ ଯାଇଛି । ଯେଉଁ ଥିରେ ଏଲିନା ଏକ ବିବାହିତ ମହିଳା ଭାବରେ ନଜରରେ ଆସିଛନ୍ତି , ଯାହାକି ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଅରୁନ୍ଧତି ଚଳଚିତ୍ର ଟି ଖୁବ୍ ଶିଘ୍ର ପ୍ରକ୍ଷାଳୟରେ ରିଲିଜ ହେବାକୁ ଆଶା ରଖି ଥିଲେ । କିନ୍ତୁ ଲକଡାଉନ୍ କରୋନା ପାଇଁ ଏହାର ସୁଟିଂ ଏପର୍ଯ୍ୟନ୍ତ ଜାରି ରହିଛି ଏବଂ ସାମାଜିକ ଦୂରତା ରଖି ସୁଟିଂ ଚାଲି ଥିବାର ଏଲିନା କହିଛନ୍ତି ।

 

କିନ୍ତୁ ଏହି ଚଳଚିତ୍ରଟି ପ୍ରକ୍ଷାଳୟରେ ରିଲିଜ ନ ହେଲେ ମଧ୍ୟ କୌଣସି ଟିଭି ଚ୍ୟାନାଲ ମାଧ୍ୟମରେ ଲୋକଙ୍କ ପାଖକୁ ପହଞ୍ଚିବ ଏବଂ ଲୋକ ମାନେ ଏଲିନାଙ୍କୁ ଯେତିକି ଭଲ ପାଇବା ଦେଇ ଥିଲେ , ସେତିକି ଭଲ ପାଇବା ଆଗକୁ ମଧ୍ୟ ଦେବେ ବୋଲି ଆଶା କରିଛନ୍ତି । ତେବେ ଏଲିନାଙ୍କର ଏହି ଚଳଚିତ୍ରଟି ଏକ ନବାଗତ ନାୟକଙ୍କ ସହିତ ସୁଟିଂ ହେବାକୁ ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।