ପେଟର ଚର୍ବିକୁ ( Belly fat ) କମ କରନ୍ତୁ ସ୍ଲିମ ଓ ଟ୍ରିମ ରୁହନ୍ତୁ – Health Tips

ବନ୍ଧୁଗଣ ବର୍ତମାନ ଅଧିକାଂଶ ଲୋକମାନଙ୍କ ଠାରେ ମୋଟାପଣ ଜନିତ ସମସ୍ୟା ଦେଖାଦେଉଛି, ଏହି ମୋଟାପଣ ଆମ ସ୍ୱାସ୍ଥ୍ୟ ଉପରେ ଗମ୍ଭୀର ପ୍ରଭାବ ପକାଇଥାଏ |ଏଥିପାଇଁ ଆମ ଶରୀରରେ ଡାଇବେଟିସ, ବ୍ଲଡ଼ ପ୍ରେସର ଓ କ୍ୟାନ୍ସର ଭଳି ଅନେକ ରୋଗ ଦେଖିବାକୁ ମିଳିଥାଏ |ଏହି ମୋଟପଣକୁ କମାଇବା ପାଇଁ ଲୋକମାନେ ବହୁତ ଚେଷ୍ଟା କରିଥାନ୍ତି ମାତ୍ର ତାହା ଫଳପ୍ରଦ ହୋଇନଥାଏ |

ମୁଁ ଆଜି ଆପଣକୁ ଏହି ମୋଟାପଣ କମାଇବା ପାଇଁ ଏକ ପ୍ରାକୃତିକ ଘରୋଇ ଉପଚାର ବିଷୟରେ କହିବି, ଯାହାର ବ୍ୟବହାର ଦ୍ଵାରା ଆପଣଙ୍କ ମୋଟାପଣ ସମ୍ପୂର୍ଣ କମିଯିବ ଏବଂ ଆପଣ ସ୍ଲିମ ହୋଇଯିବେ |ତେବେ ଆସନ୍ତୁ ଜାଣିବା ଏହି ହୋମ ରିମିଡି କଣ ଏହାର ପ୍ରସ୍ତୁତି ଓ ବ୍ୟବହାର ବିଷୟରେ |
ଆବଶ୍ୟକ ସାମଗ୍ରୀ :-ଲବଙ୍ଗ, ଡାଲଚିନି, ଜିରା
ପ୍ରସ୍ତୁତି :-ପ୍ରଥମେ ଆପଣ ଲବଙ୍ଗ, ଡାଲଚିନି ଏବଂ ଜିରାକୁ ସମ ପରିମାଣରେ ନିଅନ୍ତୁ |ଆପଣ ସବୁଥିରୁ ପଚିଶ ଗ୍ରାମ ଲେଖାଏଁ ନିଅନ୍ତୁ ଏବଂ ଏହି ସମସ୍ତ ସାମଗ୍ରୀକୁ ଭଲରେ ଗ୍ରାଇଣ୍ଡିଙ୍ଗ କରିନିଅନ୍ତୁ |ଆପଣ ଚାହିଁଲେ ସବୁଥିରୁ ଅଧିକ ମାତ୍ରାରେ ନେଇପାରିବେ କିନ୍ତୁ ମନେ ରଖିବେ ସବୁ ସାମଗ୍ରୀ ସମ ପରିମାଣରେ ରହିବ |ଏହି ସମସ୍ତ ସାମଗ୍ରୀର ଆପଣ ଏକ ଫାଇନ ପାଉଡର ପ୍ରସ୍ତୁତ କରି ତାହାକୁ ଏକ ଏଆର ଟାଇଟ ଯାରରେ ରଖି ନିଅନ୍ତୁ |ଏହି ଗୁଣ୍ଡରୁ ଆପଣ ଏକ ଚାମୋଚ ନେଇ ଏକ ଗ୍ଲାସ ପାଣିରେ ମିଶାଇ ଏହାକୁ ବଏଲ କରନ୍ତୁ, ଏହାକୁ ଆପଣ ପାଞ୍ଚ ରୁ ସାତ ମିନିଟ ପ୍ରଯ୍ୟନ୍ତ ବଏଲ କରନ୍ତୁ ଯେପରି ଏହା 1/3 ହୋଇଯିବ |ଏହାକୁ ଏକ କପକୁ ବାହାର କରିନିଅନ୍ତୁ, ଏହି ଡ୍ରିଙ୍କ ହାଲକା ଉଷମ ଥିବା ସମୟରେ ଏଥିରେ ଏକ ଚାମୋଚ ମହୁ ମିଶାନ୍ତୁ |ଯଦି ଆପଣଙ୍କର ଡାଇବେଟିସ ଥାଏ ତେବେ ଆପଣ ସୁଗାର ଫ୍ରି ମହୁ ମିଶାନ୍ତୁ ଏହା ଆପଣଙ୍କ ଶରୀର ପାଇଁ ଉପକାରୀ ଅଟେ |
ବ୍ୟବହାର :-ଆପଣ ଏହି ଡ୍ରିଙ୍କ ପ୍ରତିଦିନ ସକାଳ ପ୍ରସ୍ତୁତ କରନ୍ତୁ ଏବଂ ଏହାକୁ ବ୍ରେକ ଫାଷ୍ଟ ପୂର୍ବରୁ ଚାହା ପିଇବା ସମୟରେ ପିଅନ୍ତୁ |ଏହି ଡ୍ରିଙ୍କ ଆପଣଙ୍କ ଶରୀର ପାଇଁ ବହୁତ ଉପକାରୀ ଅଟେ,ତେଣୁ ଆପଣ ଏହି ଡ୍ରିଙ୍କ ରେଗୁରାଲ ଭାବରେ ପିଅନ୍ତୁ |ଏହାକୁ ଆପଣ ଚଉଦ ଦିନ ଲଗାତାର ଭାବରେ ପିଇଲେ ତାହାର ଉପକାରିତା ଆପଣକୁ ଜଣା ପଡ଼ିଯାଏ |ଆପଣଙ୍କର ଓଜନ ଧୀରେ ଧୀରେ କମିବାକୁ ଲାଗିବା ସହିତ ଆପଣ ସ୍ଲିମ ମଧ୍ୟ ହୋଇଯିବେ |ଆପଣ ଏହି ଡ୍ରିଙ୍କ ଅତି କମରେ ତିନିମାସ ଯାଏ ପିଅନ୍ତୁ |
ଏହା ସହିତ ଆପଣ ଅଳ୍ପ ବହୁତ ଏକ୍ସସାରସାଇଜ କରନ୍ତୁ ଏବଂ ଆପଣ ଓଏଲ ଜାତୀୟ ଖାଦ୍ୟ, ଅଧିକ ମିଠା ଏବଂ କାର୍ବୋହାଇଡ୍ରେଡ଼ ଖାଦ୍ୟ ଖାଇବା ମଧ୍ୟ କମ କରନ୍ତୁ |ଏହା ଦ୍ଵାରା ଆପଣଙ୍କ ଏହି ମୋଟା ଜନିତ ସମସ୍ୟା କମିଯିବ |

Leave a Comment