Odisha News Portal

ପିଲାଟିର ଅପରେସନ ପାଇଁ 16 କୋଟି ଟଙ୍କା ଆବଶ୍ୟକ , ଏହି ଛୋଟ ପିଲାଟିର ଜୀବନ ବଞ୍ଚାଇବା ପାଇଁ ସାହାର୍ଯ୍ୟର ହାତ ନିଶ୍ଚୟ ବଢାନ୍ତୁ

ଆଜିର ଆଧୁନିକ ସମାଜରେ ପ୍ରତ୍ୟେକ ବ୍ୟକ୍ତି ମାନଙ୍କ ଠାରେ କିଛି ନା କିଛି ସମସ୍ୟା ରହିଥାଏ , ଯାହା ସେମାନଙ୍କ ପାଇଁ ଦୁଃଖର କାରଣ ପାଲଟିଥାଏ । ସମାଜର ଏମିତି କିଛି ବ୍ୟକ୍ତି ରହିଛନ୍ତି ଯେଉଁମାନଙ୍କର ସମସ୍ତ ପ୍ରକାର ସୁଖ ସୁବିଧା ଥାଇ ମଧ୍ୟ ସେମାନଙ୍କର ଛୋଟ ଛୋଟ କାରଣ ଯୋଗୁଁ ଦୁଃଖ ପ୍ରକାଶ କରିଥାନ୍ତି । ସେମାନେ ଯେତେ କଷ୍ଟ କଲେ ମଧ୍ୟ ଭଗବାନ ସେମାନଙ୍କ ମନରେ ଦୁଃଖ ହିଁ ଦେଇଥାନ୍ତି । ସେମିତି କିଛି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ଦିଲ୍ଲୀର ଏକ 2 ବର୍ଷର ବାଳକ ଠାରେ । ତେବେ ସମ୍ପୂର୍ଣ୍ଣ ଘଟଣାଟି ହେଉଛି ସେହି ଛୋଟ ପିଲାର ବ୍ରେନ ଷ୍ଟୋନ ହୋଇଥିବା ଯୋଗୁଁ ସେ ତାର ହାତ ଗୋଡ ଠିକ ଭାବରେ ଚଳ ପ୍ରଚଳ କରି ପାରୁ ନାହିଁ ।


ବାପା ମାଙ୍କ କହିବା ଅନୁସାରେ ସେମାନେ ପିଲାର ଏପରି ଅବସ୍ଥା ଦେଖି ପ୍ରଥମେ ଡକ୍ଟରଙ୍କୁ ଦେଖାଇଥିଲେ ଏବଂ ଡକ୍ଟରଙ୍କ କହିବା ଅନୁସାରେ ପିଲାଟିର ଜେନେଟିକ ସମସ୍ୟା ରହିଛି । ଡାକ୍ତର କହିଥିଲେ କି ପିଲାଟିର ଶରୀରରେ ଜିନ ନାହିଁ , ଯାହା ପିଲା ମାନଙ୍କ ଶରୀର ଗ୍ରୋଥ୍ କରିବାରେ ସାହାର୍ଯ୍ୟ କରିଥାଏ । 6 ମାସ ପରେ ପିଲାଟି ଧୀରେ ଧୀରେ ଚଳ ପ୍ରଚଳ କରିବା ବନ୍ଦ ହୋଇଗଲା ଏବଂ ସେ ଧୀରେ ଧୀରେ ବଢିବା ପରିବର୍ତ୍ତେ କୁନି ଶିଶୁ ପରି ବ୍ୟବହାର କରୁଛି । ପିଲାଟିର ଏପରି ଅବସ୍ଥା ଦେଖି ମା ଏବଂ ବାପା ବହୁତ ଭାଙ୍ଗି ପଡିଛନ୍ତି ଏବଂ ପିଲାଟି ପାଇଁ ବହୁତ ଚିନ୍ତିତ ମଧ୍ୟ ଅଛନ୍ତି । ଭାରତରେ ଜିନଗତ ସମସ୍ୟାର ସମାଧାନ ପାଇଁ ସୁବିଧା ସୁଯୋଗ ରହିଛି କିନ୍ତୁ ପିଲାଟିକୁ ସମ୍ପୂର୍ଣ୍ଣ ସୁସ୍ଥ କରିବା ପାଇଁ ହେଲେ 16 କୋଟି ଟଙ୍କା ଆବଶ୍ୟକ ରହିଛି ।


ତେବେ ଯାଇ ପିଲାଟି ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହୋଇ ପାରିବ କିନ୍ତୁ ବାପା ମାଙ୍କ କହିବା ଅନୁସାରେ ସେମାନଙ୍କ ପାଖରେ ଏତେ ପରିମାଣର ଟଙ୍କା ନଥିବାରୁ ସେ ପିଲାକୁ ଚିକିତ୍ସା କରିପାରୁ ନାହାନ୍ତି । ରେହାନ୍ସଙ୍କୁ ସୁସ୍ଥ କରିବା ପାଇଁ ହେଲେ ବହୁତ ପରିମାଣର ଏମାଉଣ୍ଟ ଆବଶ୍ୟକ ଏବଂ ଡକ୍ଟର 13 ମାସ ସମୟ ଦେଇଛନ୍ତି । ଏହି ସମୟ ମଧ୍ୟରେ ରେହାନ୍ସର ଚିକିତ୍ସା କରାନଗଲେ ତାଙ୍କୁ ଠିକ କରିବା ବହୁତ କଷ୍ଟକର ହୋଇପଡିବ । ସେଥିପାଇଁ ସେମାନେ ଅନ୍ୟ ମାନଙ୍କୁ ସାହାର୍ଯ୍ୟ କରିବା ପାଇଁ କହିଛନ୍ତି , ଫଳରେ ପିଲାଟିର ଚିକିତ୍ସା କରାଯାଇ ପାରିବ ।


ରେହାନ୍ସଙ୍କ ବାପା ମା କହିଛନ୍ତି କି ଯେଉଁ ବଦାନ୍ୟ ବ୍ୟକ୍ତିମାନେ ସାହାର୍ଯ୍ୟ କରିବା ପାଇଁ ଚାହୁଛନ୍ତି ସେମାନେ ସାହାର୍ଯ୍ୟର ହାତ ବଢାଇ ପାରିବେ । ଯେଉଥିପାଇଁ ରେହାନ୍ସ ଛୋଟ ପିଲାଟି ସୁସ୍ଥ ହୋଇ ପାରିବ ଏବଂ ସେ ଏକ ନୂଆ ଜୀବନ ଫେରି ପାଇବ । ସେଥିପାଇଁ ଏତିକି ଅନୁରୋଧ କି କିଛି କିଛି ପରିମାଣରେ ଟଙ୍କା ସାହାର୍ଯ୍ୟ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।