Odisha News Portal

ପିତା ବିରୁଦ୍ଧରେ ଅଭିଯୋଗ କରିବା ପାଇଁ ଜିଲ୍ଲାପାଳ ଙ୍କ ପାଖକୁ 10 କିଲୋମିଟର ଚାଲିଚାଲି ଆସିଲା ଷଷ୍ଠଶ୍ରେଣୀରେ ପଢୁଥିୂବା ଝିଅ ! କହିଲା ମୋ ବାପା ମୋ ସହ ଏମିତି ଛି ଛି ……

0 2

ଯଦି କେହି ପିଲା ଭୋକରେ ରହିଥାଏ ତେବେ ତାର ବାପା ମାଁ ନିଜେ ନଖାଇ ନିଜ ଭାଗରୁ ତା ପିଲାକୁ ଖୁଆଇଥାନ୍ତି । କିନ୍ତୁ କେନ୍ଦ୍ରାପଡାରେ ଏକ ଏପରି ସଂଙ୍ଗୀନ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେ କୁନି ଝିଅଟିର ବାପା ତା ଝିଅ ଭାଗର ସମସ୍ତ ରାସନ୍ ମାରି ନେଇ ଯାଉଥିଲେ । ତେଣୁ ବାଧ୍ୟ ହୋଇ ଝିଅଟି 10 କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଆସି ପୋଲିସରେ ବାପାଙ୍କ ନାଁରେ ଅଭିଯୋଗ କରିବା ପାଇଁ ପଡିଲା ।

ସୂଚନାଯୋଗ୍ୟ କେନ୍ଦ୍ରାପଡାର ଛଠବିଂ ରେ ପଢୁଥିବା ଜଣେ ଛୋଟ ଝିଅ ଗତ ସୋମବାର ଦିନ ଡିଏମ୍ ପାଖରେ ଆସି ପହଞ୍ଚି ଥିଲା ଏବଂ ସେଠାରେ ସେ ନିଜର ବାପାଙ୍କ ନାଁରେ ଅଭିଯୋଗ କରିଥିଲା । ତେବେ ଝିଅଟିର ଅଭିଯୋଗ ହେଉଛି କି , ତାର ବାପା ତା ଭାଗର ରାସନ୍ ଏବଂ ମଧ୍ୟାହ୍ନ ଭୋଜନ ନିଜ ପାଖରେ ରଖି ନେଉଛନ୍ତି । ତେବେ କେବଳ ଏତିକି ନୁହେଁ ବରଂ ସରକାରଙ୍କ ଠାରୁ ମିଳୁଥିବା ଟଙ୍କା ମଧ୍ୟ ତାଙ୍କ ବାପାଙ୍କ ପାଖକୁ ଯାଇଥାଏ ।


ତେବେ ଏହି ଅଭିଯୋଗ କରିବା ପାଇଂ ଝିଅଟି ପାହାଡିଆ ରାସ୍ତାରେ 10 କିଲୋମିଟର ପର୍ଯ୍ୟନ୍ତ ପାଦରେ ଚାଲି ଚାଲି ଜିଲ୍ଲା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ତେବେ ଝିଅଟିର ଅଭିଯୋଗ ପରେ ଡିଏମ୍ ସାମର୍ଥ ବର୍ମା ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଝିଅଟିକୁ କଥା ଦେଇଥିଲେ । ତେବେ ଡିଏମ୍ ଙ୍କ ଆଦେଶ ପରେ ଏବେ ଝିଅଟିକୁ ମିଳୁଥିବା ରାସନ ଆଉ କାହା ହାତରେ ନଦେଇ ସିଧା ଝିଅଟିକୁ ହିଁ ମିଳିବ ଏବଂ ସରକାରଙ୍କ ତରଫରୁ ମିଳୁଥିବା ଟଙ୍କା ମଧ୍ୟ ଝିଅଟିର ଆକାଉଣ୍ଡକୁ ହିଁ ଯିବ ।


ତେବେ ଡିଏମ୍ ଆହୁରି ମଧ୍ୟ କହିଛନ୍ତି କି ଏପର୍ଯ୍ୟନ୍ତ ଝିଅଟିର ବାପା ଝିଅ ଭାଗର ଯେଉଁ ରାସନ୍ ଏବଂ ଟଙ୍କା ନେଇଛନ୍ତି ତାହା ଝିଅଟିକୁ ଫେରସ୍ତ କରାଯାଉ । ସୂଚନା ଅନୁସାରେ ଲକଡାଉନରେ ଝିଅଟିକୁ ସରକାରଙ୍କ ତରଫରୁ ମିଳୁଥିବା ମଧ୍ୟାହ୍ନ ଭୋଜନ ମଧ୍ୟ ବନ୍ଦ ହୋଇ ଯାଇଛି । ତେଣୁ ସରକାର ଝିଅଟିର ଆକାଉଣ୍ଡକୁ ପ୍ରତିଦିନ 8 ଟଙ୍କା ଟ୍ରାନ୍ମଫର କରିଥାନ୍ତି । କିନ୍ତୁ ଯେହେତୁ ଛୋଟ ପିଲାଟିର ବ୍ୟାଙ୍କରେ ଆକାଉଣ୍ଡ ନାହିଁ ତେଣୁ ଏହି ଟଙ୍କା ତାର ବାପା ମାଆଙ୍କ ଖାତାକୁ ଯାଇଥାଏ । ଏହାସହିତ ପ୍ରତ୍ୟେକ ଦିନ ଜିଅଟିକୁ 150 ଗ୍ରାମ ଚାଉଳ ଦିଆଯାଏ ।

ଝିଅଟି ପୋଲିସକୁ କହିଛି ଯେ ତାର ନିଜର ବ୍ୟାଙ୍କ ଆକାଉଣ୍ଡ ଅଛି । ଆଉ ସେ ମଧ୍ୟ ତା ବାପାଙ୍କ ସହିତ ରହେ ନାହିଁ । ଝିଅଟିର ମାଁଙ୍କର 2 ବର୍ଷ ପୂର୍ବେ ଦେହାନ୍ତ ହୋଇଯାଇଛି ଏବଂ ତାର ବାପା 2ୟ ବିବାହ କରିଛନ୍ତି ।

ତେବେ ଝିଅଟି ତାର ମାମୁଁଙ୍କ ସହିତ ରହେ । ଝିଅଟିର କହିବା ଅନୁସାରେ ତାର ବାପା ଚତୁରତାର ସହିତ ସ୍କୁଲ ତରଫରୁ ମିଳୁଥିବା ରାସନ ଏବଂ ଟଙ୍କା ହଡପ କରିନେଉଛନ୍ତି । ତେଣୁ ସେ ତାର ବାପାଙ୍କ ବିରୋଧରେ ଏତଲା ଦେବା ପାଇଁ ବାଧ୍ୟ ହୋଇଛି । ତେବେ ଡିଏମ୍ ଙ୍କ ଆଦେଶ ଉପରେ ଏବେ ଝିଅଟିକୁ ନ୍ୟାୟ ମିଳିବ କି ନାହିଁ ତାହା ନିର୍ଭର କରୁଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।