ଦର୍ଶକ ବନ୍ଧୁ ଆପଣ ମାନେ ମଣିଷ ଶରୀରରେ ବିଭିନ୍ନ ପ୍ରକାରର ରୋଗ ହେଉଥିବାର ଦେଖିବାକୁ ପାଉଥିବେ |ଯେମିତିକି ଆପଣ ଜାଣିଛନ୍ତି ଜଣେ ମହିଳା 1 ବର୍ଷ ପର୍ଯ୍ୟନ୍ତ ଯଦି ତାଙ୍କ ସ୍ୱାମୀ ଙ୍କ ସହିତ ବିନା ଗର୍ଭ ନିରୋଧକ ରେ ସହବାସ କରିବା ପରେ ଯଦି ସେ ମା ‘ ହେଇପାରୁନି ତାହାଲେ ତାହାର ବନ୍ଧ୍ୟା ଦୋଷ ଅଛି ବୋଲି କୁହାଯାଏ | ତାହେଲେ ଏହି ଭଳି ସମସ୍ୟା ମହିଳା ଙ୍କଓ ପୁରୁଷ ଙ୍କ ପାଖରେ ଦେଖା ଯାଏ | ତେବେ ଏହିବନ୍ଧ୍ୟା ଦୋଷ କଣ ପାଇଁ ଦେଖାଯାଏ ଓ ଚିକିତ୍ସା କଣ ରହିଛି ଆସନ୍ତୁ ସେ ବିଷୟରେ ଜାଣିବା |ମହିଳା ବନ୍ଧ୍ୟା ଦୋଷର କାରଣ କଣ? :-ମହିଳା ବନ୍ଧ୍ୟାଦୋଷ ର ପ୍ରଥମ କାରଣ ହେଉଛି ପିସିଓଡି, ଯାହା ମହିଳାଙ୍କ ଡିମ୍ବାଶୟ ରେ ସୃଷ୍ଟି ହେଇ ବନ୍ଧ୍ୟା ଦୋଷ ହେଇଥାଏ | ଏହା ବ୍ୟତୀତ ଟିବି ଯୋଗୁଁ ଯଦି ଗର୍ଭାଶୟ ନଷ୍ଟ ହେଇଥାଏ ତାହାଲେ ମଧ୍ୟ ବନ୍ଧ୍ୟା ଦୋଷ ହେଇଥାଏ | ଏହା ସହିତ ଆଜିକା ସମୟରେ ବାହାରର ଖାଇବା ଦ୍ୱାରା ମଧ୍ୟ ଏହା ହେଇପାରେ,ଯେମିତିକି ପିସିଓଡି, ମୋଟାପଣ,| ଖାଲି ଏତିକି ନୁହେଁ ଥାଇରୋଏଡ଼ ଓ ହରମୋନ ଯୋଗୁଁ ମଧ୍ୟ ବନ୍ଧ୍ୟା ଦୋଷ ହେଇଥାଏ |
ପୁରୁଷ ବନ୍ଧ୍ୟା ଦୋଷର କାରଣ କଣ :-
ଦର୍ଶକ ବନ୍ଧୁ ଯଦି ପୁରୁଷଙ୍କ ଠାରେ ଶୂକ୍ରାଣୁ ର ଗୁଣବର୍ତ୍ତା କମ ବା ଅଳ୍ପ ଦେଖା ଦେଲେ ଏହା ପୁରୁଷ ବନ୍ଧ୍ୟାଦୋଷ ର କାରଣ ହେଇଥାଏ | ତେବେ ଜେନେଟିକ କାରଣ ରୁ ମଧ୍ୟ ଏହା ହେଇଥାଏ | ଏହା ବ୍ୟତୀତ ଯଦି ପିଲାବେଳୁ ମମ୍ସ ସଂକ୍ରମଣ ହେଇଥାଏ ତାହାଲେ ଏହା ବଡ଼ ବେଳେ ଶୂକ୍ରାଣୁ ର ମାତ୍ରା କମ କରିଦେଇଥାଏ | ଏହା ସହିତ ଡାଇବେଟିସ, ଥାଇରଏଡ଼,ଭଳି ସମସ୍ୟା ଥିଲେ ମଧ୍ୟ ବନ୍ଧ୍ୟା ଦୋଷ ଦେଖା ଦେଇଥାଏ |ବନ୍ଧ୍ୟା ଦୋଷ ଜାଣିବା ପାଇଁ ପରୀକ୍ଷା :-ମହିଳା ଙ୍କ ବନ୍ଧ୍ୟାଦୋଷ ଅଛି କି ନାହିଁ ଜାଣିବା ପାଇଁ ପ୍ରଥମେ ରକ୍ତ ପରୀକ୍ଷା କରାଯାଏ, ହିମୋଗ୍ଲୋବିନ, ଡାଇବେଟିସ, ଥାଇରଏଡ଼ ଆଦି ପରୀକ୍ଷା କରାଯାଏ |ଏହା ସହିତ ଅଲଟ୍ରାସାଉଣ୍ଡ ଓ ଟ୍ୟୁବ୍ର ଟେଷ୍ଟ ମଧ୍ୟ କରାଯାଏ | ପୁରୁଷ ଙ୍କର ଧାତୁ ଓ ରକ୍ତ ପରୀକ୍ଷା କରାଯାଏ |
ବନ୍ଧ୍ୟା ଦୋଷ ର ଚିକିତ୍ସା :-ଜଣେ କପୁଲ ଯଦି ଅଳ୍ପ ବୟସରେ ପିଲା ପାଇଁ ପ୍ଲାନ କରୁଛନ୍ତି | ହେଲେ ତାହା ସମ୍ଭବ ହେଉନାହିଁ ତାହାଲେ ସେତେବେଳେ ବିଶେଷ କିଛି ସମସ୍ୟା ନଥାଏ | ତେବେ ଏହି ସମୟରେ ହରମୋନ ମେଡ଼ିସିନ ପରାମର୍ଶ କରାଯାଏ | ଏହା ପରେ ମଧ୍ୟ ଯଦି ପିଲା ରହୁ ନାହିଁ ତାହାଲେ ଆଇୟୁଆଇ ପରୀକ୍ଷା କରାଯାଏ |ଏଥିରେ ସ୍ୱାମୀଙ୍କ ଧାତକୁ ଲ୍ୟାବ ପରୀକ୍ଷା କରି ସ୍ତ୍ରୀ ଙ୍କ ଗର୍ଭରେ ଛଡା ଯାଏ | ଯଦି ଏହା ପରେ ମଧ୍ୟ ସଫଳତା ମିଳୁନି ତାହାଲେ ଟେଷ୍ଟ ଟ୍ୟୁବ ବେବି କୁ ଆପଣଯାଏ |
ବିଳମ୍ବରେ ଗର୍ଭଧାରଣ ବନ୍ଦ୍ୟା ଦୋଷ ର କାରଣ କି?:-
ବିଳମ୍ବରେ ଗର୍ଭଧାରଣ ଯୋଜନା କଲେ ପିଲା ନ ହେବାର ସମ୍ଭାବନା ବହୁତ ଅଧିକ ରହିଥାଏ | କାରଣ ମହିଳା ମାନଙ୍କର 35 ବର୍ଷ ପରେ ଗର୍ଭଧାରଣ କ୍ଷମତା କମି ଯାଏ |ଡାକ୍ତରଙ୍କ ପରାମର୍ଶ :-ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ବନ୍ଦ୍ୟାଦୋଷ କିଛି କାରଣ କୁ ରକା ଯାଇପାରିବ ଓ ଆଉ କିଛି କାରଣ ରହିଛି ଯାହା ରୋକି ହେବ ନାହିଁ | ତେଣୁ ଯାହାକୁ ରକାଯାଇପାରିବ ତାହାକୁ ରୋକନ୍ତୁ ଯେମିତିକି ଥାଇରଏଡ଼, ଡାଇବେଟିସ,ଏହା ସହିତ ଖାଇବା ପିଇବା ରେ ମଧ୍ୟ ଧ୍ୟାନ ଦିୟନ୍ତୁ |ତେବେ ଏହା ଥିଲା ବନ୍ଧ୍ୟା ଦୋଷ ସମ୍ବଧୀୟ ସମସ୍ତ ସୂଚନା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।