ଲାଗିଲା ଗୁରୁ-ଶିଷ୍ୟଙ୍କ ସଂପର୍କରେ କଳଙ୍କର ଟିକା । ଆଗ କାଳରେ ଗୁରୁ ଶିଷ୍ୟଙ୍କ ମଧ୍ୟରେ ଏକ ଅତୁଟ ସଂପର୍କ ରହିଥିଲା । ଗୁରୁଙ୍କୁ ଭଗବାନ ବୋଲି ମାନା ଯାଉଥିଲା । ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁ ଦେବ ମହେଶ୍ବର ବୋଲି କୁହା ଯାଉଥିଲା କିନ୍ତୁ ବର୍ତ୍ତମାନ ଆଉ ସେହି ସଂପର୍କ ନାହିଁ । ବର୍ତ୍ତମାନ ଗୁରୁ ଶିଷ୍ୟଙ୍କ ସଂପର୍କରେ କଲଙ୍କ ଲାଗି ଗଲାଣି । କୁହାଯାଏ ଯେ ଗୁରୁଙ୍କ ମାଧ୍ୟମରେ ଭଗବାନଙ୍କ ନିକଟରେ ପହଞ୍ଚି ଯାଇ ପାରିବା କିନ୍ତୁ ଆଜି କାଲିର ଗୁରୁଙ୍କ ମାଧ୍ୟମରେ ଭଗବାନଙ୍କ ନିକଟରେ ପହଞ୍ଚିବା ତ ଦୂରର କଥା ସମାଜରେ ମୁଣ୍ଡ ଉଠେଇ ଚାଲି ବି ପାରିବେ ନାହିଁ । ଆଉ ସେମାନଙ୍କ କାର୍ଯ୍ୟ କଲାପ ସିଧାସଳଖ ଯାଇ ଆଗାମୀ ଭବିଷ୍ୟତ ପିଢ଼ି ଉପରେ ଏକ କୁ ପ୍ରଭାବ ପକାଉଛି ଏବଂ ସମ୍ପର୍କର ଗୁରୁତ୍ଵକୁ ମଧ୍ୟ ନଷ୍ଟ କରିଦେଉଛି । ସେହିପରି ଗୋଟିଏ ଅଭାବନୀୟ ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି ।
ତେବେ ମଣିଷ ହେଉଛି ଗୋଟିଏ ବିବେକ ଧାରୀ ପ୍ରାଣୀ କିନ୍ତୁ କଣ ଏଭଳି କାର୍ଯ୍ୟ କରିବା ପୂର୍ବରୁ ସେମାନଙ୍କ ବିବେକ ସେମାନଙ୍କୁ ଟିକିଏ ବି ବାଧା ଦିଏନି ? ତେବେ ଏହି ବିବେକ ରହି ଲାଭ କଣ ? କାହିଁକି ନାଁ ଆଜିର ସମାଜରେ ଲୋକମାନେ ପ୍ରତିଟି ମୂହୂର୍ତ୍ତରେ ପଶୁତୁଲ୍ୟ କାମ କରୁଛନ୍ତି ।
ଯେତେବେଳେ କି ମାନବ ସମାଜକୁ ଶ୍ରେଷ୍ଠ ଏବଂ ବିଚାରଶୀଳ ମଣିଷ ବୋଲି ପରିଗଣିତ କରାଯାଉଛି କିନ୍ତୁ ସେମାନେ ଅମଣିଷ ଭଳି କାମ କରିବା ପାଇଁ କୌଣସି ବି ପିରିସ୍ଥିତିରେ ଅଟକୁ ନାହାଁନ୍ତି । ଆଉ ନିଜ ଦେହର ଭୋକ ମେଣ୍ଟେଇବା ପାଇଁ କାହା ସହିତ ବି ଶାରିରୀକ ସଂପର୍କ ସ୍ଥାପନ କରି ଦେଉଛନ୍ତି । ଆଉ ଆଜି ଆମେ ଆପଣଙ୍କୁ ଯେଉଁ ବିଷୟରେ ଜଣେଇବୁ ତାହା ଜାଣିବା ପରେ ଆପଣ ଗୁରୁ ସମାଜକୁ ଛି ଛି କରିବେ ।
