Odisha News Portal

ପେଟ ଯନ୍ତ୍ରଣା ହେବାରୁ ଏକ୍ସ-ରେ କଲେ ମହିଳା ଆଉ ଯାହା ଆସିଲା ରିପୋର୍ଟ ରେ ଜାଣିଲେ ଗୋଡ ତଳୁ ମାଟି ଖସି ଯିବ….

ସାଧାରଣତଃ ଆପଣ ମାନେ ଶୁଣିଥିବେ ଅନେକ ସମୟରେ ଲୋକ ମାନଙ୍କ ପେଟ ଜନିତି କିଛି ନାଁ କିଛି ସମସ୍ୟା ହୋଇଥାଏ । ଆଉ ଏହି ସମସ୍ୟା ବେଳେ ବେଳେ ଏତେ ଅଧିକ ବଢି ଯାଇ ଥାଏ ଯେ ତାହାକୁ ଅପରେସନ୍ କରିବା ପାଇଂ ଡାକ୍ତର ମାନେ ବାଧ୍ୟ ହୋଇଥାନ୍ତି । ତେବେ ଆପଣ ମାନେ ଏହା ମଧ୍ୟ ଶୁଣିଥିବେ ଯେ ଡାକ୍ତର ଅପରେସନ କରିବା ସମୟରେ ରୋଗୀର ପେଟରୁ ଅଜବ ଅଜବ ପ୍ରକାର ଜିନିଷ ସବୁ ବାହାରିଥାଏ , ଯେପରିକି ଚୁଟି ଇତ୍ୟାଦି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ ଏହି ଲେଖା ମାଧ୍ୟମରେ କହିବାକୁ ଯାଉଛୁ ଯାହା ଶୁଣିବା ପରେ ଆପଣଙ୍କ ହୋସ୍ ଉଡିଯିବ ।

ଜଣେ ମହିଳାଙ୍କ ପେଟରେ ଯନ୍ତ୍ରଣା ହେବା ରୁ ସେ ଡାକ୍ତରଖାନା ଯାଇଥିଲେ ଚିକିତ୍ସା କରିବା ପାଇଁ ଆଉ ଯେତେବେଳେ ଡାକ୍ତର ପେଟ ଯନ୍ତ୍ରଣା ହେବାର କାରଣ ଜାଣିଲେ ଡାକ୍ତର ମଧ୍ୟ ଆଶ୍ଚର୍ଯ୍ୟ ହୋଇଗଲେ । ତେବେ କେବଳ ଡାକ୍ତର ନୁହଁ ବରଂ ନିଜେ ମହିଳା ମଧ୍ୟ ଯେତେବେଳେ ଜାଣିଲେ ସେ ବି ଆଶ୍ଚର୍ଯ୍ୟ ହୋଇଗଲେ । ଚାଲନ୍ତୁ ଜାଣିବା କଣ ହୋଇଥଲା ସମ୍ପୂର୍ଣ ଖବର ବିଷୟରେ ।


ତେବେ ଜଣେ 43 ବର୍ଷ ବୟସର ମହିଳାଙ୍କ ପେଟରେ ବାରମ୍ବାର ଯନ୍ତ୍ରଣା ହେଉ ଥିଲା । ଆଉ ଏହା ସହିତ ମଝିରେ ମଝିରେ ବାନ୍ତି ମଧ୍ୟ ହେଉଥିଲା । କିନ୍ତୁ ଯେତେବେଳେ ଏହି ସମସ୍ୟା 10 ଦିନ ରୁ ଅଧିକ ହେବା ପରେ ମଧ୍ୟ ଭଲ ହେଲା ନାହିଁ ସେ ଡାକ୍ତରଙ୍କ ପାଖକୁ ଚିକିତ୍ସା ପାଇଁ ଗଲେ । ଆଉ ଡାକ୍ତରଖାନାରେ ଡାକ୍ତରଙ୍କୁ ନିଜ ପେଟ ଜନିତ ସମସ୍ତ ସମସ୍ୟା ବିଷୟରେ କହିଲେ । ଏହାପରେ ଡାକ୍ତର ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଦେଖି ତୁରନ୍ତ ଏକ୍ସ ରେ କରିବାର ନିଷ୍ପତି ନେଲେ ଓ ଏକ୍ସରେ କରାଇଲେ । ଯେତେବେଳେ ଏକ୍ସରେ ର ରିପୋର୍ଟ ଆସିଲା ଏହା ଦେଖି ଡାକ୍ତର ସମେତ ମହିଳା ମଧ୍ୟ ଆଶ୍ଚର୍ଯ୍ୟ ହୋଇ ଗଲେ।


କାହିଁକି ନାଁ ମହିଳା ଙ୍କ ପେଟ ଜନିତ ସମସ୍ୟାର କାରଣ ଥିଲା ତାଙ୍କ ପେଟରେ ଅନେକ ମାତ୍ରାେର ମେଟାଲ ଜମି ରହିଥିଲା । ତେବେ ଏହା ଦେଖି ଡାକ୍ତର ତୁରନ୍ତ ଅପରେସନ କରିବାର ନିଷ୍ପତି ନେଲେ ଓ ଅପରେସନ କଲେ ।
ତେବେ ତାଙ୍କ ପେଟରେ କେବଳ ମେଟାଲ ନୁହେଁ , ବରଂ ମେଟାଲ ସହିତ କେଶ , ଛୋଟ ଛୋଟ କାଠ ଖଣ୍ଡ ଏବଂ ବ୍ରଶ ମଧ୍ୟ ମିଳିଲା ।

ତେବେ ଏହି ସବୁ ଜିନିଷ ସେ ନିଜେ ନିଜର କୌଣସି ଏକ ରୋଗର କାରଣରୁ ଅଜଣାରେ ସେବନ କରିଥିଲେ । ତେବେ ସେହି ରୋଗର ନାମ ଫରେନ୍ ବଡି ଇଞ୍ଜେକ୍ସନ ବୋଲି କୁହାଯାଏ । ଆଉ ଏହିପରି ରୋଗ ସେହି ବ୍ୟକ୍ତି ମାନଙ୍କ ଠାରେ ଦେଖାଯାଏ ଯେଉଁ ମାନଙ୍କ ମାନସିକ ସ୍ଥିତି ସାମାନ୍ୟ ଅସ୍ଥାୟୀ କିମ୍ବା ମାନସିକ ଅନଗ୍ରସର ବ୍ୟକ୍ତିଙ୍କ ଠାରେ ଏହି ରୋଗ ଦେଖାଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।