Odisha News Portal

ପାଇଲ୍ସ ( Piles ) କେମିତି କରିବେ ଦୂର ? | Dr. Subrat Dey

ଆଜିର ଦିନରେ ପାଇଲ୍ସ ଭଳି ସମସ୍ୟା ସମସ୍ତଙ୍କ ଠାରେ ଦେଖାଯାଉଛି । ଆମର ଯେଉଁ ଝାଡାଦ୍ୱାର ଅଛି ସେଠାରେ 3 ଟି ଶିରା ଥାଏ ବା ରକ୍ତନଳୀ ମଧ୍ୟ କୁହାଯାଏ । ଆଜିକାଲିର ଖାଇବା ପିଇବାରେ ଯେଉଁ ଅସୁବିଧା ହେଉଛି ସେଥିପାଇଁ ଅନେକ ସମୟରେ ଡାଇରିଆ , ପିସେଣ୍ଟ୍ରି ଏପରି ସମସ୍ୟାରେ ମଧ୍ୟ ସମ୍ମୁଖୀନ କରାଇଥାଏ । ଅର୍ଶ କୌଣସି ବଡ ବିମାରୀ ନୁହଁ କିନ୍ତୁ ଆମ ମାନଙ୍କର ଜୀବନଶୈଳୀ ର ପରିବର୍ତ୍ତନ ଯୋଗୁଁ ଫଙ୍କସନ ରେ ଯେଉଁ ପ୍ରବ୍ଲମ୍ ହୁଏ ତା ପାଇଁ କନସିିପେସନ ହୁଏ । ଯେଉଁଥି ପାଇଁ ଆମେ ଜୋର କରେ , ଜୋର କଲେ ସେହି ରକ୍ତ ଗୁଚ୍ଛ ବା ରକ୍ତ ନଳୀ ଗୁଡିକ ଧୀରେ ଧୀରେ ତଳକୁ ଖସିବାରେ ଲାଗେ । ଧୀରେ ଧୀରେ ଗଚ୍ଛା ହୋଇଯାଏ ଏବଂ ସେହି ଗଚ୍ଛା ଗୁଡିକ ରକ୍ତ ବା ବ୍ଲିଡିଙ୍ଗ ଏହା ହେଉଛି ଅର୍ଶ ।

ରକ୍ତ ବାହାରିବା ଅର୍ଶର ପ୍ରଥମ ଲକ୍ଷଣ , ସେହି ଲକ୍ଷଣକୁ ନୋଟିସ କରି ନିଶ୍ଚିତ ଭାବରେ ଡକ୍ଟରଙ୍କ ପାଖକୁ ଯାଆନ୍ତୁ ନିଜର ଚେକପ୍ କରାନ୍ତୁ । ଅର୍ଶ ର ଚିକିତ୍ସା କୁହାଗଲେ ତାର ଗୋଟିଏ ମାତ୍ର ଚିକିତ୍ସା ତାହା ସର୍ଜରୀ ଅଟେ । କିନ୍ତୁ ସର୍ଜରୀ ସେମାନଙ୍କ ପାଇଁ ଆବଶ୍ୟକ ଯେଉଁମାନଙ୍କୁ କ୍ରମାଗତ ଭାବରେ ରକ୍ତ ସ୍ରାବ ହେଉଥାଏ ବା ଯେତେ ଔଷଧ ଖାଇଲେ ମଧ୍ୟ ବନ୍ଦ ହୁଏ ନାହିଁ ତାଙ୍କୁ ସର୍ଜରୀ କରିବା ନିହାତି ଆବଶ୍ୟକ । ଯାହାକୁ ମଧ୍ୟ ଅର୍ଶ ହୋଇଥାଏ ଆଜି ନହେଲେ କାଲି ତାକୁ ସର୍ଜରୀ କରିବା ପାଇଁ ପଡିଥାଏ । ତେଣୁ ଯଦି ଆପଣ ନିଜର ଜୀବନଶୈଳୀକୁ ବଦଳେଇ ପାରିବେ ଏବଂ ଖାଇବା ପିଇବା ଉପରେ କଣ୍ଟ୍ରୋଲ ରଖି ପାରିବେ ତ ଅର୍ଶକୁ ଆପଣ କିଛି ସମୟ କିଛି ମାସ ବା କିଛି ବର୍ଷ ଘୁଞ୍ଚେଇ ପାରିବେ ।

ଏହି ରୋଗର କାରଣ ହେଉଛି ଖାଇବା ପିଇବା ବା ରହିବାର ଶୌଳୀକୁ ବଦଳାଇବା ପାଇଁ ପଡିବ । କାରଣ ପାଇଲସ୍ କୁ ଅପରେସନ କରିବା ପରେ ହୁଏତ ରକ୍ତ ସ୍ରାବ ବନ୍ଦ ହୋଇଯିବ ବା ପାଇଲସ୍ ମଧ୍ୟ ଭଲ ହୋଇଯିବ । କିନ୍ତୁ ଯଦି ଆପଣ ଖାଦ୍ୟପେୟ କୁ ନବଦଳେଇଲେ ଆପଣଙ୍କ ଖାଇବାରେ ହାଏ ଫାଇବର ଡାଏଟ୍ ଯେଉଟାକି ପନିପରିବା ଫଳମୂଳରେ ବେଶି ଥାଏ । ତା ସହିତ ରୋସେସ୍ ଫୁଡ୍ ଯେମିତି ମଇଦା କିମ୍ୱା ଅଟାରେ ବନାଯାଇଥିବା ଖାଦ୍ୟ ନଖାଉଛୁ ଏବଂ ଫାଷ୍ଟ ଫୁଡ୍ ଓ ନନଭେଜିଟେରିଆନ ଫୁଡ ରେ ଫାଇବର ବହୁତ କମ ଥାଏ ।

ଲୋକମାନେ ଯଦି ତାଙ୍କ ଅଭ୍ୟାସକୁ ନବଦଳେଇବେ ତେବେ ଗୋଟିଏ ବିମାରୀ ପରେ ଆଉ ଗୋଟିଏ ବିମାରୀ ଦେଖାଯିବ । କୌଣସି ବି ରୋଗକୁ ଆମେ ହିଁ ପ୍ରବେଶ କରିବା ପାଇଁ ଦେଇଥାଏ ଏବଂ ଆମେ ହିଁ ତାକୁ କଣ୍ଟ୍ରୋଲ କରିବା ପାଇଁ ଆମ ପାଖରେ ପାୱାର ଥାଏ । ତେଣୁ ଯଦି ଆପଣ ଚେଷ୍ଟା କରିବେ ସାରା ଜୀବନ ବିନା କୌଣସି ବିମାରୀରେ କଟେଇ ପାରିବେ । ତା ସହିତ ଏକ୍ସାସାଇଜକୁ ମଧ୍ୟ ଦୌନନ୍ଦିନ ଜାବନର ଏକ ପାର୍ଟ ଭାବେ ପ୍ରତିଦିନ କରିବା ଉଚିତ୍ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।