Odisha News Portal

ପିତୃ ପୁରୁଷ ଫଟୋ ଘରର କେଉଁ ଦିଗରେ ଲଗାଇଲେ ହୋଇଥାଏ ଶୁଭ , ଏବଂ କେଉଁଠି ଲଗାଇଲେ ହୋଇଥାଏ ଧନର ବୃଦ୍ଧି…..ଜାଣନ୍ତୁ

0 38

ଆଜି ଆମେ ଆପଣ ମାନଙ୍କୁ କହିବୁ କି ଗୃହର କେଉଁ ସ୍ତାନରେ ପିତୃ ପୁରୁଷଙ୍କର ଫଟୋ ଲଗାଇଲେ ଘରେ କେବେବି ଧନର ଅଭାବ ରହେ ନାହିଁ । ଏହା ସହ କେଉଁ ସ୍ଥାନରେ ଲଗାଇଲେ ଆପଣଙ୍କର କ୍ଷତି ହୋଇଥାଏ । ପ୍ରାୟତଃ ପ୍ରତ୍ୟେକଙ୍କର ଗୃହରେ ପିତୃ ପୁରୁଷଙ୍କର ଫଟୋ ରହିଥାଏ । ଏପରି ମାନ୍ୟତା ରହିଛି କି ପିତୃ ପୁରୁଷଙ୍କର ଫଟୋ ଘରେ ରଖିବା ଦ୍ୱାରା ବା ପିତୃ ପୁରୁଷଙ୍କୁ ସମ୍ମାନ କରିବା ଦ୍ୱାରା ଗୃହକୁ ଉନ୍ନତି ଆସିଥାଏ ଏବଂ ଧନ ସମ୍ବଦ୍ଧରେ କେବେବି ଅଭାବ ରହିନଥାଏ ।

ଏହା ଦ୍ୱାରା ଗୃହର ବ୍ୟକ୍ତି ମାନଙ୍କୁ ବହୁତ ପ୍ରକାରର ଲାଭ ମଧ୍ୟ ହୋଇଥାଏ । ମାତ୍ର ଯଦି ପିତୃ ପୁରୁଷଙ୍କର ଫଟେ ଘରର ଭୁଲ ଜାଗାରେ ଲଗାଯାଏ ତେବେ ତାହାର ମଧ୍ୟ ବହୁତ ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କି ଗୃହର କେଉଁ ଜାଗାରେ ପିତୃ ପୁରୁଷ ଫଟୋ ଲଗାଇବା ଆବଶ୍ୟକ ଏବଂ କେଉଁ ଜାଗାରେ ଲଗାଇବା ଆବଶ୍ୟକ ନୁହେଁ ।


ଘରର ମନ୍ଦିର ବା ଘରର ଯେଉଁ ସ୍ଥାନରେ ଆପଣ ମାନେ ପୂଜା ପାଠ କରୁଛନ୍ତି , ସେହିଟାରେ ପିତୃ ପୁରୁଷଙ୍କର ଫଟୋ ଆଦୌ ଲଗାନ୍ତୁ ନାହିଁ । ଟାକୁର ଘରେ ପିତୃ ପୁରୁଷଙ୍କର ଫଟୋ ରଖିବା ଅଶୁଭ ମାନାଯାଏ । ଏହାର ବହୁତ ହିଁ ନକରାତ୍ମକ ପ୍ରଭାବ ଆପଣ ମାନଙ୍କ ଉପରେ ପଡିଥାଏ । ଏହାର ଫଳ ସର୍ବଦା ଅଶୁଭ ହିଁ ପ୍ରାପ୍ତ ହୋଇଥାଏ ।

ଯଦି ଆପଣଙ୍କ ଘରେ ପୂଜା ପାଠ ଯେଉଁ ସ୍ଥାନରେ ହୋଇଥାଏ , ଯେପରିକି ଘରର ଐଶାନ୍ୟ କୋଣ ଅର୍ଥାତ ଉତ୍ତର ପୂର୍ବ କୋଣରେ ଆପଣ ମାନଙ୍କର ପୂଜା ସ୍ଥାନ ରହୁଛି ତେବେ ପିତୃ ପୁରୁଷଙ୍କର ଫଟୋ ପୂର୍ବ ଦିଗରେ ରଖନ୍ତୁ । ଯଦି ପୂଜା ପାଠ ସ୍ଥାନ ପୂର୍ବ ଦିଗରେ ରହିଅଛି ତେବେ ଆପଣ ମାନେ ପିତୃ ପୁରୁଷଙ୍କର ଫଟୋ ଐସାନ୍ୟ କୋଣରେ ଲଗାଇବା ଉଚିତ । ଠାକୁର ଘରର ଓଲଟା ଦିଗରେ ହିଁ ପିତୃପୁରୁଷଙ୍କର ଫଟୋ ଲଗାନ୍ତୁ ।

ଘରର ଉତ୍ତର କୋଣରେ ବା ଆପଣ ୟେଉଁ ଘରେ ଶୟନ କରୁଥାନ୍ତି ସେହି ଘରର ଉତ୍ତର କାନ୍ଥରେ ଯଦି ଆପଣ ପିତୃ ପୁରୁଷଙ୍କର ଫଟୋ ଲଗାଇଥାନ୍ତି , ତେବେ ତାହା ବହୁତ ହିଁ ଶୁଭ ଫଳ ଦାୟକ ହୋଇଥାଏ । ତେବେ ସବୁଠୁ ଉତ୍ତମ ଏହା ହିଁ ଆପଣ ମାନେ ଘରର ଉତ୍ତର ଦିଗରେ କିମ୍ବା ଯେଉଁ ଘରେ ଆପଣ ମାନେ ଶୋଉଛନ୍ତି ସେହି ଘରର ଉତ୍ତର କାନ୍ଥରେ ପିତୃ ପୁରୁଷଙ୍କର ଫଟୋ ଲଗାନ୍ତୁ ।

ଘରର ଦକ୍ଷିଣ ପଶ୍ଚିମ କୋଣରେ ପୁତୃ ପୁରୁଷଙ୍କର ଫଟୋ କେବେବି ଲଗାଇବେ ନାହିଁ । ଯଦି ଆପଣ ମାନେ ଦକ୍ଷିଣ ପଶ୍ଚିମ ଦିଗରେ ପିତୃ ପୁରୁଷଙ୍କର ଫଟୋ ଲଗାଇବେ ତେବେ ଆପଣଙ୍କର ଘରର ଉନ୍ନତି କମିଯାଇଥାଏ । ତେଣୁ ଆପଣ ମାନେ ସର୍ବଦା ଧ୍ୟାନ ରଖି ଏହି କାମ କରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।