ପୋଷ୍ଟ ଅଫିସ ରେ ଆସିଲା ନୂଆ ଯୋଜନା, ଶହେ ଟଙ୍କା ଭରନ୍ତୁ ଶୀଘ୍ର ବନିଯାଆନ୍ତୁ ଲକ୍ଷପତି ! କେମିତି ପାଇପାରିବେ ଫାଇଦା ଜାଣନ୍ତୁ….

ଆମ ଦୁନିଆରେ ପ୍ରତ୍ୟେକ ମଣିଷ ଚାହିଥାନ୍ତି ସେମାନଙ୍କ ଟଙ୍କା ବୃଦ୍ଧି କରିବା ପାଇଁ । କେମିତି ଅଳ୍ପ ସମୟ ଭିତରେ ସେମାନେ ଅଧିକ ଟଙ୍କା ରୋଜଗାର କରିପାରିବେ ସେଥିପାଇଁ ସବୁବେଳେ ଚେଷ୍ଟା କରିଥାନ୍ତି । ଏହି କାରଣରୁ ସେମାନେ ବହୁ ଥର ଠକାମିର ଶିକାର ମଧ୍ୟ ହୋଇଥାନ୍ତି । କାହିଁକି ନାଁ ଆଜିର ଦୁନିଆରେ ବହୁତ ଫ୍ରଡ୍ ଚାଲିଛି । କିନ୍ତୁ ଆଜି ଆମେ ଯେଉଁ ବିଷୟରେ କହିବାକୁ ଯାଉଛୁ ସେଥିରେ ଆପଣ କୌଣସି ବି ଠକାମିର ଶିକାର ନ ହୋଇ ନିଜର ଟଙ୍କାକୁ ବୃଦ୍ଧି କରିପାରିବେ । ତେବେ ଚାଲନ୍ତୁ ଜାଣିନେବା କଣ ସେହି ସ୍କିମ ବିଷୟରେ । ତେବେ ଏହି ସ୍କିମ୍ ପୋଷ୍ଟ ଅଫିସରେ ହିଁ ଉପଲବ୍ଧ ହେବାକୁ ଯାଉଛି ।

ଆମ ପୋଷ୍ଟଅଫିସରେ ଆସିବାକୁ ଯାଉଛି ଏକ ବଢିଆ ଓ ସୁନ୍ଦର ସ୍କିମ ଯାହା ହେଉଛି 100 ଟଙ୍କା ଭରନ୍ତୁ ଆଉ ବହୁତ ଶିଘ୍ର ଲକ୍ଷପତି ହୁଅନ୍ତୁ । ପ୍ରାୟ ସମସ୍ତେ ଚାହାଁନ୍ତି ନିଜ ରୋଜଗାର କରୁଥିବା ଟଙ୍କା ଭିତରୁ କିଛି ଟଙ୍କା ସେ ସେଭିଙ୍ଗ କରି ରଖିବା ପାଇଁ । ସେହିଭଳି ଅନେକ ଲୋକମାନେ ନିଜ ରୋଜଗାରରୁ ସେଭିଙ୍ଗ କରିବା ପାଇଁ ରୋଜଗାର ଟଙ୍କାର କିଛି କିଛି ମାତ୍ରାକୁ ସେ ସେଭିଙ୍ଗ କରି ଥାଆନ୍ତି । କିନ୍ତୁ ଏହାପରେ ମଧ୍ୟ ବଡ଼ ଧରଣର ଟଙ୍କା ଶେଭିଙ୍ଗ କରି ପାରିନଥାନ୍ତି ।

