Odisha News Portal

ଦେଖନ୍ତୁ ଭିଡ଼ିଓ – ଫଟା ଜିନ୍ସ ବିବାଦକୁ ନେଇ ଓଡ଼ିଆ actress ପ୍ରକୃତି ମିଶ୍ର କହିଲେ, ଆମେ ଫଟା ଜିନ୍ସ ପିନ୍ଧିବୁ, ଯେତିକି ଫାଟିଛି ତାକୁ ବ୍ଲେଡରେ ଆହୁରି….ଏଥିରେ ଆପଣଙ୍କ ମତାମତ ଜଣାନ୍ତୁ

ସୋସିଆଲ ମିଡିଆରେ ଏବେ ତେଜିବାରେ ଲାଗିଛି ଫଟା ଜିନ୍ସ ବିବାଦ। ଉତ୍ତରାଖଣ୍ଡର ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ ଙ୍କ ଏକ ବୟାନ କୁ ନେଇ ଏବେ ଚର୍ଚ୍ଚା ଜୋର ଧରିବାରେ ଲାଗିଛି। ସୋସିଆଲ ମିଡିଆରେ ଅନେକ ଲୋକ ଏହାକୁ ନେଇ ପ୍ରତିକ୍ରିୟା ଶିଳ ହୋଇ ଉଠିଛନ୍ତି ଏବଂ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଅଭିନେତା ଅଭିନେତ୍ରୀ ଏବଂ ସାଧାରଣ ଲୋକେ ମୁଖ୍ୟମନ୍ତ୍ରୀ ଙ୍କର ଏହି ବୟାନ ରେ ସେମାନଙ୍କର ପ୍ରତିକ୍ରିୟା ରଖିବା ସହିତ ନିନ୍ଦା କରିଛନ୍ତି ।

ଏଭଳି ବୟାନ ମୁଖ୍ୟମନ୍ତ୍ରୀ ଙ୍କ ପାଖରୁ ଆଶା କରାଯାଏ ନାହିଁ ଏବଂ ଏହା ଆଦୌ ଶୋଭାନୀୟ ନୁହେଁ ବୋଲି କହିଛନ୍ତି। ତେବେ ମୁଖ୍ୟମନ୍ତ୍ରୀ ତୀରଥ ସିଂ ରାଓ୍ଵତ ତାଙ୍କର ଏକ ବୟାନରେ ଝିଅ ମାନଙ୍କର ଫଟା ଜିନ୍ସ କୁ ନେଇ ଏକ ମନ୍ତବ୍ୟ ଦେଇଥିଲେ।

ଏହା ଝିଅ ମାନଙ୍କର ସଂସ୍କୃତିର ବିରୋଧାଭାସ ବୋଲି କହିଥିଲେ ଏବଂ ଝିଅ ମାନେ ଏଭଳି ପୋଷାକ ପରିଧାନ କରିବା ଗ୍ରହଣୀୟ ଏବଂ ଶୋଭାନିୟ ନୁହେଁ ବୋଲି କହିଥିଲେ। ଆଉ ତାଙ୍କର ଏହି ବୟାନ ପରେ ଦେଖିବାକୁ ମିଳିଥିଲା ସୋସିଆଲ ମିଡିଆରେ ଅନେକ ବୟାନ ବାଜି। ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ମନ୍ତବ୍ୟକୁ ଅନେକ ସମାଲୋଚନା କରିବାକୁ ଲାଗିଲେ। ସେହିପରି ଏବେ ଓଡ଼ିଶାର ଜଣେ ଜଣାଶୁଣା ଅଭିନେତ୍ରୀ ପ୍ରକୃତି ମିଶ୍ର ଏହି ଫଟା ଜିନ୍ସ ବିବାଦ ରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଗଣମାଧ୍ୟମ ସମ୍ମୁଖରେ। ସେ ମଧ୍ୟ ଏହା ବିପକ୍ଷରେ ଯାଇଛନ୍ତି ଏବଂ ସରକାରଙ୍କୁ ସମାଲୋଚନା କରିଛନ୍ତି ଏଭଳି ମନ୍ତବ୍ୟ ପାଇଁ।

ସେ କହିଛନ୍ତି, ମୋ ମତରେ ପୁଅ ମାନଙ୍କୁ ମଧ୍ୟ ହାପ୍ ପ୍ୟାଣ୍ଟ୍ ପିନ୍ଧିବା ବନ୍ଦ କରିଦେବା କଥା।ଏହା ଏକ ନିଚ ମାନସିକତା ଯେ ଝିଅ ମାନେ ଏହା ପିନ୍ଧି ପାରିବେ ନାହିଁ। ଏତେ ବଡ଼ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇ ଏଭଳି ନୀଚ ବୟାନ ଦେବା ବାସ୍ତବରେ ଦୁଃଖର ବିଷୟ ଅଟେ।ମୁଁ କେବଳ ଏତିକି ପ୍ରାର୍ଥନା କରୁଛି ତାଙ୍କୁ ଭଗଵାନ ସଦବୁଦ୍ଧି ଦିଅନ୍ତୁ।

ମୋତେ କପଡା ସାଙ୍ଗରେ ପ୍ରବ୍ଲେମ୍ ରହିଛି। ମୋର ଯେମିତି ଇଚ୍ଛା ମୁଁ ସେମିତି ପିନ୍ଧେ।କାରଣ ମୁଁ ଛୋଟ ବେଳୁ ସେହିଭଳି ମାହଲ ରେ ବଢ଼ିଛି ଯେଉଁଠି ମୋତେ ପୁଅ ଝିଅ ଭିତରେ ପାତର ଅନ୍ତର କରା ଯାଇ ନାହିଁ। ଆଉ ଯେଉଁଠି ମୋର ଭାଇ ହାଫ୍ ପ୍ୟାଣ୍ଟ ପିନ୍ଧିଛି ସେଠାରେ ମୋତେ ମଧ୍ୟ ହାଫ୍ ପ୍ୟାଣ୍ଟ ପିନ୍ଧିବାକୁ ଉତ୍ସାହିତ କରା ଯାଇଛି।

ତାଙ୍କ ମତରେ ସେ କହୁଛନ୍ତି କି “ମୁଁ ତ କହୁଛି ଯେତିକି ଫାଟିଛି ସେଠାରେ ବ୍ଲେଡ ଆଣି ଆହୁରି ଅଧିକା ଚିରି ଦିଅ ଏବଂ ଯେମିତି ଇଚ୍ଛା ହେଉଛି ସେମିତି ପିନ୍ଧ। କିନ୍ତୁ କୌଣସି କ୍ରିମିନାଲ ଭଳି କରନାହିଁ। ଫଟା ଜିନ୍ସ ପିନ୍ଧିବା ଏକ କ୍ରିମିନାଲ ନୁହେଁ। ଯାହାର ଯେମିତି ପସନ୍ଦ ସେ ସେମିତି ପିନ୍ଧି ପାରିବ। ନିଜ ଇଚ୍ଛାରେ କପଡା ପିନ୍ଧ ଏବଂ ନିଜ କୁ ଖୁସିରେ ରଖ ଏବଂ ଜୀବନକୁ ଖୁସିରେ ଅତିବାହିତ କର।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।