Odisha News Portal

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ବଣ୍ଟନ କରାଯାଉଥିବା ମାଗଣା ରାସନ ସାମଗ୍ରୀ ଚଳିତ ମାସ ଠାରୁ ବନ୍ଦ ହେବ । ଜାଣନ୍ତୁ କଣ ପାଇଁ….

0 4

ବର୍ତ୍ତମାନର ସବୁଠୁ ବହୁତ ବଡ ଖବର ବନ୍ଦ ହେବ ମାଗଣା ରାସନ୍ । ତେବେ ବର୍ତ୍ତମାନ ସାରା ବିଶ୍ବରେ ମହାମାରୀ କରୋନା ତାର ତାଣ୍ଡବ ରଚୁଛି । ଆଉ ଏଥିରୁ ବାଦ ପଡିନାହିଁ ଆମ ଦେଶ ଭାରତ । ସାରା ଭାରତରେ ମଧ୍ୟ କରୋନା ତାରା କାୟା ଏପରି ବିସ୍ତାର କରି ଚାଲିଛି ଯେ ତାହାକୁ ରୋକିବା ଗୋଟିଏ ପ୍ରକାର ବଡ ସମସ୍ୟା ହୋଇ ଗଲାଣି । ସାରା ବିଶ୍ବର ବୈଜ୍ଞାନିକ ମାନେ ଦିନ ରାତି ପରିଶ୍ରମ କରି ଏହାର ପ୍ରତିଶେଧକ ବା କୋଭେକ୍ସିନ ବାହାର କରିବା ପାଇଂ ଚେଷ୍ଟା କରି ଚାଲିଛନ୍ତି କିନ୍ତୁ ତଥାପି ମଧ୍ୟ ଏହା ସମ୍ଭବ ହୋଇ ପାରୁ ନାହିଁ ।

ଏହି କରୋନା ମହାମାରୀ ଯୋଗୁ ସରକାରଙ୍କର ଦ୍ବାରା ଜାରି ହୋଇଥିବା ଗାଇଡଲାଇନ୍ ଯୋଗୁ ଏବଂ ଲକଡାଉନ୍ ସଟଡାଉନ୍ କାରଣରୁ ଦେଶର ଲୋକାମାନଙ୍କର ଆର୍ଥିକ ପରିସ୍ଥିତି ବହୁତ ଶୋଚନୀୟ ହୋଇ ପଡିଥିଲା । ତେଣୁ ପୁଣି ସରକାର ଅନଲକ୍ ପ୍ରକ୍ରିୟା ମାଧ୍ୟମରେ ସବୁ କିଛି ଖୋଲିବାର ବ୍ୟବସ୍ଥା କରିଲେ ।

ଆଉ ବର୍ତ୍ତମାନ ସେହି ପ୍ରକ୍ରିୟା ମଧ୍ୟ ଜାରି ରହିଛି । ତେବେ ଛୋଟ ବେପାରୀ ଠାରୁ ଆରମ୍ଭ କରି ଦିନମଜୁରୀଆ ଏବଂ ବିଭିନ୍ନ ଶିଳ୍ପ କଳକାରଖାନାରେ କାମ କରୁଥିବା କର୍ମଚାରୀ ମାନଙ୍କ ଅବସ୍ଥା ପୁରା ଦୟନୀୟ ହୋଇ ପଡିଥିଲା । ସେମାନଙ୍କୁ ସରକାରଙ୍କ ତରଫରୁ ମହାମାରୀ ଆରମ୍ଭରୁ କୌଣସି ନା କୌଣସି ସହାୟତା ଯୋଗାଇ ଦିଆଯାଉଛି ।

ତେବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣାରେ ଦିଆଯାଉଥିବା ରାସନ ସାମଗ୍ରୀ ଚଳିତ ମାସରୁ ବନ୍ଦ ହେବାକୁ ଯାଉଛି। ଲକ୍‌ଡାଉନ ଆରମ୍ଭରୁ ମୋଦି ସରକାର ଏହି ଯୋଜନାରେ ପ୍ରାୟ 81 କୋଟି ରାସନକାର୍ଡଧାରୀଙ୍କୁ ମାଗଣାରେ ଖାଦ୍ୟ ସାମଗ୍ରୀ ଯୋଗାଇ ଆସୁଥିଲେ । ଏହି ଯୋଜନା ମୁ୍‌ଖ୍ୟତ ପ୍ରବାସୀ ଶ୍ରମିକ ଏବଂ ଗରିବଶ୍ରେଣୀର ଲୋକଙ୍କ ପାଇଁ ଆରମ୍ଭ କରାଯାଇଥିଲା । ଖାଦ୍ର, ଉପଭୋକ୍ତା ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ତଥ୍ୟ ମୁତାବକ ଏହି ଯୋଜନା ଚଳିତ ମାସ ଠାରୁ ବନ୍ଦ ହୋଇଯିବ ।

ଆପଣଙ୍କ ସୂଚନା ପାଇଁ କହିରଖୁଛୁ କି , କେନ୍ଦ୍ରସରକାରଙ୍କର ଏହି ଯୋଜନାରେ ହିତାଧିକାରୀ ମାନଙ୍କୁ ମାସକୁ 5 କେ.ଜି ଗହମ କିମ୍ବା ଚାଉଳ ମାଗଣାରେ ଦିଆଯାଉଥିଲା। ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି କି ଏହି ଯୋଜନା ଆଉ ଆଗକୁ ବଢାଯାଇ ପାରିବ ନାହିଁ । ମାତ୍ର କୌଣସି କାରଣରୁ ଯଦି କେହି ରାସନ ନେଇନଥା’ନ୍ତି ତାହେଲେ ଡିସେମ୍ବର ମାସରେ ସେମାନଙ୍କୁ ମାଗଣା ରାସନ ଯୋଗାଇ ଦିଆଯିବ ।


ଅନ୍ୟପଟେ ରାଷ୍ଟ୍ରୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ମାନେ ପାଉଥିବା ରାସନ ସାମଗ୍ରୀ ପୂର୍ବପରି ପାଇପାରିବେ । ଚଳିତ ବର୍ଷ ମାର୍ଚ୍ଚ ମାସରେ କରୋନା ମହାମାରୀ ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ସହିତ ପ୍ରଧାନମନ୍ତ୍ରୀ ଅନ୍ନ କଲ୍ୟାଣ ଯୋଜନାର ଶୁଭାରମ୍ଭ କରିଥିଲେ । ଏହି ଯୋଜନା ମାଧ୍ୟମରେ ସମସ୍ତ ଗରିବ ରାସନକାର୍ଡଧାରୀଙ୍କୁ ମାସକୁ 5 କେ.ଜି ଚାଉଳ ବା ଗହମ, ମୁଣ୍ଡପିଛା 1 କେ.ଜି ଚଣା ଡାଲି ମାଗଣାରେ ଯୋଗାଇଥିଲେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।