ପିଲା ସବୁବେଳେ ମୋବାଇଲ ଦେଖୁଛି କି ? ପ୍ରତ୍ୟେକ ମା’ ଥରୁଟିଏ ନିଶ୍ଚୟ ଦେଖନ୍ତୁ । Dr. Usha Rani

ଆଜିର ଦୁନିଆରେ ସମସ୍ତଙ୍କ ଜୀବନ ଖୁବ ବ୍ୟସ୍ତତା ଓ ଚଳଚଞ୍ଚଳ ଭିତରେ ବିତିଥାଏ,ଆଉ ଏହି ଭିତରେ କାହା ପାଖରେ ବି ଅନ୍ୟ କାହା ପାଇଁ ସମୟ ନଥାଏ ।ଯେମିତି କି ଆଜିର ବାପାମାଆ ଙ୍କ ପାଖରେ ବି ସମୟ ନାହିଁ ନିଜ ପିଲାଙ୍କ ପାଇଁ,ଯେଉଁଥି ପାଇଁ ଆଜିର ପିଲାମାନେ କିଛି ଏମିତି ଜିନିଷ ଗୁଡିକ ପ୍ରତି ଆକର୍ଷିତ ହେଇଥାଏ ।ଯେଉଁଥିରୁ ତାଙ୍କୁ ପରବର୍ତ୍ତୀ ସମୟରେ ନିବୃତ କରିବା ଭାରି କଷ୍ଟ ହେଇଯାଉଛି ।ତେବେ ଆଜିର ସମାଜରେ ପିଲାମାନେ ଦିନକୁ ଦିନ ସ୍ମାର୍ଟଫୋନ ପ୍ରତି ଏତେ ଏଡିକଟେଡ଼ ହେଇଯାଉଛନ୍ତି ଯେ ସେଥିପାଇଁ ଧୀରେ ଧୀରେ ନିଜ ଜୀବନକୁ ଓ ଆଖପାଖରେ ଥିବା ସମସ୍ତଙ୍କୁ ଭୁଲି ଯାଉଛନ୍ତି ।

ତେବେ ବହୁତ ସମୟରେ ଏହି ସ୍ମାର୍ଟଫୋନ ଏଡିକସନ ପିଲାମାନେ ଏମିତି କିଛି କରି ଯାଆନ୍ତି ଯାହା ତାଙ୍କ ଜୀବନକୁ ପୁରା ନଷ୍ଟ କରିଦିଏ ।ଯେମିତିକି….

-ଅତ୍ୟଧିକ ସ୍ମାର୍ଟଫୋନ ବ୍ୟବହାର ଯୋଗୁ ପିଲାମାନେ ନିଜ ଚାରି ପଟରେ ଘଟୁଥିବା ଘଟଣା ଗୁଡିକ ଉପରେ ନଜର ଦେଇ ନାହାନ୍ତି ।ଧୀରେ ଧୀରେ ସେମାନେ ଗୁରୁଜନ ମାନଙ୍କୁ ଆଦର ଓ ସମ୍ମାନ ଦେବା ଭୁଲି ଯାଆନ୍ତି ।

-ସେମାନେ ନିଜ ଭିତରେ ଏତେ ହଜି ଯାଆନ୍ତି ଯେ ନିଜ ଖାଇବା ପିଇବା ପ୍ରତି ଧ୍ୟାନ ଦିଅନ୍ତି ନାହିଁ ।ସେମାନଙ୍କ ବ୍ୟବହାରରେ ରୁଡ଼ନେସ ଆସିଥାଏ, ଅଳ୍ପ ଅଳ୍ପ କଥାରେ ଜିଦି କରିବା ରାଗି ଯାଆନ୍ତି।

