Odisha News Portal

ହେ ଭଗବାନ ! ଏହି ବାବୁ ଜଣଙ୍କ ଦିନେ ଥିଲେ ପୋଲିସ କିନ୍ତୁ ଆଜି ସେ ଦାଣ଼୍ଡର ଭିକ୍ଷାରୀ ! ପୁରା କାହାଣୀ ଏବଂ ସଂଘର୍ଷ ଜାଣିଲେ ଆପଣ ଙ୍କ ଆଖିରୁ ଲୁହ ଆସିଯିବ…..

0 98

କଥାରେ ରହିଛି ଭାଗ୍ୟର ପରିବର୍ତ୍ତନ ହେଲେ ସବୁ ସରିଯାଏ ଭଲ ମଣିଷ ଯେ କେତେବେଳେ କେଉଁ ପରିସ୍ଥିତିରେ ପଡେ ତାହା କହିହେବ ନାହିଁ । ଗଞ୍ଜାମ ଦିଗପନ୍ତିର ବିନୋଦ ବିହାରୀ ପତି , ଏବେ ଭିକ ମାଗି ଦିନ କାଟୁଛନ୍ତି । ହେଲେ ତାଙ୍କର ଅତୀତ ଜାଣିଲେ ଆପଣ ମାନେ ମଧ୍ୟ ଆସ୍ଚର୍ଯ୍ୟ ଚକିତ ହେବେ । ଯେଉଁ ବିନୋଦ ଆଜି ଏମିତି ଭିକାରୀ ହୋଇଛନ୍ତି ମାତ୍ର ଆଗରୁ ସେ ଏପରି ନଥିଲେ । କାହିଁକିନା ସେ ଚାକିରୀ କରିଥିଲେ ଦିଗପଣ୍ଡି ଥାନାର ହୋମଗାର୍ଡ । ସମସ୍ତଙ୍କ ସୁରକ୍ଷା କଥା ବୁଝୁଥିବା ମଣିଷ ଆଜି କିନ୍ତୁ ଅସହାୟ ହୋଇଯାଇଛି ।

ସ୍ତ୍ରୀ ପିଲାଙ୍କୁ ଧରି ପାଞ୍ଚଜଣ ପ୍ରାଣୀ ଏବେ କଣ କରିବେ କିଛି ବୁଝାପଡୁନାହିଁ । ପୋଲିସ ଚାକିରୀ କରି ପେଟ ପୋଷୁଥିବା ମଣିଷର କିଛି ଲୋକ ସେତେବେଳେ ଶତୃ ହେଲେ । ତାହା ପରେ ତାଙ୍କର ଚାକିରୀ ଚାଲିଗଲା , ସେ ଜାତିରେ ବ୍ରାହ୍ମଣ ହୋଇଥିବାରୁ ଯାହା କିଛି ଯଯମାନି କରୁଥିଲେ ବିବାଦୀୟ ହେବାରୁ ସେ ସମସ୍ତ କିଛି ପଲେଇଲା ।

ଯାହା ପରେ ଜୀବନ ଅଟକିଗଲା ଏହି କଟକରେ । ସେ କଟକର ଚଣ୍ଡି ମନ୍ଦିର ଆଗରେ ଭିକ ମାଗନ୍ତି । କଟକ ପୋଲିସ ମାନଙ୍କର ଯଦି ଏହି ବ୍ୟକ୍ତିଙ୍କ ପ୍ରତି ଯଦି କିଛି ଦୟା ହୁଏ ତେବେ ସେ ନିଜ ପିଲାମାନଙ୍କୁ ଭଲ ଭାବରେ ରଖିପାରିବେ ବୋଲି କହିଛନ୍ତି । ସେ କହିଛନ୍ତି କଟକରେ ଦିଅନ୍ତୁ ନହେଲେ ମଧ୍ୟ ସେ କୋରାପୁଟ ଜିଲ୍ଲାରେ ଯାଇକରି ହୋମଗାର୍ଡ ଚାକିରୀ କରିପାରିବେ ।

ବିନେଦ ବିହାରୀ ପତି ଜଣେ ଯଯମାନ ଥିଲେ ଏହା ସହିତ ହୋମଗାର୍ଡ ଚାକିରୀ କରିଥିଲେ । ମାତ୍ର ସେହି ସମୟରେ ତାଙ୍କ ସହିତ କିଛି ବିବାଦୀୟ ଲୋକମାନେ ଗଣ୍ଡଗୋଳ କରିବାରୁ ତାଙ୍କର ସମସ୍ତ ଯଯମାନ କରିବାର ପନ୍ଥା ଏବଂ ଚାକିରୀ ମଧ୍ୟ ଚାଲିଗଲା ।

ଯାହା ପଳରେ କି ସେ ବ୍ରହ୍ମପୁର ଛାଡିକରି ଚାଲିଆସିଲେ କଟକ ଏବଂ ଏଠାରେ ଏକ ଅଭିଷପ୍ତ ଜୀବନ ଯାପନ କରୁଛନ୍ତି । ବିନୋଦ କହିଛନ୍ତି ତାଙ୍କର ନିଜ ଲୋକମାନେ ହିଁ ତାଙ୍କ ସହ ଏପରି କରିଛନ୍ତି , ନିଜ ଘର ଲୋକ ନିଜର ଶଶୁର ଘର ଲୋକର କିଛି ବ୍ୟକ୍ତି ମିଶି କରି ତାଙ୍କର ଏପରି ଏକ ଅବସ୍ଥା କରିଛନ୍ତି ।

 ତେବେ ଏବେ ସେ କହିଛନ୍ତି କି ତାଙ୍କର ସେହି ଚାକିରୀ ଖଣ୍ଡକ ଫେରିପାଇଲେ ସେ ଅଭିଷପ୍ତ ଜୀବନରୁ ମୁକ୍ତି ପାଇପାରିବେ । ତେଣୁ ଏପରି କୌଣସି ବ୍ୟକ୍ତି ସହ କରିବା ଉଚିତ ନୁହେଁ , କାରଣ ଜଣେ ବ୍ୟକ୍ତିର ଆହାର ଛଡେଇ ନେଇ ଅନ୍ୟ ଜଣେ କେବେବି ଶାନ୍ତିରେ ଜୀବନ ଯାପନ କରିପାରିବେ ନାହିଁ ।

ତେଣୁ ସମସ୍ତେ ନିଜର ସମାନ ଅଧିକାର ନେଇ ବଞ୍ଚିବା ଦରକାର । ଏ ସମାଜରେ ସମସ୍ତେ ସମସ୍ତଙ୍କ ପ୍ରତି ସାହାର୍ଯ୍ୟ କରିବା ଉଚିତ ଏପରି କାହା ସହ ବିବାଦ କରି ମନୁଷ୍ୟ କେବେବି ଶାନ୍ତିରେ ରହିପାରିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।