Odisha News Portal

ଦେଖନ୍ତୁ Exclusive ଭିଡ଼ିଓ : ପୋଲିସ ଡି.ଜି ଙ୍କ ରାସଲୀଳା ଭିଡ଼ିଓ ନିଜ ସ୍ତ୍ରୀ କଲେ ଭାଇରାଲ…

ସମ୍ପର୍କ ଯେମିତି ବି ହେଉ ନା କାହିଁକି ଯଦି ସେ ସମ୍ପର୍କରେ ନୈତିକତା ନଥାଏ ତେବେ ଏହା ସମାଜରେ ଏହାର ଗୁରୁତ୍ଵ ଏବଂ ମୂଲ୍ୟବୋଧ କୁ ହରାଇଥାଏ।କୁହାଯାଏ ବିବାହ ହେଉଛି ଏକ ପବିତ୍ର ବନ୍ଧନ। ଯେଉଁଥିରେ ସନ୍ଦେହ, ଅବିଶ୍ବାସ ଏବଂ ସ୍ୱାର୍ଥପରତା ର କୌଣସି ଚିହ୍ନ ନଥାଏ। ଯେ କୌଣସି ଦମ୍ପତ୍ତି ବିବାହ ବନ୍ଧନ ରେ ବାନ୍ଧି ହେଲା ପରେ ସେମାନଙ୍କ ସମ୍ପର୍କ କୁ ପବିତ୍ର ବନ୍ଧନ ର ଆକ୍ଷା ଦିଆ ଯାଇଥାଏ। ଦୁହେଁ ଦୁହିଙ୍କ ସୁଖ ରେ ସୁଖୀ ଓ ଦୁଃଖ ରେ ସମ ଦୁଃଖୀ ହୋଇ ଥାଆନ୍ତି। ସେମାନଙ୍କ ସଂପର୍କ ସାତ ଜନ୍ମ ର ପବିତ୍ର ସମ୍ପର୍କ ବୋଲି କୁହା ଯାଏ।

କାରଣ ବିବାହ ପରେ ସେମାନେ ସେମାନଙ୍କ ଅତୀତ କୁ ଭୁଲି ପରବର୍ତ୍ତୀ ବୈବାହିକ ଜୀବନକୁ କିପରି ସୁରୁଖୁରୁରେ ପରିଚାଳିତ କରିବେ ତାକୁ ନେଇ ଯୋଜନା କରିଥାନ୍ତି।ସମସ୍ତ ପ୍ରକାର ଦୁଃଖ କଷ୍ଟ ଭିତରେ ସେମାନେ ସେମାନଙ୍କ ବୈବାହିକ ଜୀବନ କୁ ହସ ଖୁସି ରେ ଆଗେଇ ନେବା ପାଇଁ ପ୍ରତିଜ୍ଞା ମଧ୍ୟ କରିଥାନ୍ତି।ଯେମିତି କୌଣସି ପରିସ୍ଥିତି ରେ ସେମାନେ ପରସ୍ପରର ହାତ ଛାଡ଼ି ଦେବନି। କିନ୍ତୁ ଏହି ସ୍ବପ୍ନ ସମସ୍ତଙ୍କ ଜୀବନ ରେ ସତ ରେ ପରିଣତ ହୋଇ ନଥାଏ। ସାଂସାରିକ ଜୀବନରେ କିଛି ନା କିଛି କାରଣକୁ ନେଇ ଅଶାନ୍ତି ଏବଂ ବିଶୃଙ୍ଖଳା ଦେଖା ଦେଇଥାଏ ଏବଂ ବୈବାହିକ ଜୀବନରେ ଝଡ ସୃଷ୍ଟି ହୋଇଥାଏ।

କାରଣ ସେମାନେ ଏମିତି କିଛି ଭୁଲ୍ କରି ବସନ୍ତି ଯାହା ସେମାନଙ୍କ ସମ୍ପର୍କ ରେ ତିକ୍ତତା ଭରି ଦେଇଥାଏ।ତେବେ ଆଜି ଆମେ ସେହି ଭଳି ଏକ ଘଟଣା ବିଷୟ ରେ ଆପଣଙ୍କୁ ଜଣେଇବା ପାଇଁ ଯାଉଛୁ। ଯାହା ଜାଣିଲା ପରେ ଆପଣ ନିଶ୍ଚୟ ଅପମାନିତ ଏବଂ ଲଜ୍ଜିତ ହେବେ। ଆମେ କହିବାକୁ ଯାଉଥିବା ଘଟଣାଟି ହେଉଛି ମଧ୍ୟପ୍ରଦେଶ ର ଭୋପାଳ ର।ଏଠାରେ ଜଣେ ମହିଳା ତାଙ୍କ ଉଚ୍ଚ ପଦସ୍ଥ ସ୍ବାମୀଙ୍କୁ ରଙ୍ଗେ ହାତ୍ ଧରିଛନ୍ତି।ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଭୋପାଳ ର ଡି.ଜି ପୁରୁଷୋତ୍ତମ ଶର୍ମା।ସେ ଜଣେ ଯୁବତୀଙ୍କ ସହ ରୁମରେ ଏକୁଟିଆ ଥିବା ବେଳେ ହଠାତ୍ ସ୍ତ୍ରୀ ସେଠାକୁ କ୍ୟାମେରା ଅନ୍ ରଖି ପଶି ଆସିଥିଲେ ଏବଂ ତାଙ୍କ ସ୍ବାମୀଙ୍କୁ ଯୁବତୀଙ୍କ ସହ ଦେଖିବାକୁ ପାଇଥିଲେ।

ଏହାପରେ ସ୍ବାମୀ ସେଠାରୁ ପଳାଇ ଯାଇଥିଲେ ଏବଂ ସ୍ତ୍ରୀ ଯୁବତୀ ଙ୍କୁ ତାଙ୍କର ବେଡ୍ ରୁମ୍ ଦେଖାଇବାକୁ କହିଥିଲେ। ଏହାପରେ ସ୍ତ୍ରୀ ସେହି ଯୁବତୀଙ୍କୁ ତାଙ୍କ ସ୍ଵାମୀଙ୍କ ସହ ଥିବା ସମ୍ପର୍କ ବିଷୟରେ ସତ କହିବାକୁ କହିଥିଲେ। ସେ ଅନେକ ଦିନ ଧରି ସ୍ଵାମୀଙ୍କ ଏପରି କାର୍ଯ୍ୟ କଲାପକୁ ଦେଖି ଅତିଷ୍ଟ ହୋଇ ପଡିଛନ୍ତି ବୋଲି କହିଛନ୍ତି।ଏହା ସହ ସ୍ତ୍ରୀ ଜଣଙ୍କ ସେୟାର କରିଥିବା ଆଉ ଏକ ଭିଡିଓ ରେ ସ୍ବାମୀ ପୁରୁଷୋତ୍ତମ ଶର୍ମା ତାଙ୍କ ସହ ମାରପିଟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି।ତେବେ ଡି.ଜି ଙ୍କ ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।