Odisha News Portal

ପ୍ରଥମ ଦିବ୍ୟାଙ୍ଗ ଯୁବତୀ , ଯାହାଙ୍କୁ ମିଳିଛି ଡ୍ରାଇଭିଙ୍ଗ ଲାଇସେନ୍ସ ବାଃ ବାଃ ରେ ଝିଅ ଏହି ଝିଅ ପାଇଁ ଗୋଟିଏ ସେୟାର ନିଶ୍ଚିତ କରନ୍ତୁ

କୁହାଯାଏ ଯଦି ନିଜର ଲକ୍ଷ୍ୟକୁ ଛୁଇଁବା ପାଇଁ ମନରେ ଦୃଢ ବିଶ୍ବାସ ରହିଥାଏ ତେବେ ସେଠାରେ ପହଞ୍ଚିବା ପାଇଁ କେହି ବି ଆପଣଙ୍କୁ ରୋକି ପାରିବେ ନାହିଁ । ଏମିତିକି ଭାଗ୍ୟ ବି ଆପଣଙ୍କ ସାମ୍ନାରେ ହାର ମାନିବ । ନ୍ୟୁଜରେ କିମ୍ବା ସୋସିଆଲ ମିଡିଆରେ ଦେଖଥିବେ ଅନେକ ଶାରୀରିକ ବିକଳାଙ୍ଗ ହୋଇଥିବା ସତ୍ତ୍ବେ ବି ସେମାନେ ଜୀବନରେ କିଛି କରିଦେଖାଇବା ପାଇଁ ଇଚ୍ଛା କରିଥାନ୍ତି ଏବଂ କରିଥାନ୍ତି ମଧ୍ୟ । କିଏ ହାତ ନଥାଇ ବି ନିଜର ଗୋଡ ସାହାଯ୍ୟରେ ଲୁଗା ସିଲେଇ କରିପାରୁଛି ତ ଆଉ କିଏ ନିଜ ଗୋଡ ସାହାଯ୍ୟରେ ଭଲ ଚିତ୍ର ଆଙ୍କିପାରୁଛି ।

ଆଉ ଆଜି ଆମେ ସେହିଭଳି ଏମିତି ଜଣେ ଯୁବତୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏକି ହାତ ନ ଥିଲେ ମଧ୍ୟ ନିଜ ଗୋଡ ସାହାଯ୍ୟରେ କାର୍ ଚଲେଇ ପାରୁଛନ୍ତି । ସୂଚନାଯୋଗ୍ୟ କେରଳର କରିମନୋର ଗାଁରେ ରହୁଥିବା 28 ବର୍ଷୀୟ ଜିଲୋମଲ ମେରିୟଟ୍ ଥମାସ୍ । ନାମଟି ଶୁଣିବା ପାଇଁ ଯେମିତି କଷ୍ଟିଆ ତାଙ୍କର ଜୀବନ ମଧ୍ୟ ସେହିଭଳି କଷ୍ଟକର ।

କାରଣ ସାଧାରଣ ଲୋକଙ୍କ ଭଳି ତାଙ୍କର ହାତ ଦୁଇଟି ନାହିଁ । ଜନ୍ମରୁ ସେ ନିଜର ଦୁଇଟି ହାତ ହରେଇଛନ୍ତି, ହେଲେ ହାତ ନ ଥାଇ ସେ ଏମିତି କାମ କରିପାରୁଛନ୍ତି ଯାହାକୁ ଶୁଣିଲେ ଆପଣ ବିଶ୍ବାସ କରିପାରିବେ ନାହିଁ । ତାଙ୍କର ଛୋଟବେଳୁ କାର ଚଲେଇବା ପାଇଁ ଇଚ୍ଛା ଥିଲା କିନ୍ତୁ ହାତ ନ ଥିବାରୁ ସେ କାର୍ କେମିତି ଚଳେଇବେ ସେ କଥା ଭାବୁଥିଲେ, ।

କିନ୍ତୁ ଯେତେବେଳେ ସେ ହାତ ନଥିବା ବିକ୍ରମ ଅଗ୍ନିହୋତ୍ରିଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବା ବିଷୟରେ ଜାଣିବାକୁ ପାଇଲେ, ସେତେବେଳେ ତାଙ୍କୁ ଯେମିତି ରାସ୍ତା ମିଳିଗଲା । ତାପରେ ସେ ଡ୍ରାଇଭିଂ ଶିଖିଲେ ଏବଂ ବନିଗଲେ ବିନା ହାତରେ କାର୍ ଡ୍ରାଇଭିଂ କରି ଲାଇସେନ୍ସ ପାଇଥିବା ଏସିଆର ପ୍ରଥମ ମହିଳା ।


ତେବେ ଜନ୍ମରୁ ଜିଲୋମଲଙ୍କ ହାତ ନଥିଲା । ସେ ନିଜ ପାଦ ଏବଂ ଆଣ୍ଠୁ ସାହାଯ୍ୟରେ ସବୁ କର୍ମ କରୁଥିଲେ । ଆଉ ଏହିଭଳି ଭାବରେ ସେ କାର୍ ଚଳେଇବାରେ ମାହିର୍ ହୋଇଯାଇଥିଲେ । ଯେତେବେଳେ ସେ କାର୍ ଚଳେଇବା କଥା ଘରେ କହିଥିଲେ ସେତେବେଳେ ତାଙ୍କର ଘର ଲୋକ ସଫାସଫା ମନା କରିଦେଇଥିଲେ । ପ୍ରଥମେ ଘର ଲୋକ ମନା କରୁଥିଲେ । କିନ୍ତୁ ପରେ ଝିଅର ଦୃଢ ଇଛା ଦେଖି ସେମାନେ ହାର ମାନିଲେ ।

ଏହାପରେ 2018 ଜିଲୋମଲ ମାରୁତି କାର୍ କିଣିବା ପରେ ତାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା ଏବଂ ସେ ବେଶ୍ ସୁରୁଖୁରୁରେ ଟ୍ରାଫିକ ନିୟମ ମାନି ଡ୍ରାଇଭିଂ କରନ୍ତି । ତେବେ ଯେଉଁ ମାନେ ନିଜକୁ ଭିନ୍ନକ୍ଷମ ଓ ଦିବ୍ୟାଙ୍ଗ ଭାବି ନିଜକୁ ଦୁର୍ବଳ ମନେ କରନ୍ତି ସେମାନଙ୍କ ପାଇଁ ସେ ବଡ ଉଦାହରଣ ସାଜିଛନ୍ତି । ଜିଲୋମଲ ଭଲ ପାଠ ମଧ୍ୟ ପଢୁଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।