ଆପଣଙ୍କର ବନ୍ଧ୍ୟା ଦୋଷ ରହିଛି କି ନାହିଁ କିପରି ଜାଣିବେ ଏବଂ ଏହାର କାରଣ ଓ ନିରାକରଣ ପ୍ରକୃତରେ କଣ ରହିଛି। ଏହା କିପରି ସମସ୍ୟା?ଏମିତି ବହୁତ୍ କିଛି ପ୍ରଶ୍ନ ମନରେ ଉଙ୍କି ମାରିବା ପ୍ରକୃତ ରେ ସ୍ୱାଭାବିକ କଥା, ଯେଉଁମାନେ ଏହି ସବୁ ସମସ୍ୟା ଦେଇ ଗତି କରୁଛନ୍ତି କିମ୍ବା ପ୍ରଜନନ କ୍ଷମ ହୋଇ ପାରୁ ନାହାନ୍ତି। ତେବେ ଏହାକୁ କିପରି ଜାଣିବା ଆସନ୍ତୁ ସେ ବିଷୟରେ ଆଜି ଆମେ ଆଲୋଚନା କରିବା। ଯେତେବେଳେ ବିବାହ ପରେ ଦମ୍ପତ୍ତି ସନ୍ତାନ ସନ୍ତତି ପାଇଁ ଇଚ୍ଛା କରିଥାନ୍ତି ଅଥବା ଜଣେ ନାରୀ ବିବାହ ପରେ ପ୍ଲାନ୍ କରୁଛି ଗର୍ଭ ଧାରଣ ପାଇଁ ଏବଂ ଏହାର ଗୋଟେ ବର୍ଷ ପର୍ଯ୍ୟନ୍ତ ମଧ୍ୟ ସେ ଗର୍ଭବତୀ ହୋଇ ପାରୁନାହିଁ, ତାହାଲେ ଆମେ କହିବା କି ସେହି ଦମ୍ପତ୍ତି ଙ୍କ ପାଖରେ ବନ୍ଧ୍ୟା ଦୋଷ ବା infertility ରହିଛି।
ମହିଳା ବନ୍ଧ୍ୟା ଦୋଷ ର କାରଣ-
PCOD- ଏହା ହେଉଛି ଏକ ହର୍ମୋନାଲ୍ ଇମବାଲାନ୍ସ ର ପ୍ରକ୍ରିୟା, ଯେଉଁଥିରେ କି ମହିଳା ମାନଙ୍କର ଡିମ୍ବ ଠିକ୍ ସମୟରେ ତିଆରି ହୋଇ ପାରେ ନାହିଁ। ଯେଉଁ କାରଣ ପାଇଁ ସେମାନଙ୍କ ପିରିୟଡ଼ ରେ ବିଳମ୍ବ ହୋଇଥାଏ ଓ ଅନିୟମିତତା ଦେଖା ଦେଇଥାଏ। ଫଳରେ ଚାହିଁଲେ ବି ଗର୍ଭ ଧାରଣ ରେ ଅସୁବିଧା ହୁଏ।
Endometriosis- ଏହା ମଧ୍ୟ ଏକ ପ୍ରଧାନ କାରଣ ବନ୍ଧ୍ୟା ଦୋଷ ଦେଖାଦେବାର। ଏଥିରେ ଏହି ସମସ୍ୟା ହୋଇଥାଏ କି ଏହା କାରଣରୁ ଯେଉଁ ଜାଗାରେ ଡିମ୍ବ ଗୁଡ଼ିକ ତିଆରି ହେବା କଥା ସେହି ସ୍ଥାନରେ ସିଷ୍ଟ୍ ଗୁଡ଼ିକ ତିଆରି ହୋଇ ଯାଇଥାନ୍ତି, ଫଳରେ ବନ୍ଧ୍ୟାଦୋଷ ଦେଖା ଦେଇଥାଏ।
ସଂକ୍ରମଣ- ସଂକ୍ରମଣ କାରଣରୁ କିଛି ଟ୍ୟୁବୁଲ୍ ବ୍ଲକ୍ ହୋଇଯିବା, ଇୟୁଟେରସ୍ ରେ ଅନ୍ୟ ପ୍ରକାର ସଂକ୍ରମଣ ହୋଇ ଯେଉଁ ଜାଗାରେ ବେବି ର ବୃଦ୍ଧି ହେବାର ଅଛି ସେହି ଜାଗା ଡେମେଜ ବା ନଷ୍ଟ ହୋଇଯିବା କାରଣରୁ ଟ୍ୟୁବର କ୍ୟୁଲୋସିସ ହୋଇ ଏହି ସମସ୍ୟା ଦେଖା ଦେଇଥାଏ। ଅନେକଙ୍କ କ୍ଷେତ୍ରରେ ଜନ୍ମରୁ ଟ୍ୟୁବ୍ ମାନଙ୍କର ଅନୁପସ୍ଥିତି କାରଣରୁ ମଧ୍ୟ ମହିଳା ଗର୍ଭ ଧାରଣ ରେ ସମସ୍ୟା ସମ୍ମୁଖୀନ ହୋଇଥାଏ।ଇୟୁଟେରସ୍ ଜନିତ ସମସ୍ୟା କାରଣରୁ ମଧ୍ୟ ବଂଧ୍ୟାଦୋଷ ଅନେକଙ୍କ କ୍ଷେତ୍ରରେ ଦେଖା ଦେଇଥାଏ।
ପ୍ରଭାବ- ଯଦି ଥାଇରଏଡ ସମସ୍ୟା କିମ୍ବା ଏହାର ଅଭାବ, ପ୍ରୋଲାକ୍ତିନ ହର୍ମନ ଜନିତ ସମସ୍ୟା କାରଣରୁ ମଧ୍ୟ କିଛିକାଂଶରେ ଏହି ସମସ୍ୟା ମହିଳାଙ୍କ କ୍ଷେତ୍ରରେ ଦେଖା ଦେଇଥାଏ।
ବର୍ଥ ଡିଫେକ୍ଟ୍ସ- କିଛି ମହିଳା ମାନଙ୍କର ଗର୍ଭାଶୟ ଠିକ ଭାବରେ ଉନ୍ନତ ହୋଇ ନଥାଏ ବା ଅଳ୍ପ ମାତ୍ରାରେ ଉନ୍ନତ ହୋଇଥାଏ, ଗର୍ଭାଶୟ ର ଉଭୟ ଭାଗ ଠିକ୍ ଭାବରେ ଡେଭେଳପ୍ ହୋଇ ପାରି ନଥିବ। ଏହିଭଳି ଆବନର୍ମାଲ ଇୟୁଟେରସ୍ ଯେଉଁ ମାନଙ୍କର ରହିଥାଏ,ସେଠାରେ ମଧ୍ୟ infertility ଦେଖା ଦେଇଥାଏ। ତେଣୁ ଏଥିପ୍ରତି ଆପଣଙ୍କୁ ପ୍ରଥମେ ସଚେତନତା ପୂର୍ବକ ଡାକ୍ତରଙ୍କ ପରାମର୍ଶ ନେବା ବିଧେୟ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।