ପେଟ ଯନ୍ତ୍ରଣା – କିପରି ରୋକିବେ? ଜାଣନ୍ତୁ ଏହାର ଚିକିତ୍ସା-Dr. Niramal

ବନ୍ଧୁଗଣ ବର୍ତମାନ ଅଧିକାଂଶ ବ୍ୟକ୍ତି ପେଟ ଯନ୍ତ୍ରଣା ଜନିତ ରୋଗରେ ଅଧିକ ପୀଡିତ ହେଉଛନ୍ତି, ପେଟରେ ଯନ୍ତ୍ରଣା ହେଲେ ବ୍ୟକ୍ତି ସବୁବେଳେ ବିରକ୍ତ ହେବା ସହିତ ଖିଆପିଆ ଭଲରେ କରିପାରେ ନାହିଁ |ଏଥିପାଇଁ ବ୍ୟକ୍ତି ସର୍ବଦା ଚିନ୍ତାରେ ରହିଥାଏ, ପେଟ ଯନ୍ତ୍ରଣା ଜନିତ ସମସ୍ୟା ବିଭିନ୍ନ କାରଣରୁ ହୋଇଥାଏ |ପେଟରେ ଯେକୌଣସି ଓରଗନର କୌଣସି ଅସୁବିଧା ଥିଲେ ଏହି ସମସ୍ୟା ଦେଖା ଯାଇଥାଏ, ମୁଁ ଆଜି ଆପଣଙ୍କୁ ଏହି ପେଟ ଯନ୍ତ୍ରଣା ହେବାର ପ୍ରକୃତ କାରଣ, ଏହାର ଲକ୍ଷଣ ଓ ଚିକିତ୍ସା ବିଷୟରେ ସମ୍ପୂର୍ଣ କଥା କହିବି |ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣାର ସମ୍ପୂର୍ଣ କଥା ବିଷୟରେ ଜାଣିବା |

କାରଣ :-ଯାଦି ଆପଣଙ୍କ ପେଟ ଯେକୌଣସି ଓରଗାନରେ କୌଣସି ପ୍ରୋବ୍ଲେମ ହୋଇଥାଏ ତେବେ ସେହି କ୍ଷେତ୍ରରେ ପେଟ ଯନ୍ତ୍ରଣା ଅଧିକ ଦେଖିବାକୁ ମିଳିଥାଏ |ବେଳେ ବେଳେ ପେଟ ଯନ୍ତ୍ରଣା ଗ୍ୟାଷ୍ଟିକ କାରଣରୁ ମଧ୍ୟ ହୋଇଥିବାରୁ ଦେଖିବାକୁ ମିଳିଥାଏ, ଏହା ସହିତ ଯଦି ଆପଣଙ୍କ ତାଳି ପେଟରେ ପେନ ହୋଇଥାଏ ତେବେ କୌଣସି ଗାନିଂ ପ୍ରୋବ୍ଲେମ କିମ୍ବା ଅପେଣ୍ଡିକ୍ସ ପ୍ରୋବ୍ଲେମ କାରଣରୁ ହୋଇଥାଏ |ଏହା ସହିତ ଗଲବ୍ଲାଡାର କିମ୍ବା ଷ୍ଟୋମକ ଆଦିରେ ଅଲସର କାରଣରୁ ମଧ୍ୟ ପେଟ ଯନ୍ତ୍ରଣା ପରି ସମସ୍ୟା ଦେଖିବାକୁ ମିଳିଥାଏ |ଏହିପରି ଅନେକ ସମସ୍ୟା ପେଟରେ ଦେଖିବାକୁ ମିଳିଥାଏ |

ଲକ୍ଷଣ :-ପ୍ରଥମେ ରୋଗଟି କେତେ ଦିନରେ ତାହା ବିଷୟରେ ସମ୍ପୂର୍ଣ କଥା ଜାଣିବା ଆବଶ୍ୟକ, ପେଟ ଯନ୍ତ୍ରଣା ସବୁଦିନ ହେଉଛି ନା ବେଳେ ବେଳେ ହେଉଛି, ଏହା ସହିତ ପେଟ ଯନ୍ତ୍ରଣା ହଠାତ ବାହାରିଲା କି ଏହା ଆଗରୁ ଯେପରି ହେଉଥିଲା ସେହିପରି ହେବାର ଦେଖିବାକୁ ମିଳିଛି |ଏହି ପରି ଅନେକ ଲକ୍ଷଣ ବିଷୟରେ ବୁଝିବା ଆବଶ୍ୟକ, ପ୍ରୋପର ଲକ୍ଷଣ ନଜାଣିଲେ ରୋଗର ପ୍ରକୃତ ଚିକିତ୍ସା କରାଯାଇ ପାରେ ନାହିଁ |ପେଟରେ କେଉଁ ଜାଗାରେ ପେନ ହେଉଛି ଏହି ପେନ ରହି ରହି ହେଉଛି କି ଲଗାତାର ଭାବରେ ହେଉଛି |ଏହିପରି ଅନେକ ଯନ୍ତ୍ରଣା ଆପଣ ଦେଖିବାକୁ ପାଉଥିବେ ଏହା ସହିତ ଖାଦ୍ୟ ଖାଇଲେ ଏହି ପେନ ହେଉଛି କିମ୍ବା ଅଲଗା ସମୟରେ ହେଉଛି, ଏହା ସହିତ ରୋଗୀର ଫିଜିକାଲ ଟେଷ୍ଟ କରି ମଧ୍ୟ ଏହାର ପ୍ରକୃତ ଲକ୍ଷଣ ବିଷୟରେ ଅବଗତ ହେବା ନିହାତି ଆବଶ୍ୟକ |

ଚିକିତ୍ସା :-ଯଦି ଆପଣଙ୍କ ପେଟ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ଆପଣ ଭଲ ଡାକ୍ତର ଦେଖି ତାହାର ଚିକିତ୍ସା କରିବା ନିହାତି ଆବଶ୍ୟକ, ଏହା ସହିତ ଡାକ୍ତର ପରାମର୍ଶ ଅନୁଯାଇ ବିଭିନ୍ନ ପ୍ରକାର ଟେଷ୍ଟ ମଧ୍ୟ କରାଇବା ନିହାତି ଆବଶ୍ୟକ |ଯଦି ଆବଶ୍ୟକ ପଡେ ତେବେ ସେ ଅଲଟ୍ରାସାଉଣ୍ଡ ମଧ୍ୟ କରିଥାନ୍ତି, ଏହା ସହିତ ବ୍ୟକ୍ତିର ଲକ୍ଷଣ ଅନୁଯାଇ ସମସ୍ତ ପରୀକ୍ଷା କରି ଔଷଧ କିମ୍ବା ସର୍ଜରୀ ମାଧ୍ୟମରେ ତାଙ୍କର ସମସ୍ତ ସମସ୍ୟାକୁ ଦୂର କରିବା ନିହାତି ଆବଶ୍ୟକ |ଏହା ସହିତ ବ୍ୟକ୍ତି ନିଜର ଜୀବନ ଶୈଳୀରେ ପରିବର୍ତନ ଆଣିବା ନିହାତି ଆବଶ୍ୟକ ଯାହା ଦ୍ଵାରା ତାଙ୍କ ଖାଇବା ଶୈଳୀରେ ଅଧିକ ପରିବର୍ତନ ଆଣିବା ଆବଶ୍ୟକ |ଅଧିକ ଜଙ୍କ ଫୁଡ କିମ୍ବା ଫାଷ୍ଟ ଫୁଡ ଆପଣ ଖାଆନ୍ତୁ ନାହିଁ ଏହା ସହିତ ଅଧିକ ପାଣି ପିଅନ୍ତୁ |ତେବେ ଆପଣ ସର୍ବଦା ସୁସ୍ଥ ରହିବେ |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

Leave a Comment