Odisha News Portal

ପୁଣି ଚର୍ଚ୍ଚାରେ ରାଣୀପଣ୍ଡା !ବେଣୁ ମଉସାଙ୍କ ପରେ ପୁଣି ପିପିଲି ଉପନିର୍ବାଚନ ରେ ବିଜେପି କଙ୍ଗ୍ରେସ କୁ ରାନୀ ଦେବେ ଟକ୍କର ! ମହାରଥି ଙ୍କୁ ନେଇ କହିଲେ ଏହି କଥା….

0 3

ଆପଣ ମାନେ ସମସ୍ତେ ଜାଣିଥିବେ ବର୍ତ୍ତମାନ ସମୟରେ ସାରା ଓଡିଶାରେ ବେଣୁ ମଉସାଙ୍କୁ ନେଇ ଚର୍ଚ୍ଚା ଚାଲିଛି । ବେଣୁଧର ବାରିକ, ଏହି 91 ବର୍ଷିୟ ବ୍ୟକ୍ତି ଦୁଇ ଦିନ ତଳେ ଥି୍ଲେ ଜଣେ ସାଧାରଣ ଅପରିଚିତ ମଣିଷ କିନ୍ତୁ ଆଜି ସାରା ଓଡିଶାରେ୍ ତାଙ୍କୁ ନେଇ ଚର୍ଚ୍ଚା । ସେ ଏବେ ଏକ ପରିଚିତ ମୁହଁ । ବାଲେଶ୍ବର ଉପନିର୍ବାଚନରେ ସେ ସ୍ବାଧୀନ ପାର୍ଥୀ । ତେବେ ତାଙ୍କର ପ୍ରଚାର ପାଇଂ ବହୁ ବଡବଡ ଷ୍ଟାରମାନେ ଆଗେଇ ଆସିଥିଲେ । କିନ୍ତୁ ଏହାପରେ ରାନୀପଣ୍ଡା ଗୋଟିଏ ଭିଡିଓ ସେୟାର କରି କହିଥିଲେ କି ତାଙ୍କୁ ଗୋଟିଏ ସାଇକେଲ ଉପହାର ଦେବେ ଏବଂ ସେ ତାଙ୍କ ସହିତ ମିଶି ବିନା ମୂଲ୍ୟାରେ ମାଗଣାରେ ତାଙ୍କ ପାଇଁ ପ୍ରଚାର କରିବେ ।

ଏହାପରେ ରାନୀ ପଣ୍ଡା ତାଙ୍କର କଥା ରଖିଥିଲେ ଏବଂ ବେଣୁ ମଉସାଙ୍କର ପ୍ରଚାର କରିବା ପାଇଁ ବାଲେଶ୍ବର ଆସି କ୍ୟାମ୍ପନିଂ କରି ପ୍ରଚାର ଆରମ୍ଭ କରିଛନ୍ତି । ତେବେ ସବୁଠାରୁ ବଡ କଥା ହେଉଛି କି ଜଣେ ନାମୀ ଦାମୀ ତଥା ଷ୍ଟାର ହୋଇଥିଲେ ମଧ୍ୟ ସେ ଜଣେ ଗରିବ ଲୋକର ନିର୍ବାଚନ ପ୍ରଚାର କରିବା ପାଇଂ ଆଗକୁ ଆସିଛନ୍ତି । ଏହା ବର୍ତ୍ତମାନ ତାଙ୍କୁ ସବୁଆଡେ ଚର୍ଚ୍ଚାର କେନ୍ଦବିନ୍ଦୁ ପାଲଟି ଦେଇଛି ।

ତେବେ ବାଲେଶ୍ୱର ଉପ ନିର୍ବାଚନରେ ବିପକ୍ଷ ବିଜେଡି ବିଜେପିକୁ ରାଣୀ ପଣ୍ଡା ସ୍ୱାଧୀନ ପ୍ରାଥୀ ବେଣୁ ମଉସାଙ୍କୁ ସମର୍ଥନ ଦେଇ ପୁରା ଟକ୍କର ଦେଉଛନ୍ତି I ଜଣେ ଅଚିହ୍ନା ଲୋକ ହେଉଛନ୍ତି ବେଣୁଧର ବାରିକ ଯେ କି ଆଜି ସମସ୍ତଙ୍କର ଚିହ୍ନା ତଥା ପ୍ରିୟ ହୋଇପାରିଛନ୍ତି କେବଳ ରାଣି ପଣ୍ଡାଙ୍କ ପାଇଁ । ଜିତିବା ହାରିବା ତ ପର କଥା କିନ୍ତୁ ଗରିବ ବେଣୁ ମଉସାଙ୍କ ପାଇଁ ରାଣୀ ପଣ୍ଡା ଯେଉଁଭଳି ଭାବରେ ମାଗଣାରେ ପ୍ରଚାର କରି ଭୋଟ ମାଗୁଛନ୍ତି ସେଥିରେ ତାଙ୍କ ଲୋକପ୍ରିୟତା ବହୁତ ବଢିବାରେ ଲାଗିଛି ।


ବର୍ତ୍ତମାନ ସମୟରେ ଚର୍ଚ୍ଚା ହେଉଛି ଆଗାମୀ ଦିନରେ ରାଜନୀତିରେ ଏଣ୍ଟ୍ରି କରିବେ ରାଣୀ ପଣ୍ଡା I ଆଗକୁ ପିପିଲି ଉପନିର୍ବାଚନ ଆସୁଥିବା ବେଳେ ପିପିଲି ଉପନିର୍ବାଚନକୁ ନେଇ ମୁଁହ ଖୋଲିଛନ୍ତି ରାଣୀପଣ୍ଡା I ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଏକାଦଶାହରେ ରାଣୀ ଧଳା ଶାଢୀରେ ପିପିଲିରେ ପହଞ୍ଚି ଅସହାୟ ଲୋକଙ୍କୁ ବସ୍ତ୍ର ଏବଂ ଖାଇବାକୁ ଅବଢ଼ା ବାଣ୍ଟିଥିଲେ I

ଯାହାକୁ ନେଇ ଜୋରଦାର ଚର୍ଚା ହେଇଥିଲା କି ରାଣୀ ପଣ୍ଡା ରାଜନୀତିକୁ ଆସିବେ କିନ୍ତୁ ରାଣୀ ଏ ସଂପର୍କରେ ଏକ ଭି଼ଡିଓ ଶେୟାର କରି ଏହି କଥାକୁ ଖଣ୍ଡନ କରିଥିଲେ । ରାଣୀ କହିଥିଲେ ,ଦୟାକରି ରାଜନୀତି ସହିତ ମତେ ଯୋଡନ୍ତୁ ନାହିଁ ,ମୋର ସେଭଳି କୌଣସି ଉଦେଶ୍ୟ ନାହିଁ I ମୁଁ ମହାରଥୀଙ୍କୁ ନିଜ ଗୁରୁ ଭାବେ ମାନେ , କାହିଁକି ନାଁ ଯାତ୍ରାଜଗତକୁ ତାଙ୍କର ଅବଦାନ ଅତୁଳନୀୟ ସେଥିପାଇଁ ଏ କାର୍ଯ୍ୟକ୍ରମ କରିଥିଲି I

ପୁଣି ପିପିଲି ଉପନିର୍ବାଚନକୁ ନେଇ ମୁଁହ ଖୋଲିଛନ୍ତି ରାଣୀ ପଣ୍ଡା ,ଆଗକୁ ଉପ ନିର୍ବାଚନ ହେବାକୁ ଥିବାବେଳେ ମହାରଥୀଙ୍କ ପରିବାରରୁ ଯିଏ ବି ନିର୍ବାଚନ ଲଢ଼ିବେ ତାଙ୍କ ପାଇଁ ସେ ସ୍ୱଇଚ୍ଛାରେ ନିର୍ବାଚନ ପ୍ରଚାର କରିବେ I ତେବେ ସେ ମହାରଥୀଙ୍କର ସ୍ତ୍ରୀ ହୁଅନ୍ତୁ କିମ୍ବା ପୁଅ ବା ଝିଅ ସେ ତାଙ୍କ ପାଇଁ ପ୍ରଚାର କରିବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।