ବର୍ତ୍ତମାନ ଲୋକମାନଙ୍କର ଏହି ସ୍ୱପ୍ନ ସତ ହୋଇପାରିବ । ପ୍ରତିଦିନ ଯଦି ଆପଣ ନିଜ ଖର୍ଚ୍ଚରୁ 100 ଟଙ୍କା ବଞ୍ଚେଇ ଭାରତୀୟ ଡାକ ବିଭାଗରେ ନିବେଶ କରିବେ ତାହେଲେ ଭବିଷ୍ୟତରେ ଆପଣ ନିଶ୍ଚିତଭାବରେ ଲକ୍ଷାଧିକ ଟଙ୍କାରେ ଫଣ୍ଡର ମାଲିକ ହୋଇ ପାରିବେ । ଲୋକମାନଙ୍କର ଆଵଶ୍ୟକତାକୁ ଦୃଷ୍ଟିରେ ରଖି ପୋଷ୍ଟ ଅଫିସ ମଧ୍ୟ ଅନେକ ଆକର୍ଷଣିୟ ଯୋଜନା ବାହାର କରିଅଛି ।

ପୋଷ୍ଟାଲର ଏହି ସବୁ ଯୋଜନା ମାନଙ୍କ ଭିତରୁ ଆର୍ଡି ତଥା ରିକରିଙ୍ଗ ଡିପୋଜିଟ ଗୋଟିଏ ଅଟେ । ଆପଣ ଏହି ଖାତାରେ ମାତ୍ର 100 ଟଙ୍କା ନିବେଶ କରି ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଫଣ୍ଡ ପାଇ ପାରିବେ । ପୋଷ୍ଟଅଫିସର ଏହି ଆକାଉଣ୍ଟ ଉପରେ ଆପଣଙ୍କୁ ଅନ୍ୟ ସରକାରୀ ବ୍ୟାଙ୍କ ଆକାଉଣ୍ଟ ତୁଳନାରେ ଅଧିକ ସୁଧ ମିଳୁଥିବା ସମୟରେ,ଏଥିରେ ଆପଣଙ୍କୁ କୌଣସି ପ୍ରକାରର ମିନିମମ ବଲାନ୍ସ ରଖିବାକୁ ପଡିନଥାଏ ।

କିସ୍ତି ନଦେଇ ପାରିଲେ ଲାଗିବ ଫାଇନ –

ଏହାର ନିୟମ ହେଉଛି ଆପଣ ଯଦି ସଠିକ ସମୟରେ ଧାର୍ଯ୍ୟ କରାଯାଇଥିବା ଟଙ୍କାର ପରିମାଣ ଆଣି ଆପଣ ଆକାଉଣ୍ଟରେ ଭରିବେ ନାହିଁ ତାହେଲେ ଆପଣଙ୍କୁ ଫାଇନ ଦେବାକୁ ପଡିବ । ଆଉ ଲଗାତାର 4ଟି କିସ୍ତି ଭରି ନପାରିଲେ ଖାତାଧିକାରୀଙ୍କ ଖାତା ସମ୍ପୂର୍ଣ୍ଣ ଭାବରେ ବନ୍ଦ କରିଦିଆଯିବ । କିନ୍ତୁ ଖାତା ବନ୍ଦ ହେବାପରେ ମଧ୍ୟ ଆପଣ ଆସନ୍ତା 2ମାସ ପର୍ଯ୍ୟନ୍ତ ଏହାକୁ ପୁଣିଥରେ ସକ୍ରିୟ କରି ପାରିବେ ।

କେଉଁମାନେ ଖୋଲି ପାରିବେ ଖାତା

ଯେକୌଣସି ବ୍ୟକ୍ତି ନିଜ ନାମରେ ଚାହିଁଲେ ଯେତେଟା ଆର୍ଡି ହେଉ ଖୋଲିପାରିବେ ଏବଂ ଏଥିରେ ଖାତା ସଂଖ୍ୟାକୁ ନେଇ କୌଣସି ପ୍ରକାରର ପ୍ରତିବନ୍ଧକ ରଖାଯାଇ ନାହିଁ । ଦୁଇଜଣ ବ୍ୟକ୍ତି ଚାହିଁଲେ ଜଏଣ୍ଟ ଆରଡି ଆକାଉଣ୍ଟ ଖୋଲି ପାରିବେ । ବ୍ୟକ୍ତିଗତ ଆରଡି ଖାତାକୁ ଜଏଣ୍ଟ ଖାତାରେ ପରିବର୍ତ୍ତନ କରିହେବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment