Odisha News Portal

ରାଜ୍ୟସରକାର ନେଲେ ନିଷ୍ପତି ! ଅଙ୍ଗନବାଡ଼ି କେନ୍ଦ୍ରରେ ପିଲାଙ୍କୁ ମିଳିବ ଚୂନା ମାଛ , ୩ ରୁ ୬ ବର୍ଷ ବୟସର ଶିଶୁ, ଗର୍ଭବତୀ, ପ୍ରସୂତୀ ମହିଳା ଙ୍କୁ ମିଳିବ ଏହି ଖାସ୍ ସୁବିଧା !

ଅଙ୍ଗନୱାଡି କେନ୍ଦ୍ର ପକ୍ଷରୁ ନୂଆ ଯୋଜନା ଜାରି ହୋଇଛି । ଏହି ଯୋଜନା ଅନୁଯାୟୀ ଅଙ୍ଗନୱାଡ଼ି କେନ୍ଦ୍ରରେ ପିଲା ମାନଙ୍କୁ ମିଳିବ ଚୂନା ମାଛ । ତେବେ 3 ରୁ 6 ବର୍ଷ ବୟସର ସମସ୍ତ ଶିଶୁ, ଗର୍ଭବତୀ, ପ୍ରସୂତୀ ମହିଳା ଏବଂ କିଶୋରୀଙ୍କୁ ଏଣିକି ଚୂନା ମାଛ ମିଳିବ । ତେବେ ପାଇଲଟ୍ ପ୍ରକଳ୍ପ ରେ ମୟୂରଭଞ୍ଜ ଜିଲ୍ଲା ରେ ଏହି ଯୋଜନା ଆରମ୍ଭ କରା ଯିବ । ଏହି ଯୋଜନା ଅନୁସାରେ 50 ଟି ଅଙ୍ଗନୱାଡ଼ି କେନ୍ଦ୍ର ର ପିଲା ମାନଙ୍କୁ ଚୂନା ମାଛ ଦିଆ ଯିବ । ତେବେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଗତ କାଲି ଏନେଇ ଏକ ଭର୍ଚୁଆଲ ବୈଠକ ବସି ଥିଲା ।

ତେବେ ରାଜ୍ୟ ମହିଳା ଏବଂ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି, ମତ୍ସ୍ୟ ଉତ୍ପାଦାନ, ୱାର୍ଲଡ୍‌ ଫିସ୍ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଛି । ଏଥି ପାଇଁ ଗ୍ରାମ ପଞ୍ଚାୟତ ପୋଖରୀ ରେ ମାଛ ଚାଷ କରୁ ଥିବା ମିଶନ ଶକ୍ତି ଏନେଇ ମହିଳା ସ୍ୱୟଂ ସୟାୟକ ଗୋଷ୍ଠୀଙ୍କୁ ପ୍ରଶିକ୍ଷଣ ଦେବେ । କାହିଁକି ନାଁ ପୃଷ୍ଟି ସାଧନ କ୍ଷେତ୍ରରେ ଏହା ବେଶ ଉପାଦେୟ ତଥା ଉପଯୋଗୀ ହେବା ନେଇ ଏହି ଯୋଜନା ପ୍ରସ୍ତୁତ କରା ଯାଇଛି ।

ତେବେ ବର୍ତ୍ତମାନ ସାରା ଦେଶରେ ମହାମାରୀ କରୋନା ତାର କାୟା ବିସ୍ତାର କରି ରହିଛି । ତାହାକୁ ଆୟତ କରିବା ପାଇଁ କୌଣସି ପ୍ରକାର ସମ୍ଭବ ହୋଇ ପାରୁ ନାହିଁ କିନ୍ତୁ ଆମ ଦେଶର ତଥା ସାରା ବିଶ୍ବର ବୈଜ୍ଞାନିକ ମାନେ ଦିନ ରାତି ଏକ ପରି କଠିନ ପରିଶ୍ରମ କରି ଏହାର ପ୍ରତିଶେଧକ ଟୀକା ବା କୋଭେକ୍ସିନ୍ ବାହାର କରିବାରେ ଲାଗି ପଡିଛନ୍ତି । ଏହିୁ କାରଣରୁ ସରକାର ମଧ୍ୟ ବିଭିନ୍ନ ସତର୍କ ମୂଳକ ଗାଇଡ ଲାଇନ୍ ସବୁ ଜାରି କରୁଛନ୍ତି ।

ଏହି କାରଣରୁ ସାରା ଦେଶରେ ଲକଡାଉନ୍ ଘୋଷଣା କରିଥିଲେ ସରକାର । ଯାହା ଫଳରେ ଦେଶରେ ସବୁ ବନ୍ଦ ରହିଥିଲା । କିନ୍ତୁ ପରିସ୍ଥିତି ଆହୁରି ଅଧିକ ବିଗିଢି ଯିବାରୁ ଏବଂ ଦେଶର ଆର୍ଥିକ ସ୍ଥିତି ଖରାପ ହେବାରୁ , ତା ସହିତ ଲୋକ ମାନଙ୍କର ମଧ୍ୟ ଜୀବିକାରେ ବାଧା ସୃଷ୍ଟି ହେଲା ଏବଂ ସେମାନେ ବହୁତ ଆର୍ଥିକ ସମସ୍ୟା ଦେଇ ଗତି କରିବାରୁ ପୁଣି ସରକାର ଆରମ୍ଭ କରିଲେ ଅନଲକ୍ ପ୍ରକ୍ରିୟା ।

A bounty of fresh caught fish out for sale at Istanbul Spice bazaar in Turkey.

 

ଏହି ଅନଲକ୍ ପ୍ରକ୍ରିୟାରେ ଧିରେ ଧିରେ ସବୁକିଛି ପୁଣି ଖୋଲିବାରେ ଲାଗିଛନ୍ତି ସରକାର । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ସ୍କୁଲ , କଲେଜ ଏବ ସମସ୍ତ ପ୍ରକାର ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବା ବେଳେ ତାହା ବିଦ୍ୟାର୍ଥୀ ମାନଙ୍କ ଉପରେ ବହୁତ କୁପ୍ରଭାବ ପକାଉଛି । ତେବେ ଯାହା ସୂଚନା ରହିଛି ନଭେମ୍ବର ମାସରେ ହିଁ ଏହି ସବୁ ରାଜ୍ୟ ସ୍ତରରେ ଖୋଲିବା ନେଇ ସରକାର ନିଷ୍ପତି ନେଇଛନ୍ତି ।