ତେବେ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ କି ଆଜି କାଲି ଲୋକ ମାନେ ନିଜ ନିଜର କାମ ରେ ସବୁବେଳେ ବ୍ୟସ୍ତ ରହିଥାନ୍ତି | ଆଉ ଏହି ବ୍ୟସ୍ତ ବହୁଳତା ଜୀବନ ଭିତରେ ନିଜର କେୟାର ନେବା ପାଇଁ ମଧ୍ୟ ଅନେକ ସମୟରେ ଆମ ପାଖରେ ସମୟ ନ ଥାଏ | ତେବେ କୁହାଯାଏ କି ଏହି କାଲି ପୁରୁଷ ହୁଅନ୍ତୁ ବା ମହିଳା କମ ବୟସ ହେଉ କି ଅଧିକ ସମସ୍ତଙ୍କ ପାଖରେ ମୋଟା ପଣ ବା ମେଦ ବହୁଳତା ଭଳି କିଛି ସମସ୍ୟା ମାନ ସବୁବେଳେ ଲାଗି ରହିଥାଏ | ତେବେ ଏହି ମେଦ ବହୁଳତା ଯୋଗୁ ଅନେକ ସମୟରେ ଆମକୁ ଅନେକ ଅସୁବିଧାର ମଧ୍ୟ ଶିକାର ହେବାକୁ ପଡିଥାଏ ବୋଲି କୁହାଯାଉଛି | ତେବେ ଆଜି ଆମେ ମାନେ ସେହି ମେଦ ବହୁଳତାକୁ କମ କରିବାର ଉପାୟ ବିଷୟରେ ଜାଣିବା , ଆଉ ଏକ ସହାନୁଭୂତି ଘରେଇ ଉପଚାର କୁ ବ୍ୟବହାର କରିବା ଯାହା ସାହାଯ୍ୟ ରେ ମେଦ ବହୁଳତା ଭଳି ସମସ୍ୟା ରୁ ସବୁଦିନ ପାଇଁ ମୁକ୍ତି ପାଇପାରିବା | ଆସନ୍ତୁ ତାହେଲେ ସେହି ଘରେଇ ଉପଚାର ବିଷୟରେ ଜାଣିବା |
ତେବେ କୁହାଯାଏ କି ବ୍ୟୟାମ, ଏକସେସାଇଜ, ଆଉ ଡ଼ାଇଟିଂ ଦ୍ୱାରା ଆମର ମେଦ କମିଥାଏ | କିନ୍ତୁ ବେଳେ ବେଳେ ଅଧିକ ଫାଷ୍ଟ ଫୁଡ ସହିତ ସବୁବେଳେ ବସିକି କାମ କରିବା ଯୋଗୁ ମଧ୍ୟ ଆମର ଏହିଭଳି କିଛି ସମସ୍ୟା ମାନ ଦେଖିବାକୁ ମିଳିଥାଏ | ଆଉ ତାହା ଛଡା ପ୍ରେଗ୍ନେସି ପରେ ମଧ୍ୟ ଅନେକ ସମୟରେ ମହିଳା ମାନଙ୍କ ପାଖରେ ମେଦ ସମସ୍ୟା ଦେଖାଯାଏ | ତାହେଲେ ଏକ ସହଜ ଘରେଇ ଉପଚାର ପ୍ରସ୍ତୁତ ବିଷୟରେ ଆସନ୍ତୁ ଜାଣିବା |
ଆବଶ୍ୟକ ଉପକରଣ :-ଧଣିଆ
ପ୍ରସ୍ତୁତି ପ୍ରଣାଳୀ :-ଏହି ସହଜ ଘରେଇ ଉପଚାର କୁ ପ୍ରସ୍ତୁତ କରିବା ପାଇଁ ହେଲେ ଆମକୁ ପ୍ରଥମେ ଆବଶ୍ୟକ ପଡିବ ତାହା ହେଉଛି ଧଣିଆ | ତେବେ ଧଣିଆ ହେଉଛି ଗୋଟିଏ ଏମିତି ଜିନିଷ ଯାହା ଆମ ପେଟ ରେ ବଢୁଥିବା ମେଦ କୁ କମେଇବା ସହିତ ଏହା ଆମର ପେଟରେ ଗ୍ୟାସ ଓ ଏସିଡିଟି ଭଳି ସମସ୍ୟା ରୁ ମଧ୍ୟ ମୁକ୍ତ ରଖିଥାଏ | ତେବେ ଧଣିଆ ରୁ ପ୍ରସ୍ତୁତ ଘରେଇ ଉପଚାର କୁ ବନେଇବା ପାଇଁ ଗୋଟିଏ ଚାମଚ ଧଣିଆ ନେଇକି ତାହାକୁ ରାତି ସାରା ପାଣି ରେ ଭିଜେଇ ଦେବେ ଆଉ ସକାଳେ ସେହି ପାଣି କୁ ପିଇ ପାରିବେ | ତାହା ବ୍ୟତୀତ ଆପଣ ମାନେ ଧଣିଆ ଗୁଣ୍ଡ ଗୋଟିଏ ଚାମଚ ଖାଇ ସକାଳେ ଖାଲି ପେଟରେ ପାଣି ପିଇ ପାରିବେ | ତାହା ନ ହେଲେ 2 ଚାମଚ ମଧ୍ୟ ଖାଇ ପାଣି ପିଇ ପାରିବେ |
ବ୍ୟବହାର :-
ଏହି ଏହି ଉପାୟ ଟିକୁ ଆପଣ ଙ୍କୁ ପ୍ରତେକ ଦିନ ସକାଳେ ଖାଲି ପେଟରେ କରି ପାରିବେ | ଆଉ ତାହା ବ୍ୟତୀତ ଆପଣ ମାନେ ଅଧିକ ମେଦ ବହୁଳତା ଜନିତ ସମସ୍ୟା ଥିଲେ 2 ଥର ଦିନରେ ଖାଇ ପାରିବେ ବୋଲି କୁହାଯାଉଛି |ତେବେ ଏହା ଥିଲା ମେଦ ବହୁଳତାରୁ ମୁକ୍ତି ପାଇବାର ସହଜ ଘରେଇ ଉପଚାର |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।