ତେବେ ଗୁରୁ-ଶିଷ୍ୟର ପବିତ୍ର ସମ୍ପର୍କରେ କିପରି ଆସିଛି ଅନୈତିକତା ଏବଂ କୁତ୍ସିତ ମାନସିକତାର ଭାବନା ତାହା ଏଠାରେ ସ୍ପଷ୍ଟ ଭାବରେ ଜଣା ପଡୁଛି । ଏଠାରେ ଜଣେ ମହିଳା ଶିକ୍ଷୟିତ୍ରୀ ନିଜର ଛାତ୍ରଙ୍କ ସହିତ ଶାରିରୀକ ସଂପର୍କ ରଖିବାର ଅଭିଯୋଗ ଆସିଛି । 29ବର୍ଷୀୟ ଏହି ଶିକ୍ଷୟତ୍ରୀ ତାଙ୍କର ଦୁଇ ଛାତ୍ର ଯଥାକ୍ରମେ 16 ଏବଂ 18 ବର୍ଷର ଛାତ୍ରଙ୍କ ସହ ଶାରିରୀକ ସମ୍ପର୍କ ସ୍ଥାପନକୁ ନେଇ ଅଭିଯୋଗ ଆସିବା ପରେ ଏକ ନିନ୍ଦନୀୟ ପରିସ୍ଥିତି ସୃଷ୍ଟି ହୋଇଛି ଆମେରିକାର ଗୋଟିଏ ସ୍କୁଲରେ । ଯାହାକୁ ନେଇ ଓକଲାହୋମ ନାମକ ଜଣେ ବ୍ୟକ୍ତି ଅଭିଯୋଗ କରିଛନ୍ତି ।
ଓକଲାହୋମ ହେଉଛନ୍ତି ଏହି ଛାତ୍ରଙ୍କ ଅଭିଭାବକ ଅଟନ୍ତି । 2017-19, ଦୀର୍ଘ ଦୁଇବର୍ଷ ଧରି ଶିକ୍ଷୟତ୍ରୀ ଜଣଙ୍କ ଏମାନଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । କାର୍ ମଧ୍ୟରେ ବି ଅନେକ ଥର ଶିକ୍ଷୟତ୍ରୀ ଏବଂ ଛାତ୍ର ଏହି ଅନୈତିକ ସମ୍ପର୍କ ରଖିଛନ୍ତି ବୋଲି ଛାତ୍ରମାନେ ଉଲ୍ଲେଖ କରିଛନ୍ତି । ପ୍ରଥମେ ଶିକ୍ଷୟତ୍ରୀ ଏହି ଦୁଇ ଛାତ୍ରଙ୍କ ସହିତ ଚାଟିଂରୁ କଥାବାର୍ତ୍ତା ଆରମ୍ଭ କରିବା ପରେ ସେମାନଙ୍କୁ ଅଶ୍ଳୀଳ ଫୋଟ ପଠାଇ ସେମାନଙ୍କୁ ଶାରିରୀକ ସମ୍ପର୍କ ପାଇଁଁ ବାଧ୍ୟ କରିବା ପରେ ଏହା ଆରମ୍ଭ ହୋଇଥିଲା । ଆଉ ଏହି କଥାକୁ ଶିକ୍ଷୟତ୍ରୀ ଜଣଙ୍କ ମଧ୍ୟ ସ୍ବୀକାର କରିଛନ୍ତି । ତେବେ ଅଭିଯୋଗ ପରେ ଶିକ୍ଷୟତ୍ରୀ ଜଣଙ୍କ ଗିରଫ ମଧ୍ୟ ହୋଇଛନ୍ତି ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।