Odisha News Portal

ଦେଖନ୍ତୁ Viral ଭିଡ଼ିଓ : ଫାଇନାନ୍ସ ପଇସା ମାଗିବାରୁ ଭୋଗିଲେ ଏମିତି ଦୁର୍ଦ୍ଦଶା, ସ୍ୱାମୀ ସ୍ତ୍ରୀ ଚପଲ ରେ ସେକିଲେ ଆଉ ତା’ ପରେ….

ଆମ ସମାଜରେ ଦିନକୁ ଦିନ ଏମିତି କିଛି ଲଜ୍ୟାକର ଘଟଣା ମାନ ଘଟିବା ରେ ଲାଗିଛି ଯାହାକୁ ଭାଷାରେ ବର୍ଣ୍ଣନା କରିବା ସମ୍ଭବପର ନୁହଁ। ଆଜିର ସମାଜରେ କୁତ୍ସିତ କଦାକାର ମାନସିକତା କୁ ନେଇ ଅନେକ ନିନ୍ଦନୀୟ ଘଟନା ମାନ ମଧ୍ୟ ଘଟିବାର ଦେଖିବାକୁ ମିଳୁଛି।ତେବେ କେତେବେଳେ ନିଜର ସମୂହ ସ୍ବାର୍ଥ କୁ ପୂରଣ କରିବାକୁ ଯାଇ ମଣିଷ ମାନବିକତା ଭୁଲି ଅନ୍ୟକୁ ଅତ୍ୟାଚାର କରୁଛି ତ ପୁଣି କେତେବେଳେ ନିଜର ସ୍ବାର୍ଥ ଏବଂ କାମନା ର ଅଭିଳାଷ କୁ ପୂରଣ କରିବା କୁ ଯାଇ ଅନେକ କରୁଛନ୍ତି ଅକଥନୀୟ ଅତ୍ୟାଚାର।ତେବେ ମଣିଷ ର ଏଭଳି ପ୍ରକୃତି ବାସ୍ତବରେ ଭୟଭୀତ କଲାଭଳି ଲାଗୁଛି କିନ୍ତୁ ଏହା ମଣିଷର ମାନବିକତା ଏବଂ ବ୍ୟବହାର ଉପରେ ନିଶ୍ଚିତ ଭାବରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।

ତେବେ ବେଳେବେଳେ ଆମେ ଆପଣଙ୍କୁ କିଛି ଏମିତି ଘଟଣା ସମ୍ପର୍କରେ ଅବଗତ କରାଇ ଥାଉ ଯାହା ସାଧାରଣରେ ଆଶ୍ଚର୍ଯ୍ୟର ବିଷୟ। ସହଜରେ ସେହିସବୁ ଘଟଣାକୁ ବିଶ୍ୱାସ କରିହୁଏ ନାହିଁ। ଲୋକେ ବଞ୍ଚିବା ପାଇଁ ନିଜର ଜୀବନକୁ ଅତିବାହିତ କରିବା ପାଇଁ ଅନେକ ପ୍ରକାର ରାସ୍ତା ଆପଣେଇ ଥାଆନ୍ତି। ଆଉ ଏହାକୁ ନେଇ ଦିନକୁ ଦିନ ଯେଉଁ ଭଳି ଭାବରେ ଲଜ୍ୟାକର ଏବଂ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ଭବିଷ୍ୟତ ର ଯୁବପିଢି ମାନେ ଭୁଲ୍ ମାର୍ଗରେ କିପରି ପରିଚାଳିତ ହେଉଛନ୍ତି ତାହା କିଛି ଘଟଣାରୁ ସ୍ପଷ୍ଟ ହୋଇ ଯାଉଛି। ହତ୍ୟା, ଲୁଟ୍, ବଳାତ୍କାର, ଅପବ୍ୟବହାର ଭଳି ନିନ୍ଦନୀୟ ଘଟଣା ବଢ଼ିବାରେ ଲାଗିଛି।

ଆଜିକାଲି ଦୁନିଆରେ ନିନ୍ଦନୀୟ ଏବଂ ଲଜ୍ୟା ଜନକ ଘଟଣା ମାନର ଭିଡିଓ ଅଧିକ ମାତ୍ରାରେ ସୋସିଆଲ ମିଡିଆରେ ଭାଇରାଲ ହେବାର ଦେଖିବାକୁ ମିଳୁଛି। ପୁଣି ସାମ୍ନାକୁ ଆସିଛି ସେହିଭଳି ଏକ ଭିଡିଓ।ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ଘରକୁ ଫାଇନାନ୍ସ ମାଗିବାକୁ ଆସିଥିବା ଯୁବକଙ୍କୁ ସ୍ୱାମୀ ସ୍ତ୍ରୀ ଙ୍କ ମାଡ଼।ତେବେ ଏହିଭଳି ଘଟଣା ଘଟିଛି ନିଆଳିରେ। ଏଠାରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଦୃଶ୍ୟ ଯେଉଁଥିରେ ମହିଳା ଜଣକ ଏକ ରେଞ୍ଚି ସାହାଯ୍ୟରେ ଉକ୍ତ ଯୁବକଙ୍କୁ ଲହୁଲୁହାଣ କରୁଛନ୍ତି।

ପୁଣି ପରେ ମହିଳା ଜଣଙ୍କ ଯୁବକଙ୍କୁ ବାଉଁଶ ଠେଙ୍ଗା ରେ ବାଡାଉ ଥିବା ମଧ୍ୟ ଦେଖିବାକୁ ମିଳିଛି। ତେବେ ସ୍ବାମୀ ସ୍ତ୍ରୀ ଙ୍କ ଯୁବକଙ୍କୁ ମାଡ଼ ମାରୁଥିବାର ପୂରା ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ଯୁବକ ଜଣଙ୍କ ନିଜକୁ ରକ୍ଷା କରିବାକୁ ଚାହୁଁଥିବା ବେଳେ ମହିଳା ଜଣଙ୍କ ତାଙ୍କୁ ବାଡେଇ ଚାଲିଛନ୍ତି। ତେବେ ଘଟଣା ଯାହାବି ହେଉ ସେଠାରେ ନିକଟରେ ଉପସ୍ଥିତ ଜନତା ମଧ୍ୟ ଏହାକୁ ନୀରବଦ୍ରଷ୍ଟା ସାଜି ଦେଖିବାରେ ଲାଗିଛନ୍ତି। ଭିଡିଓ ସାମ୍ନାକୁ ଆସିବା ପରେ ଏହାକୁ ନେଇ ଲୋକେ ସମାଲୋଚନା କରିବାରେ ଲାଗିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।