Odisha News Portal

ଦେଖନ୍ତୁ ଭିଡିଓ : ପିଲାକୁ ଅନଲାଇନରେ 50 ହଜାର ଟଙ୍କାରେ ବିକ୍ରି କରୁଛନ୍ତି, ପୁରା ଘଟଣା ଦେଖିଲେ ଗୋଡ ତଳୁ ମାଟି ଖସି ଯିବ…

ବନ୍ଧୁଗଣ ସାମ୍ନାକୁ ଆସିଛି ଏକ ଏଭଳି ଘଟଣା ଯାହା ଜାଣିବା ପରେ ଶୁଣିବା ପରେ ଆପଣ ଭାବ ବିହ୍ୱଳ ହୋଇଯିବେ। ଏଠାରେ ଜଣେ ଦମ୍ପତ୍ତି ସେମାନେ ପାଇଥିବା ଶିଶୁ କୁ ନିଜର କରିନେବା ପାଇଁ କେମିତି କୋହଭରା କଣ୍ଠରେ ନିଜର ଦୁଃଖକୁ ବୟାନ କରୁଛନ୍ତି ଥରେ ଶୁଣନ୍ତୁ।ଏହି ବ୍ୟକ୍ତି ଜଣଙ୍କ ଭୁବନେଶ୍ଵର ର ପଟିଆ ରେଲୱେ ଷ୍ଟେସନ ରେ ଦୋକାନ କରିଛନ୍ତି। ଦୁଇଦିନ ତଳେ ସେ ଏବଂ ତାଙ୍କ ସ୍ତ୍ରୀ ଦୋକାନ ବନ୍ଦ କରି ଶୋଇବାକୁ ଯାଉଥିବା ସମୟରେ ଗୋଟିଏ ପିଲାକୁ ଦୋକାନ ସମ୍ମୁଖରୁ ପାଇଥିଲେ।ତାପରେ ସେଠାରେ ଲୋକ ମାନେ ମଧ୍ୟ ଆସି ଗହଳି କଲେ।ଏହି ପିଲା ବିଷୟରେ ସେମାନେ ପୋଲିସ୍ କୁ ଜଣାଇଲେ।

ପୋଲିସ୍ କୁ ଜଣାଇବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ କହିଲେ ଆମେ ପିଲାଟିକୁ ରଖିବୁ ଏବଂ ତାର ସବୁକଥା କୁ ବୁଝିବୁ। ଏହାପରେ ପୋଲିସ୍ ତାଙ୍କୁ ଥାନାକୁ ଯିବାକୁ କହିଥିଲେ ଏବଂ ସମସ୍ତ ଲେଖା ପଢା କରି ସେ ପିଲାକୁ ଫେରାଇ ଦେବେ ବୋଲି ମଧ୍ୟ କହିଲେ। ଏହାପରେ ଏହି ଦମ୍ପତ୍ତି ଥାନାକୁ ଯିବା ପରେ ତାଙ୍କୁ ଚାଇଲ୍ଡ ଅଫିସ୍ କୁ ନିଆଗଲା। ସେଠାରେ ତାଙ୍କ ହାତରୁ ଜୋର୍ ଜବରଦସ୍ତି ସେମାନେ ପିଲାକୁ ଛଡ଼ାଇ ନେଲେ। ତାପରେ କିଛି ସମୟ ଲେଖାପଢ଼ା ମଧ୍ୟ କଲେ। ତାପରେ ସେମାନେ ପିଲାକୁ ରଖି ନେଇ ଦମ୍ପତ୍ତି କୁ ତଡ଼ିଦେଲେ। ଏହାପରେ ଏମାନେ ଥାନାର ଦ୍ୱାରସ୍ଥ ହେଲେ।

ଥାନା ବାଲା ମଧ୍ୟ ଏମାନଙ୍କ କଥା କିଛି ଶୁଣି ନଥିଲେ। ସେଠାରେ ତାଙ୍କୁ ସି ଓ ଡବଲ୍ୟୁ ଅଫିସ୍ ଯିବାକୁ କୁହା ଯାଇଥିଲା। ସେମାନେ ଏହାପରେ ଉକ୍ତ ଅଫିସ କୁ ଯାଇ ପିଲା ବିଷୟରେ ପଚାରିଥିଲେ। ଏହାପରେ ସେଠାରେ ତାଙ୍କୁ କୁହା ଯାଇଥିଲା ଯେ ଆମେ ଅନ୍ ଲାଇନ୍ ରେ ପିଲାକୁ ବୁକ୍ କରିଛୁ ଓ ସେଠାରେ ତାକୁ ୫୦ ହଜାର ଟଙ୍କାରେ ବିକ୍ରି କରୁଛୁ। ଏହାପରେ ଭାବ ବିହ୍ୱଳ ହୋଇ କାନ୍ଦି କାନ୍ଦି ଦମ୍ପତ୍ତି ଜଣଙ୍କ ମିଡ଼ିଆ ଆଗରେ ତାଙ୍କର ପୂରା କାହାଣୀ କହିଛନ୍ତି।ସେ କହିଛନ୍ତି ମୁଁ କଣ ପିଲାକୁ ପାଇ ଏମିତି ଅନ୍ ଲାଇନ୍ ରେ ବିକ୍ରି କରିବା ପାଇଁ ଦେଇଥିଲି। ମୁଁ ତାକୁ ପାଳି ପୋଷି ବଡ଼ କରିବି ବୋଲି କହିଥିଲି।

ଯଦି ତୁମେ ମାନେ ତାର ଭରଣ ପୋଷଣ ନକରି ପାରିବ ତେବେ ପିଲାଟିକୁ ମୋତେ ଦେଇଦିଅ ମୁଁ ତା କଥା ବୁଝିବି। ତେବେ ଦମ୍ପତ୍ତି ଜଣଙ୍କ କାନ୍ଦି କାନ୍ଦି ପିଲାଟିକୁ ଫେରି ଦେବାକୁ ଭିକ୍ଷା କରିଛନ୍ତି। ସେମାନେ ପିଲାର ଯତ୍ନ ନେବେ ଏବଂ ପିଲାର ସବୁକଥା ମଧ୍ୟ ବୁଝିବେ। ଏହାପରେ ସେମାନେ ବିଧାୟକ ସୁର ରାଉତରାୟ ଙ୍କୁ ପାଖକୁ ଯାଇଥିଲେ ଏବଂ ଏ ବିଷୟରେ ଜଣାଇଥିଲେ।ସେ ମଧ୍ୟ ଯାଇ ପୋଲିସ୍ ସହ କଥା ହେଇଛନ୍ତି। ଯେତିକି ଆଇନ୍ ଗତ ପ୍ରକ୍ରିୟା ରହିଛି ସେସବୁ କୁ ପୂରଣ କରିବା ପରେ ଏହାର ଯାଞ୍ଚ ହେବାପରେ ଯାଇ ଉକ୍ତ ଶିଶୁକୁ ଏହି ଦମ୍ପତ୍ତି ଙ୍କୁ ଦିଆଯିବ ବୋଲି ସେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।