ବନ୍ଧୁମାନେ ଛୋଟ ଛୋଟ ପିଲା ମାନଙ୍କ ପାଖରେ କୃମି ସମସ୍ୟା ଦେଖା ଯାଇଥାଏ ।ଆଉ ଯାହା ପାଇଁ ପିଲା ମାନଙ୍କ ବିକାଶରେ ବାଧା ପ୍ରାପ୍ତ ହେଇଥାଏ ଆଉ ବାପାମାଆ ମାନେ ବି ଜାଣି ପରିନଥାନ୍ତି ଏମିତି କାହିଁକି ପିଲା ମାନଙ୍କ ର ହେଉଛି ତେବେ ବନ୍ଧୁମାନେ ଏହି କୃମି ସମସ୍ୟା କୁ ସବୁକିଛି ବିସ୍ତାର ଭାବେ ଜଣେଇ ଦିଆ ଯାଇଛି ଏହି ସୂଚନାରେ ଏହାକୁ ଆପଣ ଭଲ ଭାବରେ ଜାଣି ରଖନ୍ତୁ ।
1.କୃମି ହେବାର ଲକ୍ଷଣ:-
-ଯେତେବେଳେ ପିଲାଙ୍କୁ କୃମି ହୁଏ ତାଙ୍କର ଭୋକ କମିଯାଏ ।
-କୃମି ହେଲେ ମଳଦ୍ୱାର କୁଣ୍ଡେଇ ହୁଏ ।
-ପିଳାଙ୍କ ଶରୀର ଶ୍ବେତା ବା ରକ୍ତହୀନତା ପ୍ରି ସମସ୍ୟା ଦେଖା ଯିବା ।
-କେହି କେହି ପିଲାଙ୍କର ପେଟ କାଟିବା ଆରମ୍ଭ ହେଇଥାଏ ।
-ବୟସ ଅନୁସାରେ ଓଜନ ଠିକରେ ନବଡ଼ିବା ଓ ଉଚ୍ଚତା ନବଡ଼ିବା ।
-ଖେଳ, ପାଠ ବା ଅନ୍ୟାନ୍ୟ କୌଣସି କାର୍ଯ୍ୟ ପ୍ରତି ଆଗ୍ରହ ପ୍ରତି ପିଲାଙ୍କର ଆଗ୍ରହ ଧୀରେ ଧୀରେ କମିଯାଏ ।
-ଚର୍ମ କୁଣ୍ଡେଇ ନାଲି ନାଲି ରାସସେସ ଦେଖା ବି ଯାଇଥାଏ ।
2.କେମିତି ବ୍ୟାପିଥାଏ କୃମି:-
-ଯେତେବେଳେ କୋଉ ବି ବ୍ୟକ୍ତିକୁ କୃମି ହେଇଥାଏ ଓ ସେ ବାହାରକୁ ଝାଡା ପାଇଁ ଯାଉଥଆନ୍ତି ଆଉ ସେହି ଜାଗାକୁ ଯଦି କେହି ପିଲା ଖାଲି ପାଦରେ ଯାଇଥାଏ ସେତେବେଳେ ସେହି କୃମି ଗୁଡିକ ଲାର୍ଭା ଆକାରରେ ପାଦର ଚର୍ମ ଦେଇ ଶରୀର ଭିତରକୁ ପ୍ରବେଶ କରିଥାଏ ଓ ଫୁସଫୁସ ରୁ ଅନ୍ତନଳୀରେ ବ୍ୟାପିଥାଏ ।ତାପରେ ତାହା ଶରୀର ଭିତରେ ଅଣ୍ଡା ଦେଇ କୃମିର ବଂଶ ବିସ୍ତାର ହେଇଥାଏ ଓ ସେହି ପିଲା କୃମି ରୋଗରେ ସଂକ୍ରମିତ ହେଇଥାନ୍ତି ।
3.ଏହାର ଚିକିତ୍ସା:-
-ତେବେ ଯେଉଁ ପିଲା ମାନେ କୃମି ରୋଗରେ ଆକ୍ରାନ୍ତ ହେଇଥାନ୍ତି ତାଙ୍କ ପାଇଁ ବିଭିନ୍ନ ଚିକିତ୍ସା ରହିଛି ଯେପରି ଆଲବେନ୍ଦାଜଲବଲି ନାମକ ଟେବଲେଟ ରହିଛି ଓ ତାର ସିରପ ବି ରହିଛି ଆଉ ଏହାକୁ ଭାରତ ସରକାର ଆଇରନ ସପ୍ଲିମେଣ୍ଟ ଯୋଜନା ମାଧମରେ ସ୍କୁଲ ଗୁଡିକରେ ଦିଆ ଯାଉଛି ତେବେ ଏହାର ଡୋଜ ବୟସ ଅନୁସାରେ ଦିଆ ଯାଇଥାଏ ।
କୃମି ଦୋଷକୁ କେମିତି ନିୟନ୍ତ୍ରଣ କରିବେ:-
-ତେବେ ପ୍ରତ୍ୟେକ ବାପାମାଆ ମାନେ ନିଜ ପିଲାଙ୍କୁ ଖୋଲା ଜାଗାକୁ ଝାଡା ଯିବାକୁ ବାରଣ କରିବା ଦରକାର ।ସେମାନେ ଯେତେବେଳେ ବାହାରକୁ ଯାଉଛନ୍ତି ତାଙ୍କୁ ଜୋତା ବ୍ୟବହାର ଖଟିବାକୁ ଦେବା ।ସଚେତନତା ବିଷୟରେ ତାଙ୍କୁ ଅବଗତ କରେଇବା ଜରୁରୀ ଅଟେ ।
-ଛୋଟ ପିଲା ମାଆଙ୍କର ଙ୍ଖ ସବୁବେଳେ ଛୋଟ ରଖିବେ ,ବାହାରୁ ଫେରିଲା ପରେ ତାଙ୍କୁ ପରିଷ୍କାର ପରିଛନ୍ନ କରିବେ ।ଆଉ ଯେତେବେଳେ ବି ପିଲାଙ୍କୁ ପାଣି ବା ଅନ୍ୟାନ୍ୟ ପରିବା, ଫଳ ପିଲାଙ୍କୁ ଖାଇବାକୁ ଦେଉଛନ୍ତି ତାହାକୁ ଫୁଟାଇ ଓ ପରିଷ୍କାର କରି ଦେବା ଜରୁରୀ ଅଟେ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।