-ବହୁତ ସମୟରେ ତାଙ୍କ ଜିଦି ପୂରଣ ନହେଲେ ସେମାନେ ସୁଇସାଇଡ଼ କରିବାକୁ ପିଛାନ୍ତି ନାହିଁ ।

ତେବେ ଛୋଟ ପିଲାମାନେ ସ୍ମାର୍ଟଫୋନ ଏଡିକଟେଡ଼ ହେବାର କାରଣ କଣ…

-ତେବେ ଯେତେବେଳେ ବାପାମାଆ ନିଜ କାର୍ୟ୍ଯରେ ବ୍ୟସ୍ତ ରହିଥାନ୍ତି ଆଉ ସେହି ସମୟରେ ପିଲାଙ୍କ ପାଇଁ ଏକ ସ୍ମାର୍ଟଫୋନ ଦେଇଦିଆନ୍ତି ଆଉ ଯେଉଁଥିରେ ପିଲା ଧୀରେ ଧୀରେ ଏଡିକଟେଡ଼ ହେବାକୁ ଲାଗେ ।

-ଛୋଟବେଳୁ ପିଲା ଖାଦ୍ୟ ନଖାଇଲେ ଫୋନରେ କିଛି କାର୍ଟୁନ ଦେଖେଇ ଖାଦ୍ୟ ଖୁଏଇବା ଓ ଗେମ ଖେଳିବାକୁ ଦେଇଦିଆନ୍ତି ଆଉ ଏହା ଆସ୍ତେ ଆସ୍ତେ କଣ୍ଟିନ୍ୟୁ ହେଇଚାଲେ ।

-ବାପାମାଆ ମାନେ ପିଲାଙ୍କ ସହିତ ସମୟ ନବିତେଇବା ବି ବହୁତ ବଡ଼ କାରଣ ଅଟେ ପିଲାମାନେ ସ୍ମାର୍ଟଫୋନ ଏଡିକଟେଡ଼ ହେବା ପ୍ରତି ।

ଏମିତି ଅନେକ ଭୁଲ ପ୍ରଥମରୁ ହେବା ଯୋଗୁଁ ପିଲାମାନେ ସ୍ମାର୍ଟଫୋନ ଏଡିକଟେଡ଼ ହେଇ ଯାଆନ୍ତି ।ତେବେ ପିଲା ବଡ଼ ହେବାପରେ ଯେଉଁ ବ୍ୟବହାର ଓ କାମ ଗୁଡିକ କରିଥାନ୍ତି ଯେଉଁଥି ସମସ୍ତେ ଚାହୁଁଛନ୍ତି କି ପିଲାଙ୍କୁ କିପରି ସ୍ମାର୍ଟଫୋନରୁ ନିବୃତ ହେବେ ।

-ପ୍ରଥମେ ବାପାମାଆ ଯେତେ ବ୍ୟସ୍ତ ରହିଲେ ବି ସମୟ ବାହାର କରି ଖେଳିବା, କଥାହେବା ଦରକାର,

-ଅନ୍ୟ ବାହାର ପିଲାଙ୍କ ସହିତ ସେମାନଙ୍କୁ ମିଶିବାକୁ ଦେବା ଦରକାର ।ଯାହାଦ୍ୱାରା ପିଲା ସବୁବେଳେ ଫ୍ରି ହେଇ ରହିବେ ଓ ନିଜ କଥାକୁ ସେଆର ବାପାମାଆଙ୍କୁ ସେଆର କରିବେ ।

-ଛୋଟ ବେଳୁ ସେମାନଙ୍କୁ କାହାପ୍ରତି ବ୍ୟବହାର କରିବା ଦରକାର ସେଗୁଡିକ ଶିଖେଇବା ଦରକାର ।

-ପିଲା ଛୋଟ ବେଳେ ଖାଇବା ଠିକରେ ନଖାଇଲେ ତାକୁ ନିଜେ କିଛି କଥା କହି ଖାଇବା ଦେବା ଦରକାର କିନ୍ତୁ ସ୍ମାର୍ଟଫୋନ ଦେବା ଉଚିତ ନୁହେଁ ।

-ସବୁବେଳେ ତାଙ୍କର ବୌଦ୍ଧିକ ଜ୍ଞାନ ବିକାଶରେ ଉନ୍ନତି ଆଣିବା ଦରକାର ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment