Odisha News Portal

ହେ ଭଗବାନ ! ଦୁନିଆର ପ୍ରଥମ ପ୍ରସବ ବେଳେ ପେଟ ଭିତରେ ଦୁଇଖଣ୍ଡ ହୋଇଗଲା ପିଲା , ଆଉ ତା ପରେ ଯାହା ହେଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ…..

ଭୟଙ୍କର ଘଟମା ଯାହାକୁ ବିଶ୍ୱାସ କରିବା ହେବ କଷ୍ଟକର । ଦେଶରେ କୌଣସି ବି ଡାକ୍ତରଖାନାରେ ଏଭଳି ଘଟଣା କେବେବି ଘଟିନଥିବ ନିଶ୍ଚୟ । ଡାକ୍ତର ମାନେ ମଧ୍ୟ ଆଶ୍ଚର୍ଯ୍ୟ କି ଏପରି ଘଟିଲା କେମିତି । ପିଲା ଜନ୍ମ ବେଳେ ଚିକିତ୍ସା କର୍ମୀ ପିଲାଟିକୁ ଏତେ ଜୋରରେ ଟାଣିଦେଲେ ୟେ ପ୍ରସ୍ତୁତିର ପେଟ ଭିତରେ ମୁଣ୍ଡ ରହିଗଲା ଏବେ ଗଣ୍ଡି ଅଲଗା ହୋଇ ବାହାରକୁ ଚାଲିଆସିଲା । ରାଜସ୍ଥାନର ଜୟଶେରମେଡ ଅନ୍ତର୍ଗତ ସରକାରୀ ଡାକ୍ତର ଖାନାରେ ଘଟିଛି ଏପରି ସମ୍ବେଦନ ଶୀଳ ଘଟଣା ।

ମୃତ ନବଜାତର ଗଣ୍ଡି ବାହାରକୁ ବାହାରି ଆସିବା ପରେ ମୃତ ପିଲା ଜନ୍ମ ହୋଇଛି କହିଛି ଡାକ୍ତର ଏବଂ ନର୍ସ ମାନେ ମହିଳାଙ୍କର ପରିବାରକୁ ଅସଲ କଥା ଜଣାଇନଥିଲେ । ତାଙ୍କୁ ଜୟଶେରମେର ହସ୍ପିଟାଲରୁ ରେଫର କରିଦିଆଗଲା । ସେଠାରୁ ପୁଣି ଯଦୁପୁରକୁ ନେବାକୁ ହେଲା ପ୍ରସ୍ତୁତିଙ୍କୁ । ଯାହା ପରେ ଖୋଲିଲା ଅସଲ ରହସ୍ୟ , ଆସନ୍ତୁ ଜାଣିବା କଣ ରହିଛି ଘଟଣା ପଛର ରହସ୍ୟ । ପ୍ରସବ ପୀଡା ହେବାରୁ ଦୀକ୍ଷା କବର ନାମର ପ୍ରସ୍ତୁତି ରାମଗଡ ସରକାରୀ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ସେଠାରେ ଚେଷ୍ଟା କରି ମଧ୍ୟ ପିଲାଟିର ପ୍ରସବ କରାଇପାରିଥିଲେ ଡାକ୍ତର ଏବଂ ନର୍ସ । ପ୍ରସବ କଲା ପରେ କେବଳ ବାହାରିଆସିଲା ପିଲାଟିର ବେକ ଠାରୁ ଗୋଡ ପର୍ଯ୍ୟନ୍ତ ଅଧା ଶରୀର । ପରିସ୍ଥିତି ଖରାପ ହେବା ଦେଖି ଚିକିତ୍ସା କର୍ମୀ ଏବଂ ଡାକ୍ତରଙ୍କର ମୁଣ୍ଡ ଘୂରେଇ ଗଲା ।

ତେଣୁ ସେମାନେ ମହିଳାଙ୍କୁ ତୁରନ୍ତ ଜୟଶେରମେଡ ଡାକ୍ତର ଖାନାକୁ ପଠାଇଦେଲେ କିନ୍ତୁ ପରିବାର ଲୋକଙ୍କୁ କହିଲେ ନାହିଁ କି କଣ ଘଟିଛି । ଜୟଶେରମେଡ ଗଡ ହସ୍ପିଟାଲରେ ଏପରି ଗୁରୁତର ରୋଗୀ ପାଇଁ ଚିକିତ୍ସା ସୁବିଧା ନଥିଲା ।

ସେମାନେ ତାଙ୍କୁ ଯଦୁପୁର ହସ୍ପିଟାଲକୁ ପଠାଇଦେଲେ । ଜୟଶେରମେଡ ଗଡ ଡାକ୍ତର ଖାନାରୁ ଯଦୁପୁର ଡାକ୍ତରଖାନାର ଡାକ୍ତରଙ୍କୁ କୁହାଗଲା ପ୍ରସବ ସରିଛି ହେଲେ ସ୍ରସ୍ତୁତିଙ୍କର ପେଟରେ ନାଡ ରହିଯାଇଛି । ରାତି 1 ରେ ଯେତେବେଳେ ଯଦୁପୁର ଡାକ୍ତର ମହିଳାଙ୍କୁ ଯାଞ୍ଚ କଲେ ସେତେବେଳେ ଜାଣିଲେ କି ପେଟ ଭିତରେ ନାଡ ନୁହେଁ ମୃତ ଶିଶୁର ପୂରା ମୁଣ୍ଡ ରହିଯାଇଛି । ଏହା ପରେ ସେମାନେ ମୁଣ୍ଡକୁ ବାହାର କରି ପ୍ରସ୍ତୁତିଙ୍କର ପରିବାର ଲୋକଙ୍କୁ ଦେଲେ ।

ଏଠିକାର ଡାକ୍ତର କହିଲେ କି ମୁଁ ମୋର ଜୀବନରେ ଏବଲି କେସ ଜୀବନରେ କେବେ ଦେଖିନାହିଁ । ଘଟଣା ଜାଣିବା ପରେ ମହିଳାଙ୍କର ପରିବାର ଲୋକେ ଉତ୍ୟକ୍ତ ହୋଇପଡିଲେ । ସେମାନେ ଯାଇକରି ରାମଗଡ ଥାନାରେ ଏତେଲା ଦେଲେ ।

 ପୋଲିସ ରାମଗଡ ଡାକ୍ତରଶାନାରେ ପହଞ୍ଚିବା ପରେ ସେମାନଙ୍କୁ ସେଠାରେ ମିଳିଲା ମୃତ ନବଜାତ ଶିଶୁର ଅଧା ଶରୀର । ଏହା ପରେ ପୋଲିସ ତାହାର ତଦନ୍ତ ଚଳାଇଛି । ମାତ୍ର ଏବେ ପର୍ଯ୍ୟନ୍ତ ଜଣାପଡିନାହିଁ କି ପ୍ରସ୍ତୁତିଙ୍କର ପେଟ ଭିତରେ କିପରି ମୁଣ୍ଡ ଏବଂ ଗଣ୍ଡିର ଅଲଗା ହେଲା ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।